ରାଜଧାନୀରେ ମଶା ଚିନ୍ତା: ଡ୍ରୋନ୍‌ରେ ହେବ ଔଷଧ ସିଞ୍ଚନ

ଭୁବନେଶ୍ୱର, ୧୮।୧୨ (ବ୍ୟୁରୋ): ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ମଶା। ପରିମଳ ପରିଚାଳନା ପରେ ଏବେ ମଶାଙ୍କ ଉପଦ୍ରବ ବିଏମ୍‌ସିର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଚାରିଆଡୁ ଅଭିଯୋଗ ଏବଂ ଅସନ୍ତୋଷ ପରେ ଆଗରୁ ଚେଇଁ ଶୋଇଥିବା ବିଏମ୍‌ସିର ଏବେ ଚେତା ପଶିଛି। ମଶାଙ୍କ ଉପଦ୍ରବ ରୋକିବାକୁ ଏବେ ନୂଆ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ଟିଫା ମେସିନ ଯାଇପାରୁ ନ ଥିବା ଅଞ୍ଚଳକୁ ଚିହ୍ନଟ କରି ଆକାଶ ମାର୍ଗରୁ ପେଷ୍ଟିସାଇଡ ସିଞ୍ଚନ କରିବାକୁ ଯାଇ କୋଲକତାର ‘ବେଇଟ ଲଜିଟେକ ଆଣ୍ଡ ସ୍ନାୟୁ ହେଲଥ କେୟାର କଂସର୍ଟିୟମ’ ନାମକ ଏକ ଘରୋଇ ସଂସ୍ଥା ସହ ବିଏମ୍‌ସି ଏମଓୟୁ ସ୍ବାକ୍ଷର କରିଛି। ଶନିବାର ଠାରୁ ପ୍ରଥମ ପର୍ଯ୍ୟାୟରେ ଉତ୍ତର ଜୋନ୍‌ ଅର୍ନ୍ତଗତ ୧୪ ନମ୍ବର ଓାର୍ଡର ନୀଳାଦ୍ରି ବିହାର ସେକ୍ଟର ୩ ଓ୍ବାର୍ଡ କାର୍ଯ୍ୟାଳୟରୁ ଡ୍ରୋନ୍‌ ଦ୍ୱାରା ମଶାମରା ଅଭିଯାନ ଆରମ୍ଭ କରାଯାଇଛି। ଛୋଟ ଡ୍ରୋନ୍‌ ଉଡ଼ାଣ କରି ନୀଳାଦ୍ରିବିହାର ସେକ୍ଟର ୩, ୪, ୫, ଜିଏ ପ୍ଲଟ, ଲୁମ୍ବିନୀବିହାର ଓ ୧୦ଟି ବସ୍ତି ଅଞ୍ଚଳରେ ଥିବା ମଶା ଉପତ୍ତିସ୍ଥଳ ଚିହ୍ନଟ କରିବା ସହିତ ସ୍ଥିରଚିତ୍ର ଉତ୍ତୋଳନ କରିଥିଲା। ରବିବାର ବଡ଼ ଡ୍ରୋନ୍‌ ଦ୍ୱାରା ମଶାମରା ରାସାୟନିକ ତରଳ ପଦାର୍ଥ ସିଞ୍ଚନ କରାଯିବାର ଯୋଜନା ରହିଛି। ଏହି ଡ୍ରୋନ୍‌ରେ ୧୦ ଲିଟର କ୍ଷମତା ବିଶିଷ୍ଟ ଏକ ଟାଙ୍କି ରହିଛି। ଯେଉଁଥିରେ ରାସାୟନିକ ତରଳ ପଦାର୍ଥ ଭର୍ତ୍ତି କରାଯାଇ ଡେଣା ମାଧ୍ୟମରେ ସିଞ୍ଚନ କରାଯିବ ବୋଲି ସଂସ୍ଥାର ଅଧିକାରୀ ସୂଚନା ଦେଇଛନ୍ତି। ପର୍ଯ୍ୟାୟକ୍ରମେ ବିଏମ୍‌ସିର ସମସ୍ତ ଓ୍ବାର୍ଡରେ ଏହା କାର୍ଯ୍ୟକାରୀ ହେବ। ପୂର୍ବରୁ ଏହି ବ୍ୟବସ୍ଥା କୋଲକାତା ମହାନଗର ନିଗମରେ ପ୍ରୟୋଗ କରାଯାଇ ସଫଳତା ମିଳିଛି। ପାଇଲଟ ପ୍ରକଳ୍ପ ଭାବେ ୭ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଡ୍ରୋନ ଫଟୋ ଉଠାଇବା ପରେ ଆକାଶ ମାର୍ଗରୁ ପେଷ୍ଟିସାଇଡ ସିଞ୍ଚନ କରାଯିବ। ସେହିପରି ମଶାଧୁଆଁ ଛାଡିବା ପାଇଁ ୨ଟି ୟୁନିଟ୍‌ ନିୟୋଜିତ ଥିବାବେଳେ ଏହାକୁ ୯କୁ ବୃଦ୍ଧି କରାଯାଇଛି। ଏଣିକି ଗୋଟିଏ ଦିନରେ ୯ଟି ଓ୍ବାର୍ଡରେ ଫଗିଂ କରାଯିବ। ଫଳରେ ସପ୍ତାହ ମଧ୍ୟରେ ୬୭ଟି ଓ୍ବାର୍ଡ କଭର ହେବ ବୋଲି ସୂଚନା ଦିଆଯାଇଛି। ଏହାବାଦ୍‌ ସୋମବାରଠାରୁ ସଫେଇ କର୍ମଚାରୀମାନେ ଓ୍ବାର୍ଡଓ୍ବାରୀ ବୁଲିବେ ଏବଂ ସମସ୍ତ ଓ୍ବାର୍ଡରେ ଥିବା ଡ୍ରେନ୍‌, ନାଳ ନର୍ଦ୍ଦମାରେ ମଶାତେଲ ପକାଯିବା ସହ ଅନାବନା ଗଛ, ଘାସବୁଦା କଟାଯିବ। ଏ ସମ୍ପର୍କରେ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ସହରର ଅପହଞ୍ଚ ସ୍ଥାନଗୁଡିକରେ ଡ୍ରୋନ୍‌ ଦ୍ୱାରା ପହଞ୍ଚତ୍ ହେବ। ଛୋଟ ଡ୍ରୋନ ମଶାର ଉତ୍ପତ୍ତିସ୍ଥଳର ଫଟୋ ନେବ ଏବଂ ବଡ଼ ଡ୍ରୋନ୍‌ ଦ୍ୱାରା ସେହି ସ୍ଥାନରେ ଲିକ୍ୱିଡ ଏବଂ ପେଷ୍ଟିସାଇଡ୍‌ ମିଶା ଔଷଧ ସିଞ୍ଚନ କରାଯିବ। ତେବେ ସର୍ବସାଧାରଣ ସ୍ଥାନରେ ଔଷଧ ସିଞ୍ଚନ ହେବା ପୂର୍ବରୁ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସୂଚନା ଦିଆଯିବ ବୋଲି ଲକ୍ଷ୍ମୀକାନ୍ତ କହିଛନ୍ତି। କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମୋନାଲିସା ସାହୁ, ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସହକାରୀ କମିଶନର ପଲ୍ଲବୀ ବେହେରା, ସିଟି ହେଲ୍‌ଥ ଅଧିକାରୀ ଦୀପକ ବିଶୋଇ, ସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର, ଓ୍ବାର୍ଡ ଅଧିକାରୀ ସୁଜିତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri