ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୮ହଜାର ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ରାଜ୍ୟରେ ୮,୩୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗରୁବାର ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮,୮୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪,୯୪୮ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୩,୮୯୧ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୨୩୫, କଟକରୁୁ ୭୬୯ ଓ ମୟୁରଭଞ୍ଜରୁ ୫୮୩ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୪୧୪, ବାଲେଶ୍ୱର ୩୯୫, ବରଗଡ଼ ୧୯୩, ଭଦ୍ରକ ୪୧୯, ବଲାଙ୍ଗୀର ୮୯, ବୌଦ୍ଧ ୧୭୯, ଦେବଗଡ଼ ୮୪, ଢ଼େଙ୍କାନାଳ ୫୧୦, ଗଜପତି ୫୨, ଗଞ୍ଜାମ ୧୯୬, ଜଗତସିଂହପୁର ୩୧୭, ଯାଜପୁର ୪୯୩, ଝାରସୁଗୁଡ଼ା ୧୨୧, କଳାହାଣ୍ଡି ୧୪୫, କନ୍ଧମାଳ ୫୮, କେନ୍ଦ୍ରାପଡ଼ା ୩୦୨, କେନ୍ଦୁଝର ୧୮୮, କୋରାପୁଟ ୯୯, ମାଲକାନଗିରି ୮୫, ନବରଙ୍ଗପୁର ୧୨୯, ନୟାଗଡ଼ ୨୪୬, ନୂଆପଡ଼ା ୩୪, ପୁରୀ ୪୩୮, ରାୟଗଡ଼ା ୨୧୬, ସମ୍ବଲପୁର ୧୯୪, ସୋନପୁର ୧୧୮, ସୁନ୍ଦରଗଡ଼ ୩୩୮ ଓ ଷ୍ଟେଟ ପୁଲରୁ ୨୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୯୦,୯୭୦ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୦୨,୬୨୧ଜଣ ସୁସ୍ଥ ହୋଇଥିବା ବେଳେ ୮୫,୪୨୩ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।