ମନଇଚ୍ଛା ଲୁଟୁଛନ୍ତି ମୋରମ

ବଇଣ୍ଡା,୨ା୬: କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା ପାହାଡ଼ ଗୁଡ଼ିକରୁ ବଢ଼ୁଛି ମୋରମ ଲୁଟ୍‌। ବିଶେଷକରି କଦଳୀମୁଣ୍ଡା, ଜାମୁନାଳୀ, ନୁନୁକାପଶି, କମରେଇ, ଗାଁ ବଇଣ୍ଡା, ବଣିନାଳୀ, ନାକିଚି, ବାମୁର ରେଞ୍ଜ ଅଧୀନରେ ଥିବା ଗୁରୁଜାଙ୍ଗ, ଆମ୍ବପାଳ ଆଦି ଅଞ୍ଚଳରେ ଥିବା ପାହାଡ଼ରୁ ରାତିରେ ମୋରମ ଚୋରି ହେଉଛି। ଜଙ୍ଗଲ ଜମିରୁ ମାଟି ଖୋଳି ନିଆଯାଉଛି। କିଶୋରନଗର ବ୍ଲକ ଅଞ୍ଚଳରେ ବିଭିନ୍ନ ରାସ୍ତା ନିର୍ମାଣ ହେଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ଜାରି ରହିଛି। ଏଥିରେ କାର୍ଯ୍ୟରତ କେତୋଟି ଠିକାସଂସ୍ଥା ବିନା ସରକାରୀ ଅନୁମତିରେ ଏହି ମୋରମ ଓ ମାଟି ଲୁଟ୍‌ କରୁଥିବା ଅଭିଯୋଗ ହେଉଛି। ଏହି ଠିକାସଂସ୍ଥାର କର୍ମଚାରୀମାନେ ଜଙ୍ଗଲ ଓ ରାଜସ୍ବ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ କରି ମେଶିନ ମାଧ୍ୟମରେ ପାହାଡ଼ କାଟି ମୋରମ ଓ ମାଟି ଟିପର, ଟ୍ରକ୍‌ ଜରିଆରେ ଚାଲାଣ କରୁଛନ୍ତି। ଏଥିସହ ପାହାଡ଼ ଉପରେ ଥିବା ବଡ଼ ବଡ଼ ଶାଗୁଆନ, ଶିଶୁ, ଶାଳ ଗଛଗୁଡିକୁ କାଟି ଗଣ୍ଡିଗୁଡ଼ିକୁ ବାହାରକୁ ପଠାଉଛନ୍ତି। ୨୦୨୦ -୨୦୨୧ ମସିହାରେ ଏପରି ବେଆଇନ କାର୍ଯ୍ୟ ଉପରେ ବଇଣ୍ଡା ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪ ଲକ୍ଷ ୮୯ ହଜାର ୬୯୧ ଟଙ୍କା ଓ ୨୦୨୨ ମସିହାରେ ୫ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। କିନ୍ତୁ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜାମୁନାଳି ପଞ୍ଚାୟତରେ ଥିବା ୪ଟି ପାହାଡ଼ରୁ ଏକ ଠିକାସଂସ୍ଥା ନିୟମିତ ମୋରମ ଚାଲାଣ କରୁଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ୧୨ ଏପ୍ରିଲ ୨୦୨୨ ଓ ୫ ମାର୍ଚ୍ଚ ୨୦୨୩ରେ କିଶୋରନଗର ତହସିଲ କାର୍ଯ୍ୟାଳୟ ଠାରେ ଅଭିଯୋଗ କରାଯାଇଥିଲା। ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲେ ମଧ୍ୟ ପ୍ରଶାସନ ଆଖିରେ ଧୁଳି ଦେଇ ଠିକାସଂସ୍ଥା ପାହାଡ଼କୁ ସମ୍ପୂର୍ଣ୍ଣ କାଟି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି କେତେଜଣ ଠିକାଦାର କଦଳୀମୁଣ୍ଡା ସଂରକ୍ଷିତ ଜଙ୍ଗଲରୁ ବିଳମ୍ବିତ ରାତିରେ ଟ୍ରିପ୍‌ ଟ୍ରିପ୍‌ ମୋରମ, ମାଟି ବଇଣ୍ଡା ତଥା ଆଖପାଖ ଅଞ୍ଚଳକୁ ଚାଲାଣ କରୁଥିବା ବଇଣ୍ଡା ଗ୍ରାମବାସୀ ରାଜସ୍ବ କାର୍ଯ୍ୟାଳୟ ଓ ହଣ୍ଡପା ରେଞ୍ଜ କାର୍ଯାଳୟ ଠାରେ ଅଭିଯୋଗ କରିଛନ୍ତି। ହେଲେ ବନ ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ହେଲା ଏପରି ଚୋରା କାରବାର ଜାରି ରହିଥିଲେ ବି ପ୍ରଶାସନ ଆଖିବୁଜି ବସିଥିବା ନୁନୁକାପଶି ଗ୍ରାମବାସୀ କହିଛନ୍ତି। ବିଭାଗର କେତେଜଣ କର୍ମଚାରୀ ଠିକାସଂସ୍ଥା ସହ ସଲାସୁତରା କରି ଏହି ବେଆଇନ ମୋରମ ଓ ମାଟି ଚାଲାଣରେ ସହଯୋଗ କରୁଥିବା ବଇଣ୍ଡା ଛକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି।

(ପରିକ୍ଷିତ ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri