ପୂଜା ଭୋଗ ଖାଇ ୪୦ରୁ ଊର୍ଦ୍ଧ୍ୱ ଅସୁସ୍ଥ: ଡାକ୍ତରଖାନାରେ ଭର୍ତ୍ତି

ବସ୍ତା, ୬। ୩(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଯୋଡି ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଭଗବତୀ ପୂଜାର ପ୍ରସାଦ ଖାଇ ୪୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରକାଶ ଯେ, ଗିଲାଯୋଡ଼ି ଗ୍ରାମରେ ଭଗବତୀ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜା ଭୋଗ ଖାଇବା ପରେ ଆଖ ପାଖ ଅଞ୍ଚଳର ପିଲାମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥଙ୍କ ମଧ୍ୟରେ ଅଧିକ ଛୋଟ ପିଲା ଥିବା ଜଣାପଡ଼ିଛି। ଏବେ ବସ୍ତା ଓ ପାଉଁଶକୁଳି ହସ୍ପିଟାଲରେ ମିଶି ୪୦ରୁ ଊର୍ଦ୍ଧ୍ୱ ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।