ସରିଲା ଛୁଟି, ଖୋର୍ଦ୍ଧା ଜିଲାରେ କାଲିଠୁ ସକାଳୁଆ ସ୍କୁଲ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାରେ ଶୁକ୍ରବାରଠାରୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌ ଚାଲିବା ନେଇ ଘୋଷଣା କରାଯାଇଛି । ସମସ୍ତ ସରକାରୀ,ବେସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ପାଇଁ ନିର୍ଦ୍ଦେଶ ରହିଛି । ହିଟ୍‌ ୱେଭ୍‌କୁ ଦେଖି ସ୍କୁଲ୍‌ ସମୟ ବଦଳାଇଲେ ଜିଲାପାଳ ।

କହିରଖୁଛୁ କି, ଅସହ୍ୟ ଖରାକୁ ଦେଖି ୨୦ରୁ ୨୩ ପର୍ଯ୍ୟନ୍ତ ଛୁଟି ପାଇଁ ନିର୍ଦ୍ଦେଶ ଦେଇଥିଲେ ଖୋର୍ଦ୍ଧା ଜିଲାପାଳ ଅମ୍ରିତ ଋତୁରାଜ। ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଆମ ପାଇଁ ପ୍ରାଥମିକତା। ପରବର୍ତ୍ତୀ ସମୟରେ ପାଣିପାଗ ସ୍ଥିତିକୁ ସମୀକ୍ଷା କରାଯାଇ ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ।  ଆଜି ଛୁଟି ଶେଷ ହେଉଥିବା ବେଳେ ସକାଳୁଆ ସ୍କୁଲ ଘୋଷଣା କରିଛନ୍ତି ଜିଲାପାଳ ।

 

Dharitri – Odisha’s No.1 Odia Daily

Share