Posted inଜାତୀୟ

ଅର୍ଦ୍ଧାଧିକ ଶିଶୁ ଆନେମିଆର ଶିକାର

ନୂଆଦିଲ୍ଲୀ, ୨୫ା୧୧: ଦେଶରେ ଅଧିକାଂଶ ପିଲା ଏବଂ ମହିଳାଙ୍କ ଶରୀରରେ ରକ୍ତହୀନତା ସମସ୍ୟା ଚିନ୍ତାଜନକ ରହିଛି। ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ତଥା ସର୍ବଭାରତୀୟ ସ୍ତରରେ ଅର୍ଦ୍ଧାଧିକ ଶିଶୁ ଏବଂ ମହିଳା ଆନେମିଆର ଶିକାର ହେଉଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ରୁ ଜଣାପଡ଼ିଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି ଏଥିରେ ଦର୍ଶଯାଇଛି।
ପ୍ରଜନନ, ଶିଶୁଙ୍କ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପୋଷଣ ଏବଂ ଅନ୍ୟ ମାନଦଣ୍ଡ ଆଧାରରେ ସରକାର ବୁଧବାର ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଭାରତର ୨୦୧୯-୨୧ର ଫ୍ୟାକ୍ଟଶିଟ୍‌ ଜାରି କରିଛନ୍ତି। ଏନ୍‌ଏଫ୍‌ଏଚ୍‌ଏସ୍‌-୫ର ଦ୍ୱିତୀୟ ପର୍ଯ୍ୟାୟରେ ଏହା ପ୍ରସ୍ତୁତ କରାଯାଇଛି। ଏହି ପର୍ଯ୍ୟାୟରେ ଅରୁଣାଚଳପ୍ରଦେଶ, ଚଣ୍ଡୀଗଡ଼, ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଦିଲ୍ଲୀ ଏନ୍‌ସିଟି, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ସାମିଲ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ୨୦୨୦ ଡିସେମ୍ବରରେ ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଏନ୍‌ଏଫ୍‌ଏଚ୍‌ଏସ୍‌-୫ର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ସଦ୍ୟ ରିପୋର୍ଟ ଅନୁସାରେ, କମ୍‌ ଓଜନ ବିଶିଷ୍ଟ ପିଲାଙ୍କ ସଂଖ୍ୟାରେ ସାମାନ୍ୟ ସୁଧାର ଆସିଛି। ସର୍ବଭାରତୀୟ ସ୍ତରରେ କମ୍‌ ଓଜନ ପିଲାଙ୍କ ପ୍ରତିଶତ ୩୬ରୁ ୩୨ ପ୍ରତିଶତ ହୋଇଛି। ତେବେ ପିଲା, ମହିଳା ତଥା ଗର୍ଭବତୀ ବ୍ୟାପକ ସଂଖ୍ୟାରେ ଆନେମିଆର ଶିକାର ହେଉଛନ୍ତି। ୧୮୦ ଦିନ କିମ୍ବା ତା’ଠାରୁ ଅଧିକ ସମୟ ଗର୍ଭବତୀ ମହିଳାଙ୍କୁ ଆଇରନ୍‌ ଫଲିକ୍‌ ଏସିଡ୍‌ ଟାବଲେଟ୍‌ ପ୍ରଦାନ ଯୋଗୁ ସେମାନଙ୍କ ବ୍ଲଡ୍‌ କାଉଣ୍ଟରେ ସାମାନ୍ୟ ସୁଧାର ଆସିଛି। ଉକ୍ତ ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ପ୍ରଜନନ ହାର, ପ୍ରତି ମହିଳାଙ୍କ ପିଛା ହାରାହାରି ପିଲା ସଂଖ୍ୟା ୨.୨ରୁ ୨.୦କୁ ହ୍ରାସ ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଭାରତରେ ଜନ୍ମ ହାର ହ୍ରାସ

ଭାରତରେ ମୋଟ ଜନ୍ମହାର (ଟିଏଫ୍‌ଆର୍‌) ତଥା ପ୍ରତି ମହିଳାଙ୍କ ହାରାହାରି ପିଲା ଜନ୍ମ ୨.୨ରୁ ୨କୁ ଖସିଛି। ଅର୍ଥାତ ଜଣେ ମହିଳା ତାଙ୍କ ଜୀବନକାଳ ମଧ୍ୟରେ ହାରାହାରି ୨ ଶିଶୁଙ୍କୁ ଜନ୍ମ ଦେଉଛନ୍ତି। ତେଣୁ ଦେଶରେ ଜନସଂଖ୍ୟା ବୃଦ୍ଧି ଏକପ୍ରକାର ସ୍ଥିର ରହିଛି। ତେବେ କଣ୍ଟ୍ରାସେପ୍ଟିଭ ପ୍ରିଭିଲାନ୍ସ ରେଟ୍‌(ସିପିଆର୍‌) ୫୪%ରୁ ୬୭%କୁ ବୃଦ୍ଧି ପାଇଛି ବୋଲି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ର ଦ୍ୱିତୀୟ ପର୍ଯ୍ୟାୟ ଡାଟାରୁ ଜଣାପଡ଼ିଛି। ଇନ୍‌ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍‌)ର ବହୁଳ ବ୍ୟବହାର ଯୋଗୁ ଅଧିକ ସଂଖ୍ୟାରେ ଯମଜ ସନ୍ତାନ ଜନ୍ମ ନେଉଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri