ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଶୁକ୍ରବାର ରାଜ୍ୟରେ ୭,୭୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୩୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪,୧୬୯କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୩,୨୨୬ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୦୬୯ ଓ କଟକରୁୁ ୮୬୮ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୪୪୩, ବାଲେଶ୍ୱର ୨୮୫, ବରଗଡ଼ ୧୭୧, ଭଦ୍ରକ ୨୩୮, ବଲାଙ୍ଗୀର ୮୧, ବୌଦ୍ଧ ୧୩୩, ଦେବଗଡ଼ ୫୭, ଢ଼େଙ୍କାନାଳ ୮୧, ଗଜପତି ୫୨, ଗଞ୍ଜାମ ୬୯, ଜଗତସିଂହପୁର ୨୮୮, ଯାଜପୁର ୫୧୬, ଝାରସୁଗୁଡ଼ା ୬୬, କଳାହାଣ୍ଡି ୧୬୬, କନ୍ଧମାଳ ୭୬, କେନ୍ଦ୍ରାପଡ଼ା ୩୪୧, କେନ୍ଦୁଝର ୧୫୮, କୋରାପୁଟ ୧୬୧, ମାଲକାନଗିରି ୧୧୦, ମୟୁରଭଞ୍ଜ ୩୮୪, ନବରଙ୍ଗପୁର ୧୯୬, ନୟାଗଡ଼ ୨୪୩, ନୂଆପଡ଼ା ୨୨, ପୁରୀ ୩୫୬, ରାୟଗଡ଼ା ୧୨୫, ସମ୍ବଲପୁର ୧୩୭, ସୋନପୁର ୯୧, ସୁନ୍ଦରଗଡ଼ ୨୬୭ ଓ ଷ୍ଟେଟ ପୁଲରୁ ୧୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୬,୦୯୪ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୨୪,୪୦୨ଜଣ ସୁସ୍ଥ ହୋଇଥିବା ବେଳେ ୭୮,୬୮୭ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।