ନବରାତ୍ରୀ ଅବସରରେ ୨୫୦୦ରୁ ଅଧିକ ପ୍ରତିମା ପ୍ରଦର୍ଶିତ…

ଥିରୁଭାନନ୍ତପୁରମ୍‌,୧୧।୧୦: ନବରାତ୍ରୀ ଅବସରରେ କେରଳରେ ବମ୍ମାଇ କୋଲୁ ପାଇଁ ୨୫୦୦ରୁ ଅଧିକ କ୍ଷୁଦ୍ର ପ୍ରତିମା ପ୍ରଦର୍ଶିତ ହୋଇଛି। ଏଭଳି ପ୍ରତିମା ପ୍ରଦର୍ଶନକୁ କେରଳରେ ବୋମ୍ମାଇ-କୋଲୁ କୁହାଯାଇଥାଏ। ଥିରୁଭାନନ୍ତପୁରମ୍‌ଠାରେ ଥିବା ଗାନ୍ଧାରୀ ଆମ୍ମା କୋଭିଲ ମନ୍ଦିରରେ ବୋମ୍ମାଇ କୋଲୁ ପ୍ରଦର୍ଶନ ହୋଇଛି। ଏହା କେରଳର ନବରାତ୍ରୀ ଉତ୍ସବର ମୁଖ୍ୟ ଆକର୍ଷଣ ।

ନବରାତ୍ରୀ ମହୋତ୍ସବର ଏକ ଅଂଶ ଭାବରେ କେରଳରେ ହିନ୍ଦୁ ଦେବତାମାନଙ୍କର ଧାତୁ ମୂର୍ତ୍ତି ଏବଂ ମାଟିରେ ନିର୍ମିତ ମୂର୍ତ୍ତି  ଘରେ ସଜାଯାଇଥାଏ। ଲୋକେ ନିଜ ବନ୍ଧୁ ବାନ୍ଧବ ପ୍ରିୟପରିଜନଙ୍କ ଘରେ ହୋଇଥିବା ବୋମ୍ମାଇ କୋଲୁ ଦେଖିବାକୁ ଘର ଘର ବୁଲିଥାନ୍ତି। ପୂର୍ବରୁ ତାମିଲ ବ୍ରାହ୍ମଣମାନଙ୍କ ମଧ୍ୟରେ ଏହା ଏକ ପରମ୍ପରା ଥିଲା, କିନ୍ତୁ ଏବେ ଅନ୍ୟମାନେମ ମଧ୍ୟ ନିଜ ଘରେ ବୋମ୍ମାଇ କୋଲୁ କରୁଛନ୍ତି।

ଗାନ୍ଧାରୀ ଆମ୍ମା କୋଭିଲ ମନ୍ଦିରରେ ବୋମ୍ମାଇ କୋଲୁ ଏକ ପୁରୁଣା ପରମ୍ପରା। ନବରାତ୍ରୀ ଅବସରରେ ବିଭିନ୍ନ ଦେବତାଙ୍କ ମୂର୍ତ୍ତି ମଣ୍ଡପମରେ ସଜାଯାଇଥାଏ। ଏହି ଉତ୍ସବ ଅକ୍ଟୋବର ୧୫ରେ ତାରିଖ ସୁଦ୍ଧା ଶେଷ ହେବ ବୋଲି ଗାନ୍ଧାରୀ ଅମ୍ମା କୋଭିଲ ମନ୍ଦିରର ସେକ୍ରେଟାରୀ ଆର.ପି. ନାୟାର କହିଛନ୍ତି। ନବରାତ୍ରୀ ଉତ୍ସବରେ ଦେବୀ ଦୁର୍ଗା ଏବଂ ତାଙ୍କର ନଅ ରୂପକୁ ପୂଜା କରାଯାଇଥାଏ। ଏହି ବୋମ୍ମାଇ କୋଲୁ ପ୍ରଦର୍ଶନ ଉତ୍ସବ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri