ଜାଲ୍‌ କାଗଜପତ୍ର ଦେଇ ୩ କୋଟିରୁ ଊର୍ଦ୍ଧ୍ୱ ଠକେଇ, ବନ୍ଧା ହେଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର

ଭୁବନେଶ୍ୱର,୨୬ା୧(ବ୍ୟୁରୋ): ଜାଲ୍‌ କାଗଜପତ୍ର ଦେଇ ୩ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବାପୁଜୀନଗରସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପୂର୍ବତନ ଚିଫ୍‌ ମ୍ୟାନେଜର ବିରେନ୍ଦ୍ର ପଟ୍ଟନାୟକ ଗିରଫ ହୋଇଛନ୍ତି। ବିରେନ୍ଦ୍ରଙ୍କ ସହିତ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି। ସେମାନେ ହେଲେ ଫିଲ୍ଡ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା। ଏହି ୩ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଇଡବ୍ଲ୍ୟୁଓ ଗିରଫ କରିଛି। ଜାଲ କାଗଜପତ୍ର ମାଧ୍ୟମରେ ସେମାନେ ୩ କୋଟି ୬୮ ଲକ୍ଷ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ୨୦୧୭ ମସିହାରେ ଠକେଇ ହୋଇଥିବା ବେଳେ ଗତ ଡିସେମ୍ବରରେ ଇଡବ୍ଲ୍ୟୁଓରେ ଅଭିଯୋଗ ହୋଇଥିଲା ।