ରାଜଧାନୀରେ ମଶା ଚିନ୍ତା: ଡ୍ରୋନ୍‌ରେ ହେବ ଔଷଧ ସିଞ୍ଚନ

ଭୁବନେଶ୍ୱର, ୧୮।୧୨ (ବ୍ୟୁରୋ): ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ମଶା। ପରିମଳ ପରିଚାଳନା ପରେ ଏବେ ମଶାଙ୍କ ଉପଦ୍ରବ ବିଏମ୍‌ସିର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଚାରିଆଡୁ ଅଭିଯୋଗ ଏବଂ ଅସନ୍ତୋଷ ପରେ ଆଗରୁ ଚେଇଁ ଶୋଇଥିବା ବିଏମ୍‌ସିର ଏବେ ଚେତା ପଶିଛି। ମଶାଙ୍କ ଉପଦ୍ରବ ରୋକିବାକୁ ଏବେ ନୂଆ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ଟିଫା ମେସିନ ଯାଇପାରୁ ନ ଥିବା ଅଞ୍ଚଳକୁ ଚିହ୍ନଟ କରି ଆକାଶ ମାର୍ଗରୁ ପେଷ୍ଟିସାଇଡ ସିଞ୍ଚନ କରିବାକୁ ଯାଇ କୋଲକତାର ‘ବେଇଟ ଲଜିଟେକ ଆଣ୍ଡ ସ୍ନାୟୁ ହେଲଥ କେୟାର କଂସର୍ଟିୟମ’ ନାମକ ଏକ ଘରୋଇ ସଂସ୍ଥା ସହ ବିଏମ୍‌ସି ଏମଓୟୁ ସ୍ବାକ୍ଷର କରିଛି। ଶନିବାର ଠାରୁ ପ୍ରଥମ ପର୍ଯ୍ୟାୟରେ ଉତ୍ତର ଜୋନ୍‌ ଅର୍ନ୍ତଗତ ୧୪ ନମ୍ବର ଓାର୍ଡର ନୀଳାଦ୍ରି ବିହାର ସେକ୍ଟର ୩ ଓ୍ବାର୍ଡ କାର୍ଯ୍ୟାଳୟରୁ ଡ୍ରୋନ୍‌ ଦ୍ୱାରା ମଶାମରା ଅଭିଯାନ ଆରମ୍ଭ କରାଯାଇଛି। ଛୋଟ ଡ୍ରୋନ୍‌ ଉଡ଼ାଣ କରି ନୀଳାଦ୍ରିବିହାର ସେକ୍ଟର ୩, ୪, ୫, ଜିଏ ପ୍ଲଟ, ଲୁମ୍ବିନୀବିହାର ଓ ୧୦ଟି ବସ୍ତି ଅଞ୍ଚଳରେ ଥିବା ମଶା ଉପତ୍ତିସ୍ଥଳ ଚିହ୍ନଟ କରିବା ସହିତ ସ୍ଥିରଚିତ୍ର ଉତ୍ତୋଳନ କରିଥିଲା। ରବିବାର ବଡ଼ ଡ୍ରୋନ୍‌ ଦ୍ୱାରା ମଶାମରା ରାସାୟନିକ ତରଳ ପଦାର୍ଥ ସିଞ୍ଚନ କରାଯିବାର ଯୋଜନା ରହିଛି। ଏହି ଡ୍ରୋନ୍‌ରେ ୧୦ ଲିଟର କ୍ଷମତା ବିଶିଷ୍ଟ ଏକ ଟାଙ୍କି ରହିଛି। ଯେଉଁଥିରେ ରାସାୟନିକ ତରଳ ପଦାର୍ଥ ଭର୍ତ୍ତି କରାଯାଇ ଡେଣା ମାଧ୍ୟମରେ ସିଞ୍ଚନ କରାଯିବ ବୋଲି ସଂସ୍ଥାର ଅଧିକାରୀ ସୂଚନା ଦେଇଛନ୍ତି। ପର୍ଯ୍ୟାୟକ୍ରମେ ବିଏମ୍‌ସିର ସମସ୍ତ ଓ୍ବାର୍ଡରେ ଏହା କାର୍ଯ୍ୟକାରୀ ହେବ। ପୂର୍ବରୁ ଏହି ବ୍ୟବସ୍ଥା କୋଲକାତା ମହାନଗର ନିଗମରେ ପ୍ରୟୋଗ କରାଯାଇ ସଫଳତା ମିଳିଛି। ପାଇଲଟ ପ୍ରକଳ୍ପ ଭାବେ ୭ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଡ୍ରୋନ ଫଟୋ ଉଠାଇବା ପରେ ଆକାଶ ମାର୍ଗରୁ ପେଷ୍ଟିସାଇଡ ସିଞ୍ଚନ କରାଯିବ। ସେହିପରି ମଶାଧୁଆଁ ଛାଡିବା ପାଇଁ ୨ଟି ୟୁନିଟ୍‌ ନିୟୋଜିତ ଥିବାବେଳେ ଏହାକୁ ୯କୁ ବୃଦ୍ଧି କରାଯାଇଛି। ଏଣିକି ଗୋଟିଏ ଦିନରେ ୯ଟି ଓ୍ବାର୍ଡରେ ଫଗିଂ କରାଯିବ। ଫଳରେ ସପ୍ତାହ ମଧ୍ୟରେ ୬୭ଟି ଓ୍ବାର୍ଡ କଭର ହେବ ବୋଲି ସୂଚନା ଦିଆଯାଇଛି। ଏହାବାଦ୍‌ ସୋମବାରଠାରୁ ସଫେଇ କର୍ମଚାରୀମାନେ ଓ୍ବାର୍ଡଓ୍ବାରୀ ବୁଲିବେ ଏବଂ ସମସ୍ତ ଓ୍ବାର୍ଡରେ ଥିବା ଡ୍ରେନ୍‌, ନାଳ ନର୍ଦ୍ଦମାରେ ମଶାତେଲ ପକାଯିବା ସହ ଅନାବନା ଗଛ, ଘାସବୁଦା କଟାଯିବ। ଏ ସମ୍ପର୍କରେ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ସହରର ଅପହଞ୍ଚ ସ୍ଥାନଗୁଡିକରେ ଡ୍ରୋନ୍‌ ଦ୍ୱାରା ପହଞ୍ଚତ୍ ହେବ। ଛୋଟ ଡ୍ରୋନ ମଶାର ଉତ୍ପତ୍ତିସ୍ଥଳର ଫଟୋ ନେବ ଏବଂ ବଡ଼ ଡ୍ରୋନ୍‌ ଦ୍ୱାରା ସେହି ସ୍ଥାନରେ ଲିକ୍ୱିଡ ଏବଂ ପେଷ୍ଟିସାଇଡ୍‌ ମିଶା ଔଷଧ ସିଞ୍ଚନ କରାଯିବ। ତେବେ ସର୍ବସାଧାରଣ ସ୍ଥାନରେ ଔଷଧ ସିଞ୍ଚନ ହେବା ପୂର୍ବରୁ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସୂଚନା ଦିଆଯିବ ବୋଲି ଲକ୍ଷ୍ମୀକାନ୍ତ କହିଛନ୍ତି। କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମୋନାଲିସା ସାହୁ, ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସହକାରୀ କମିଶନର ପଲ୍ଲବୀ ବେହେରା, ସିଟି ହେଲ୍‌ଥ ଅଧିକାରୀ ଦୀପକ ବିଶୋଇ, ସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର, ଓ୍ବାର୍ଡ ଅଧିକାରୀ ସୁଜିତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri