ରାଜ୍ୟ ପୋଲିସରେ ୭୦୦୦ରୁ ଅଧିକ ପଦବୀ ଖାଲି, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୨୩ା୨: ରାଜ୍ୟ ପୋଲିସରେ ଏବେ ୭ ହଜାର ପଦବୀ ଖାଲି ପଡ଼ିଛି। କନଷ୍ଟେବଳଠାରୁ ଆରମ୍ଭ କରି ଅତିରିକ୍ତ ଏସ୍‌ପି ପର୍ଯ୍ୟନ୍ତ ପଦ ଖାଲି ପଡ଼ିଥିବା ନେଇ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଛି। ରାଜ୍ୟରେ ମଞ୍ଜୁରୀପାପ୍ତ କନଷ୍ଟେବଳ ପଦ ୨୪ ହଜାର ୧୧୨ ରହିଥିବା ବେଳେ ୨୦୨୨ ଶେଷ ସୁଦ୍ଧା ୧୯ ହଜାର ୩୨୨ ଜଣ କାର୍ଯ୍ୟରତ ଅଛନ୍ତି। ଖାଲି ପଡ଼ିଥିବା ୪୭୯୦ କନଷ୍ଟେବଳ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୩ ଏପ୍ରିଲ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।