କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୫ ଗିରଫ

ଭୁବନେଶ୍ୱର,୨୮ା୮(ସତ୍ୟଜିତ୍‌ ରାଉତ): ସିବିଆଇ ଅଫିସର କହି ଘରେ ପଶିଥିଲେ। ବାପପୁଅଙ୍କୁ ବାନ୍ଧି ବନ୍ଧୁକ ମୁନରେ ଭୟ ଦେଖାଇ ସିନେମା ଷ୍ଟାଇଲ୍‌ରେ ଲୁଟିଥିଲେ ୧.୭ କୋଟି ନଗଦ ଟଙ୍କା ସମେତ ସୁନା ଅଳଙ୍କାର। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ଅଞ୍ଚଳରେ ଘଟିଥିବା ଏହି ଡକାୟତିରେ ସମ୍ପୃକ୍ତ ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଧରିବା ସହ ୫ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ଜିଲା ରେଙ୍ଗାଲି ଡ୍ୟାମ୍‌ ସାଇଟ୍‌ ଥାନା ଅଞ୍ଚଳର ହେମନ୍ତ କୁମାର ଧୀର୍‌ (୩୨), ସନାତନ ନାୟକ ଓରଫ ସନା, ଭୁବନେଶ୍ୱର ମୈତ୍ରୀବିହାର ଥାନା ଅଞ୍ଚଳରେ ରହୁଥିବା ଅନୁଗୋଳ ଜିଲା ଟାଉନ ଥାନା ଅଞ୍ଚଳର ଅର୍ବାଜ୍‌ ଖାନ୍‌ (୨୨), କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ସଞ୍ଜୟ ମଲ୍ଲିକ (୩୬) ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ଯାଜପୁର ଜିଲା ବରି ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଅଜମିର୍‌ ଅଲ୍ଲୀ (୪୮)। ଅଭିଯୁକ୍ତଙ୍କ ପାଖରୁ ୧.୦୨ କୋଟି ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ ଚେନ୍‌, ୪ଟି ମୁଦି ଓ ଗୋଟିଏ କାନଫୁଲ ଜବତ ହୋଇଛି। ରବିବାର ସେମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି। ହେମନ୍ତ ଜଣେ ବିଧାୟକଙ୍କ ସହଯୋଗୀ ବୋଲି ସୂଚନା ମିଳିଛି। ଏହି ମାମଲାରେ ଅଭିଯୋଗକାରୀଙ୍କ ଜଣେ ବନ୍ଧୁଙ୍କ ଡ୍ରାଇଭର ବାଦଲ ସମେତ ୪ଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୁବ୍‌ଶ୍ରୀଘ୍ର ଗିରଫ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ କହିଛନ୍ତି। ଅଗଷ୍ଟ ୨ ସା ପ୍ରାୟ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ନନ୍ଦନବିହାର ବସୁନ୍ଧରା କଲୋନୀର ପ୍ଲଟ ନଂ.୨୬୮/୨ସ୍ଥିତ ଘରେ ଏହି ଡକାୟତି ହୋଇଥିଲା। ସେତେବେଳେ ଭୁବନେଶ୍ୱରରେ ବର୍ଷା ହେଉଥିଲା। ଘରେ ବରିଷ୍ଠ ନାଗରିକ ନିବାରଣ ପାଣି ଏବଂ ତାଙ୍କ ପୁଅ ଶୁଭମ୍‌ ଥିଲେ। ହଠାତ୍‌ ୩ଜଣ ଯୁବକ କବାଟ ଠକ୍‌ ଠକ୍‌ କରି ନିଜକୁ ସିବିଆଇ ଅଫିସର ବୋଲି କହିଥିଲେ। ସେମାନେ ଭିତରକୁ ଯିବାପରେ ତାଙ୍କ ଘରେ ରେଡ୍‌ ହୋଇଥିବା କହିଥିଲେ। ଏହାପରେ ବାହାରେ ଥିବା ଅନ୍ୟ ୫ଜଣ ଯୁବକ ହଠାତ୍‌ ଘର ଭିତରକୁ ପଶିଯାଇଥିଲେ। ସମସ୍ତ ଅଭିଯୁକ୍ତମାନେ ବାପପୁଅଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଭୟଭୀତ କରାଇଥିଲେ। ଉଭୟଙ୍କ ମୁହଁରେ ସେଲୋଟେପ୍‌ ଗୁଡ଼ାଇ ହାତକୁ ଟାଉଲ୍‌ରେ ବାନ୍ଧି ଦେଇଥିଲେ। ଏହାପରେ ସେମାନେ ଡକାୟତି କରି ଫେରାର ହୋଇଯାଇଥିଲେ। ଏନେଇ ନିବାରଣଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା (ନଂ.୨୬୩ /୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ବନ୍ଧୁଙ୍କ ଡ୍ରାଇଭର ରଚିଥିଲେ ଡକାୟତି ଷଡ଼ଯନ୍ତ୍ର

ଗୃହକର୍ତ୍ତା ନିବାରଣଙ୍କ ଜଣେ ବନ୍ଧୁଙ୍କ ଡ୍ରାଇଭର ବାଦଲ ହିଁ ଏହି ଡକାୟତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଘଟଣାର କିଛିଦିନ ପୂର୍ବରୁ ନିବାରଣଙ୍କ ବନ୍ଧୁଙ୍କ ସହ ବାଦଲ ଉକ୍ତ ଘରକୁ ଆସିଥିଲେ। ନିବାରଣ ଘର କିଣିବା ପାଇଁ ବିପୁଳ ଟଙ୍କା ରଖିଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ଅନ୍ୟମାନଙ୍କ ସହ ମିଶି ଏହି ଯୋଜନା କରିଥିଲେ। ଘଟଣା ପରେ ଲୁଟ୍‌ ଟଙ୍କାଙ୍କୁ ପରସ୍ପର ବାଣ୍ଟି ନେଇଥିଲେ।

ଅଭିଯୁକ୍ତଙ୍କ ପାଖରେ କେମିତି ପହଞ୍ଚତ୍ଲା

ପୋଲିସଅଭିଯୁକ୍ତମାନେ ଏକ କାର୍‌ (ଓଡ଼ି୨୫ଇ୧୦୫୧) ରେ ଆସିଥିଲେ। ଲୁଟ୍‌ କରିବା ପରେ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ବାଦଲ ଆଣିଥିବା ତାଙ୍କ ବ୍ୟାଗକୁ ଘଟଣାସ୍ଥଳରେ ଛାଡ଼ି ଚାଲିଯାଇଥିଲେ। ତଦନ୍ତ ସମୟରେ ମିଳିଥିବା ଉକ୍ତ ବ୍ୟାଗ୍‌କୁ ନିବାରଣ ଚିହ୍ନି ତାହା ତାଙ୍କ ବନ୍ଧୁଙ୍କ ଡ୍ରାଇଭରଙ୍କର ବୋଲି କହିଥିଲେ। ବ୍ୟାଗ୍‌ରୁ ମିଳିଥିବା ଏକ ସିମ୍‌ କାର୍ଡକୁ ଯାଞ୍ଚ କରିବା ପରେ ତାହା ବାଦଲର ବୋଲି ମଧ୍ୟ ସ୍ପଷ୍ଟ ହୋଇଥିଲା। ଅନ୍ୟପଟେ ସିସିଟିଭି ଫୁଟେଜ୍‌ ଯାଞ୍ଚରୁ ଅଭିଯୁକ୍ତମାନେ ଆସିଥିବା କାର୍‌ର ନମ୍ବର ମିଳିଯାଇଥିଲା। ଉକ୍ତ ନମ୍ବରକୁ ଟ୍ରାକ୍‌ କରିବା ପରେ ତାହା ହେମନ୍ତଙ୍କ ନାଁରେ ଥିବା ଜଣାପଡିଥିଲା। ପ୍ରଥମେ ହେମନ୍ତ ଧରାପଡ଼ିବା ପରେ ସେ ଅନ୍ୟମାନଙ୍କ ନାଁ କହିଥିଲେ। ପୋଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri