ବାଉଁଶ ବୁଦା ମୂଳରୁ ୫୦୦କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ,ଜଣେ ଗିରଫ

କୋରୁକୋଣ୍ଡା,୩୦।୧(ଅବିନାଶ ବେହେରା)ବାଉଁଶ ବୁଦା ମୂଳରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମାଲକାନଗିରି ଜିଲା କାଲିମେଳା ପୋଲିସ ସୋମବାର ବିଳମ୍ବିତ ରାତିରେ କାଲିମେଳା ଠାରୁ ପ୍ରାୟ ୪୦କିଲୋ ମିଟର ଦୂର ଆନ୍ଧ୍ର ଓଡିଶା ସୀମାନ୍ତ ବୁଲାଲୁର ଜଙ୍ଗଲରେ ଚଢାଉ କରିଛି। ଏକ ବାଉଁଶ ବୁଦା ମୂଳେରେ ପୂର୍ବରୁ ଲୁଚାଇ ରଖାଯାଇଥିବା ୨୩ଟି ବସ୍ତାରେ ୫୮୩କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗଞ୍ଜେଇ ମାଫିଆଙ୍କ ଏହି ଭଳି ନୂଆ ନୂଆ ପ୍ରନ୍ଥାକୁ ଭଣ୍ଡୁର କରିଥିବାରୁ, କାଲିମେଳା ପୋଲିସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଅଛି।