୩ ହଜାର ଉପରେ ଦୈନିକ ସଂକ୍ରମଣ: ଆଜି ୩୪୫୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨।୨(ବ୍ୟୁରୋ): ରାଜ୍ୟରେ ବୁଧବାର ୩୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୬ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୨ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୩୮ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୫୫ ହଜାର ୭୭୬ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୧୪ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୧୫୨, ବାଲେଶ୍ୱରରୁ ୧୦୫, ବରଗଡ଼ରୁ ୮୨, ଭଦ୍ରକରୁ ୫୨, ବଲାଙ୍ଗୀରରୁ ୧୦୩, ବୌଦ୍ଧରୁ ୫୩, କଟକରୁ ୨୦୨, ଦେବଗଡ଼ରୁ ୭୧, ଢେଙ୍କାନାଳରୁ ୩୫, ଗଜପତିରୁ ୭୩, ଗଞ୍ଜାମରୁ ୬୪, ଜଗତ୍‌ସିଂହପୁରରୁ ୬୪, ଯାଜପୁରରୁ ୭୩, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୬୦, କେନ୍ଦୁଝରରୁ ୩୯, କୋରାପୁଟରୁ ୫୩ , ମାଲକାନଗିରିରୁ ୧୬ ଆକ୍ରାନ୍ତ ଅଛନ୍ତି। ସେହିପରି ମୟୂରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୯୯, ନୟାଗଡ଼ରୁ ୧୨୫, ନୂଆପଡ଼ାରୁ ୧୮୧, ପୁରୀରୁ ୭୨, ରାୟଗଡ଼ାରୁ ୩୬ ,ସମ୍ବଲପୁରରୁ ୧୩୧ ସୁବର୍ଣ୍ଣପୁରରୁ ୨୧ , ସୁନ୍ଦରଗଡ଼ରୁ ୨୮୭ ଥିବାବେଳେ ଷ୍ଟେଟ ପୁଲ୍‌ରୁ୧୪୫ ଅଛନ୍ତି।