୨ କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳିନି

ଆଠମଲ୍ଲିକ, ୧୬ା୭(ଡି.ଏନ.ଏ.) ବୃଦ୍ଧା, ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ୨କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳୁନି। ୨୦୧୧ରୁ ୨୦୧୯ ମଧ୍ୟରେ ମୋଟ୍‌ ୯ଜଣ ନିର୍ବାହୀ ଅଧିକାରୀ ଏହି ବଣ୍ଟନ ଦାୟିତ୍ୱରେ ଥିଲେ ହେଁ କେହି ଜଣେ ହିସାବ ଦେଇନାହାନ୍ତି। ଏ ନେଇ ଅନୁଗୋଳ ଜିଲା ଆଠମଲ୍ଲିକ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ ଗତ ଶୁକ୍ରବାର ଥାନାରେ ଏତଲା ଦେଇଛନ୍ତି।
ଏତଲାରୁ ଜଣାପଡିଛି, ୨୦୧୧ରୁ ୨୦୧୯ ମଧ୍ୟରେ ଆଠମଲ୍ଲିକ ବ୍ଲକରୁ ଭତ୍ତା ବାଣ୍ଟିବା ପାଇଁ ୯ ଜଣ ନିର୍ବାହୀ ଅଧିକାରୀ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇଛନ୍ତି l ହେଲେ ଏହି ଟଙ୍କାର ଆଜି ଯାଏଁ ହିସାବ ମିଳିନାହିଁ l ଇତି ମଧ୍ୟରେ ୮ ଜଣ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଯାଇଥିବାବେଳେ ଜଣେ ପୁରୁଣା ଅଧିକାରୀ ଅଛନ୍ତି। ବଦଳି ଅଧିକାରୀ ଭାମି କଅଁରଙ୍କ ନାମରେ ୨୦୧୧-୧୨ ମସିହାରୁ ୧ ଲକ୍ଷ ୪୯ ହଜାର ୪୦୦ ଟଙ୍କା ଉଠାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ସେହିପରି କିଶୋର ଚନ୍ଦ୍ର ପ୍ରଧାନଙ୍କ ନାମରେ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ୮୪ ଲକ୍ଷ, ମନୋରଞ୍ଜନଙ୍କ ନାମରେ ୨୦୧୧-୧୨ ମସିହାରୁ ୧ ଲକ୍ଷ ୨୬ ହଜାର, ନମେଶ୍ୱର କଅଁରଙ୍କ ନାମରେ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ୧୦ ଲକ୍ଷ ୯୬ ହଜାର ୪୦୦ ଟଙ୍କା ଉଠାଯାଇଛି। ପ୍ରଭାତ କୁମାର ପ୍ରଧାନ ୨୦୧୩ରୁ ୨୦୧୫ ମଧ୍ୟରେ ୧୪ ଲକ୍ଷ ୭୦ହଜାର, ରମେଶ ଚନ୍ଦ୍ର ମଲ୍ଲିକ ୨୦୧୧ରୁ ୨୦୧୩ ମଧ୍ୟରେ ୪ ଲକ୍ଷ ୨୦୦, ଶନିଶ୍ଚର ପ୍ରଧାନ ୨୦୧୧ରୁ ୨୦୧୬ ମଧ୍ୟରେ ୫୦ଲକ୍ଷ ୫୫ହଜାର, ଲବ କିଶୋର ଝାଙ୍କର ୨୦୧୭ରୁ ୨୦୧୮ ମଧ୍ୟରେ ୨୯ ଲକ୍ଷ ୯୮ ହଜାର ୯୦୦ ଓ ଧର୍ମାନନ୍ଦ ସିଂ ୨୦୧୧ରୁ ୨୦୧୩ ମଧ୍ୟରେ ୭ ଲକ୍ଷ ୯୮ ହଜାର ୨୦୦ଟଙ୍କା ବ୍ଲକ ଅଫିସରୁ ଉଠାଇ ଥିବା ଜଣାପଡିଛି। ଏହିପରି ସମୁଦାୟ ୨ କୋଟି ୫ ଲକ୍ଷ ୪୫ ହଜାର ୮୦୦ ଟଙ୍କା ଉଠିଥିବାବେଳେ ଏହାର ହିସାବ ଜଣାପଡିନାହିଁ।
ଏ ସମ୍ପର୍କରେ ବିଡିଓ କହିଛନ୍ତି, ନିର୍ବାହୀ ଅଧିକାରୀମାନେ ଏହି ଟଙ୍କାର କୌଣସି ହିସାବ ଦେଇନାହାନ୍ତି କି ବଳକା ଅର୍ଥ ଫେରସ୍ତ କରିନାହାନ୍ତି। ଏ ନେଇ ଥାନାରେ ଏତଲା ଦିଆଯାଇଛି। ତେବେ ନିର୍ବାହୀ ଅଧିକାରୀ ଲବ କିଶୋର ଝାଙ୍କର ଗତ ସୋମବାର ୨୯ଲକ୍ଷ ୯୮ହଜାର ୯ ଶହ ଟଙ୍କାର ହିସାବ ଦେଇ ୪ ଲକ୍ଷ ୨୨ହଜାର ଟଙ୍କା ବ୍ଲକ କାର୍ଯ୍ୟାଳୟକୁ ଫେରାଇଛନ୍ତି। ଏ ନେଇ ଆଇଆଇସି ପ୍ରିୟବ୍ରତ ଦାଶ କହିଛନ୍ତି, ଅଭିଯୋଗ ହୋଇଛି l ମାତ୍ର ବ୍ଲକ ପକ୍ଷରୁ ଅଡିଟ ରିପୋର୍ଟର ତଥ୍ୟ ଦିଆ ଯାଇନାହିଁ l ଏ ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri