Posted inଖେଳ

ଆୟୋଜକ କମିଟି ଅଧ୍ୟକ୍ଷ ମୋରିିଙ୍କ ଇସ୍ତଫା

ଟୋକିଓ, ୧୩ା୨(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ମହିଳା ବିରୋଧୀ ମନ୍ତବ୍ୟ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ। ମୋରିଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଶୁକ୍ରବାର ଆୟୋଜକ କମିଟିର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବସିଥିଲା। ମାତ୍ର ଏଥିରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ମୋରିଙ୍କ ଉତ୍ତରାଧିକାରୀ ଭାବେ ଜଣେ ମହିଳାଙ୍କୁ ମନୋନୀତ କରାଯିବ କି ନା ସେ ସମ୍ପର୍କରେ କିଛି ସ୍ପଷ୍ଟ କରି ନ ଥିଲେ ସିଇଓ ତୋଶିରୋ ମୁତୋ। ଚଳିତ ସପ୍ତାହ ପ୍ରଥମ ଭାଗରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏକ ସପ୍ତାହ ହେଲା ମୋରି ସମାଲୋଚିତ ହୋଇ ଆସୁଥିଲେ। ପ୍ରଥମାବସ୍ଥାରେ ସେ କ୍ଷମାପ୍ରାର୍ଥନା କରିବା ସହ ଇସ୍ତଫା ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ମାତ୍ର ଟେଲିଭିଜନ ସମୀକ୍ଷକ ଓ ପ୍ରାୟୋଜକଙ୍କ ପକ୍ଷରୁ ଇସ୍ତଫା ପାଇଁ ତାଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା। ଏପରି କି ମୋରିଙ୍କ ବହିଷ୍କାର ଦାବିରେ ଦସ୍ତଖତ ସଂଗ୍ରହ ଅଭିଯାନ ହୋଇଥିଲା, ଯେଉଁଥିରେ ୧,୫୦,୦୦୦ ଜଣଙ୍କର ଦସ୍ତଖତ ରହିଥିଲା। କରୋନା ମହାମାରୀ ଆଶଙ୍କା ଏ ପର୍ଯ୍ୟନ୍ତ ଦୂର ହୋଇ ନାହିଁ। ମୋରିଙ୍କ ବିନା ଟୋକିଓ ଅଲିମ୍ପିକ୍ସର ସଫଳ ଆୟୋଜନ ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ। କୋଭିଡ୍‌ ପାଇଁ ଏକ ବର୍ଷ ଘୁଞ୍ଚାଇ ଦିଆଯାଇଥିବା ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୧୧,୦୦୦ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ଏହାର ଏକ ମାସ ପରେ ହେବାକୁ ଥିବା ପାରା ଅଲିମ୍ପିକ୍ସରେ ୪,୪୦୦ରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଭାଗ ନେବେ। ଜାପାନରେ ନିକଟରେ ଅନୁଷ୍ଠିତ ହୋଇଥିବା ଏକ ଭୋଟ୍‌ରେ ୮୦% ଲୋକ ଅଲିମ୍ପିକ୍ସକୁ ବାତିଲ କରିବା ଉଚିତ ହେବ ବୋଲି ମତ ଦେଇଥିଲେ। ଅନ୍ୟପକ୍ଷରେ ୧୫% ଅଲିମ୍ପିକ୍ସ ଆୟୋଜନ ସପକ୍ଷରେ ରହିଥିଲେ। ପୂର୍ବ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା ୮୩ ବର୍ଷୀୟ ମୋରି ତାଙ୍କ ବିକଳ୍ପ ଭାବେ ଜାପାନ ଫୁଟ୍‌ବଲ ପରିଚାଳନା ପରିଷଦ ସଭାପତି ୮୪ ବର୍ଷୀୟ ସାବୁରୋ କାଓ୍ବାବୁଚିଙ୍କୁ ବାଛିଥିଲେ। କାଓ୍ବାବୁଚି ନିଜେ ଜଣେ ପୂର୍ବତନ ଖେଳାଳି। ସେ ଜାପାନ ତରଫରୁ ୧୯୬୪ ଅଲିମ୍ପିକ୍ସରେ ଖେଳିଥିଲେ। କାଓ୍ବାବୁଚି ବୟସରେ ମୋରିଙ୍କଠାରୁ ବଡ଼। ଏହି ପଦବୀରେ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଗଲେ ଅସୁବିଧା କ’ଣ ବୋଲି ପ୍ରଶ୍ନ ଉଠୁଛି। ମୋରି ଲିଙ୍ଗଗତ ସମାନତା ସପକ୍ଷରେ ନୁହନ୍ତି ବୋଲି ଏଥିରୁ ସୂଚିତ ହେଉଛି। ଜାପାନରେ କୌଣସି ବୋର୍ଡ, ରାଜନୀତି ଅବା କ୍ରୀଡ଼ା ପରିଚାଳନା ପରିଷଦରେ ମହିଳାଙ୍କୁ ଦେଖିବାକୁ ମିଳେନା। ଏପରି କି ଆୟୋଜକ କମିଟିର ଉଚ୍ଚ ପଦବୀରେ ମଧ୍ୟ। କାଓ୍ବାବୁଚି ଗୁରୁବାର ସୂଚାଇ ଦେଇଛନ୍ତି ଯେ, ମୋରି ତାଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ପଦବୀ ପାଇଁ ସେ ନିଜକୁ ଉପଯୁକ୍ତ ମନେ କରୁ ନ ଥିବା ତାଙ୍କୁ ଜଣାଇ ଦେଇଥିଲେ।
ଜାପାନିଜ ଗଣମାଧ୍ୟମରେ ଏନେଇ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆୟୋଜକ କମିଟି ସଭାପତି ପାଇଁ ୩ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି। ଏମାନେ ସମସ୍ତେ ଆଥ୍‌ଲେଟ ଏବଂ ପୂର୍ବତନ ଅଲିମ୍ପିଆନ ଏବଂ ବୟସ ଦୃଷ୍ଟିରୁ ଗୋଟିଏ ପିଢି ଆଗୁଆ। କାଓରି ୟାମାଗୁଚି ୧୯୮୮ ଅଲିମ୍ପିକ୍ସ ଜୁଡୋରେ ଏକ ବ୍ରୋଞ୍ଜ ପଦକ ଜିତିଛନ୍ତି। ମିକାକୋ କୋଟାନି ୧୯୮୮ ଅଲିମ୍ପିକ୍ସରେ ସିଙ୍କ୍ରୋନାଇଜ୍‌ଡ ସୁଇମିଂରେ ଦୁଇ ବ୍ରୋଞ୍ଜ ବିଜୟିନୀ। ନାଓକୋ ତାକାହାସି ହେଉଛନ୍ତି ୨୦୦୦ ଅଲିମ୍ପିକ୍ସ ମାରାଥନ ସ୍ବର୍ଣ୍ଣ ବିଜୟିନୀ।
ଏହାଛଡ଼ା ବର୍ତ୍ତମାନ ଅଲିମ୍ପିକ ମନ୍ତ୍ରୀ ଥିବା ସିକୋ ହାସିମୋତୋଙ୍କୁ ଗଣମାଧ୍ୟମ ଅନ୍ୟତମ ଯୋଗ୍ୟ ପ୍ରାର୍ଥୀ ଭାବେ ପ୍ରତିପାଦନ କରିଛି, ଯିଏ କି ଜଣେ ପୂର୍ବତନ ଅଲିମ୍ପିଆନ ମଧ୍ୟ। ଲିଙ୍ଗଗତ ସମାନତାରେ ଜାପାନ ଭଳି ସମୃଦ୍ଧଶାଳୀ ରାଷ୍ଟ୍ର କେତେ ପଛୁଆ ରହିଛି ମୋରିଙ୍କ ମନ୍ତବ୍ୟରୁ ସ୍ପଷ୍ଟ ସୂଚିତ ହେଉଛି। ଓ୍ବାଲର୍‌ଡ୍‌ ଇକୋନୋମିକ୍‌ ଫୋରମ୍‌ର ଲିଙ୍ଗଗତ ସମାନତା ର଼୍ୟାଙ୍କିଙ୍ଗରେ ୧୫୩ଟି ଦେଶ ମଧ୍ୟରେ ଜାପାନ ୧୨୧ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri