ସକାଳୁଆ ଅଫିସ: ମଧ୍ୟାହ୍ନ ଯାଏ କର୍ମଚାରୀଙ୍କ ଦେଖାମିଳୁନି

ରାୟଗଡ଼ା,୨୯ା୪(ସ୍ବ.ପ୍ର.): ଖରାତାତିକୁ ନଜରରେ ରଖି ରାଜ୍ୟ ସରକାର ଅଧିକାଂଶ ସରକାରୀ କାର୍ଯାଳୟ ସକାଳୁଆ ଖୋଲିବା ପାଇଁ ଘୋଷଣା କରିଛନ୍ତି । ହେଲେ ଅଧିକାରୀ ଓ କର୍ମଚାରୀମାନେ ଠିକ୍‌ ସମୟରେ କାର୍ଯାଳୟରେ ପହଞ୍ଚୁ ନ ଥିବା ଦେଖାଯାଉଛି। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସେମାନଙ୍କ ଚୌକି ଖାଲି ପଡ଼ୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲାର ସମସ୍ତ ଅଧିକାରୀଙ୍କ କାର୍ଯ୍ୟାଳୟରେ ମାଳ ମାଳ କର୍ମଚାରୀ ଥିଲେ ମଧ୍ୟ କାର୍ଯ୍ୟାଳୟ ଖାଲି ପଡ଼ି ରହୁଛି। ଲୋକେ ନିଜ କାର୍ଯ୍ୟ ପାଇଁ ଭୋରରୁ ଆସି ଅପେକ୍ଷା କରି ରହୁଛନ୍ତି । ସେପଟେ ବିଭିନ୍ନ ବିଭାଗର କିରାଣିଙ୍କଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀମାନେ ଘର କାମ ସାରି କାର୍ଯାଳୟକୁ ଆସୁଛନ୍ତି । ପୁଣି ଅଫିସ ଅପରାହ୍ନ ୧ଟାରେ ଛୁଟି ହୋଇଯାଉଛି। ଏଥିପ୍ରତି କାହାରି ନଜର ପଡ଼ୁନି ।
ବୁଧବାର ରାୟଗଡ଼ା ଜିଲା ସଦର ମହକୁମାର ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ଚୌକି ଖାଲି ପଡ଼ି ଥିବା ଦେଖାଯାଇଥିଲା। ଜିଲାପାଳଙ୍କ କାର୍ଯାଳୟଠାରୁ ଆରମ୍ଭ କରି ଫେକ୍ଟୋରି ଓ ବଏଲର ବିଭାଗ, ବୈଧମାପ ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦେଖା ମିଳି ନ ଥିଲା । ସେହିପରି ଜିଲା ଶିକ୍ଷା ବିଭାଗ, ମଙ୍ଗଳ ବିଭାଗ, ପୂର୍ତ୍ତ ବିଭାଗ, ଜିଲା ପରିଷଦ କାର୍ଯ୍ୟାଳୟ ଆଦ ସକାଳ ସମୟରେ ଖୋଲା ରହୁଥିଲେ ମଧ୍ୟ କର୍ମଚାରୀ ଠିକ୍‌ ସମୟରେ ଆସୁନାହାନ୍ତି। ଯାହା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବିଳମ୍ବରେ ଆସୁଥିବା ଏବଂ ଆଦୌ ଅଫିସ ଆସୁ ନ ଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri