୨୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ: ବନ୍ଧାହେଲେ ଜଣେ

ସଜନାଗଡ଼,୨୪।୧୧(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସନ୍ତାରାଗଡ଼ିଆ ଅଞ୍ଚଳରୁ ୨୪୨ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୨୪ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ଓ ନୀଳଗିରି ଅବକାରୀ ବିଭାଗ ମିଳିତ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରିଛି। ଏହା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ପାଗୁଲୁ ପାଣିଗ୍ରାହୀ ।
ଖବର ଅନୁଯାୟୀ, ନୀଳଗିରି ଥାନା ଅଧିନ ସନ୍ତରାଗଡ଼ିଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ହେବା ନେଇ ଅଭିଯୋଗ ହୋଇ ଆସୁଥିଲା। ଗୁରୁବାର ଅବକାରୀ ଭ୍ରାମ୍ୟମାଣ ବିଭାଗର ସହାୟତାରେ ନୀଳଗିରି ଅବକାରୀ ଓଇଆସି ବିଶନାଥ ପରିଡା ଅନ୍ୟ କର୍ମଚାରୀଙ୍କ ସହ ସନ୍ତାରାଗଡ଼ିଆ ଅଞ୍ଚଳର ପାଗୁଲୁଙ୍କ ଘରେ ଚଢ଼ାଉ କରିଥିଲେ।