Posted inଜାତୀୟ

୪୦% ଅଧିକ ଭିନ୍ନକ୍ଷମ ଥିବା ଛାତ୍ରୀଛାତ୍ର ହୋଇପାରିବେ ଡାକ୍ତର, ମିଳିବ MBBSରେ ଆଡମିଶନ୍‌

ନୂଆଦିଲ୍ଲୀ,୧୫।୧୦: ଏମ୍‌ବିବିଏସ୍‌ରେ ଦାଖଲ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ଛାତ୍ର/ଛାତ୍ରୀ ୪୦%ରୁ ଅଧିକ ଦିବ୍ୟାଙ୍ଗତା ଯୋଗୁ ଭାଷା କହିବା ଏବଂ ବୁଝିବାରେ ଅସମର୍ଥ ଥାନ୍ତି, ତଥାପି ସେ ଡାକ୍ତର ହୋଇପାରିବେ ବୋଲି ମଙ୍ଗଳବାର କୋର୍ଟ ନିଷ୍ପତ୍ତିରେ କହିଛନ୍ତି। ମାତ୍ର ୪୦% ଅକ୍ଷମତା ଥିବାରୁ କେହି ଏମ୍‌ବିବିଏସ୍‌ରେ ଆଡମିଶନ(ଦାଖଲ) କରିବାକୁ ଅଯୋଗ୍ୟ ନୁହନ୍ତି ବୋଲି କୋର୍ଟ କହିଛନ୍ତି।

ଛାତ୍ର ଓମକାରଙ୍କ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ୧୯୯୭ର ଗ୍ରାଜୁଏଟ୍‌ ମେଡିକାଲ୍‌ ଏଜୁକେଶନ୍‌ ରେଗୁଲେଶନକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ୪୦% କିମ୍ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ଏମ୍‌ବିବିଏସ୍‌ ପଢ଼ିବାକୁ ବାରଣ କରିଥିଲା। କୋର୍ଟ କହିଛନ୍ତି ଯେ ବିଶେଷଜ୍ଞଙ୍କ ରିପୋର୍ଟରେ ପ୍ରାର୍ଥୀ ଏମ୍‌ବିବିଏସ୍‌ ପଢ଼ିବାରେ ଅସମର୍ଥ ବୋଲି କୁହା ନ ଯିବା ଯାଏ ଜଣେ ଏହି ପାଠ ପଢ଼ିପାରିବ। ଯଦି ଭିନ୍ନକ୍ଷମ ମୂଲ୍ୟାଙ୍କନ ବୋର୍ଡ ତାଙ୍କର ଅକ୍ଷମତା ହେତୁ ଅଧ୍ୟୟନ ସମ୍ପୂର୍ଣ୍ଣ କରିବାରେ ଅସମର୍ଥ ବୋଲି କୁହେ, ତେବେ କେବଳ ତାଙ୍କୁ ଆଡମିଶନ କରାଇବାରୁ ମନା କରାଯାଇପାରିବ।

ତେବେ ନ୍ୟାଶନାଲ ମେଡିକାଲ କାଉନ୍‌ସିଲର ପ୍ରଚଳିତ ନିୟମ ଅନୁଯାୟୀ,୪୦% ଅଧିକ ଅକ୍ଷମତା ଥିବା କୌଣସି ପ୍ରାର୍ଥୀ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଆଡମିଶନ ପାଇପାରିବେ ନାହିଁ। ଏହାକୁ ନେଇ କୋର୍ଟ କହିଛନ୍ତି ଯେ ଭିନ୍ନକ୍ଷମ ଥିବା ପ୍ରାର୍ଥୀଙ୍କ ପାଠ ପଢ଼ିବାର କ୍ଷମତା ଅକ୍ଷମତା ମୂଲ୍ୟାଙ୍କନ ବୋର୍ଡ ଦ୍ୱାରା ପରୀକ୍ଷା କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri