ନିର୍ବାଚନ କମିଶନଙ୍କ ବଡ଼ ସୂଚନା: ଭୋଟର ଲିଷ୍ଟରୁ ବାଦ୍‌ ପଡ଼ିଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ଭୁବନେଶ୍ୱର,୧୫ା୫: ଓଡ଼ିଶାରେ ମେ’ ୩୦ରୁ ଆରମ୍ଭ ହେବ ଏସ୍‌ଆଇଆର୍‌। ଏକ ପ୍ରେସ୍‌ମିଟ୍‌ରେ ଏନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ସେ କହିଛନ୍ତି, ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ମେ’ ୨୦ରୁ ୨୯ ଯାଏ ଚାଲିବ। ମେ’ ୩୦ରୁ ଘରକୁ ଘର ବୁଲିବେ ବିଏଲ୍‌ଓ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି। ସେଥିମଧ୍ୟରୁ ଭୋଟର ଲିଷ୍ଟରୁ ବାଦ୍‌ ପଡ଼ିଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର। ଏସ୍‌ଆଇଆର୍‌ ଶେଷ ହେବା ବେଳେ ୪୫,୨୫୫ ବୁଥ୍‌ ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪.୬୧% ମ୍ୟାପିଂ ସରିଛି, ଯେଉଁମାନେ ଭାରତୀୟ ନାଗରିକ ନୁହନ୍ତି, ସେମାନଙ୍କୁ ତୁରନ୍ତ ବାହାର କରାଯିବ ବୋଲି ସିଇଓ କହିଛନ୍ତି।

Dharitri – Odisha’s No.1 Odia Daily

Share