ମଦଭାଟିରୁ ବାହାରିଲାଣି ୨୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା: ଗଣିବାକୁ ଲାଗିବ ଆହୁରି ୩ରୁ ୪ ଦିନ

ବଲାଙ୍ଗୀର, ୭ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହରର ମଦଭାଟିରୁ ୨୦୦ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଆୟକର ବିଭାଗ ଜବତ କରିବା ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ମଦଭାଟିକୁ ଏତେ ପରିମାଣର ଟଙ୍କା କୁଆଡୁ ଆସିଲା ତାକୁ ନେଇ ଏବେ ଘନ ଘନ ଚର୍ଚ୍ଚା ଜାରି ରହିଛି। ଟିକସ ଫାଙ୍କି ସନ୍ଦେହରେ ବୁଧବାରଠାରୁ ବଲାଙ୍ଗୀର ଓ ଟିଟିଲାଗଡ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆୟକର ବିଭାଗର ଏହି ଚଢ଼ାଉ ଅଭିଯାନ ଗୁରୁବାର ମଧ୍ୟ ଜାରି ରହିଛି। ବୁଧବାର ରାତି ସୁଦ୍ଧା ଆୟକର ବିଭାଗ ବଲଙ୍ଗୀର ସହରର ସୁଦପଡା ଦେଶୀ ମଦଭାଟି ଏବଂ କ୍ଳବ୍‌ପଡା କାର୍ଯ୍ୟ କାର୍ଯ୍ୟାଳୟ ସମେତ ଟିଟିଲାଗଡ ସହରର ତିନୋଟି ସ୍ଥାନରୁ ବସ୍ତା ବସ୍ତା ଟଙ୍କା ଜବତ କରିଥିବା ଜଣାପଡିଥିଲା।

ଆୟକର ବିଭାଗ ଅଧିକାରୀମାନେ ଏହି ଚଢ଼ାଉ ସମ୍ପର୍କରେ ମୁହଁ ଖୋଲୁ ନ ଥିଲେ ମଧ୍ୟ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସୁଦପଡା ମଦଭାଟି ଏବଂ କ୍ଳବ୍‌ପଡା ମଦ କାର୍ଯ୍ୟାଳୟରୁ ୧୫୬ଟି ବ୍ୟାଗ୍‌ ଓ ବସ୍ତାଭର୍ତ୍ତି ଟଙ୍କା ଟ୍ରକ୍‌ ଯୋଗେ ବଲାଙ୍ଗୀର ଏସ୍‌ପି ଅଫିସ ସମ୍ମୁଖ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ ଶାଖା ଓ କ୍ଷେତ୍ରୀୟ ବ୍ୟବସାୟିକ ଶାଖାକୁ ଆଣିଥିଲେ। ଗୁରୁବାର ସକାଳୁ ୫ଟି ଟଙ୍କାଗଣା ମେଶିନ୍‌ରେ ଜବତ ଟଙ୍କା ଗଣିବା ଆରମ୍ଭ କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ ପ୍ରଥମ ଗୋଟିଏ ବ୍ୟାଗ୍‌ରୁ ଅଢ଼େଇ କୋଟି ଟଙ୍କା ବାହାରିଥିବା ଜଣାପଡିଛି। ଗୁରୁବାର ଆୟକର ବିଭାଗ ଆଡିସନାଲ ଡାଇରେକ୍ଟର ଗୁରପ୍ରୀତ ସିଂ ବଲାଙ୍ଗୀର ଏସବିଆଇ ଶାଖାକୁ ପହଞ୍ଚତ୍ ଟଙ୍କା ଗଣତି ପ୍ରକ୍ରିୟା ତଦାରଖ କରିଥିବା ଜଣାପଡିଛି। ମଦଭାଟି ଭିତରେ ୯ଟି ଆଲମିରା ଓ କିଛି ବସ୍ତା ଭର୍ତ୍ତି ଟଙ୍କା ଜବତ କରାଯାଇଥିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆୟକର ବିଭାଗ ଜବତ କରିଥିବା ଜଣାପଡିଛି। ତେବେ ଏହି ମଦଭାଟିରେ ଆଉ କ’ଣ ଜିନିଷ ପତ୍ର ରହିଛି ଓ ଅନ୍ୟ କେଉଁଠି ଟଙ୍କା ରହିଛି କି ନାହିଁ ତାକୁ ନେଇ ତନାଘନା ଚାଲିଛି। ସୁଦପଡା ମଦଭାଟି ଏବଂ କ୍ଳବପଡା ଅଫିସକୁ ଆୟକର ବିଭାଗ ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବେ ନିଜ ଅଧୀନରେ ରଖିଛନ୍ତି। ସେଠାରେ କାମ କରୁଥିବା ୩୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ମଧ୍ୟ କେହି କୁଆଡେ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁଦପଡା ମଦଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଗୁରୁବାର ବ୍ୟାଙ୍କକୁ ଅଣାଯାଇ ତାଙ୍କରି ଉପସ୍ଥିତିରେ ଟଙ୍କା ଗଣା ପ୍ରକ୍ରିୟା ଆରମ୍ଭ କରାଯାଇଛି।

ବଲାଙ୍ଗୀର ଆଡିସନାଲ ଏସ୍‌ପି ସୁରେଶ ନାଏକ, ଡିଏସ୍‌ପି ଯୋଗେଶ୍ୱର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଗୁରୁବାର ସନ୍ଧ୍ୟା ସୁଦ୍ଧା ମାତ୍ର ୧୦ଟି ବ୍ୟାଗ୍‌ର ଟଙ୍କା ଗଣାଯାଇଥିବା ଜଣାପଡିଛି। ବୁଧବାର ଭୁବନେଶ୍ୱରର ୩୦ ଜଣିଆ ଆୟକର ଟିମ୍‌ ବଲାଙ୍ଗୀର ଓ ଟିଟିଲାଗଡର ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲେ। ଟିଟିଲାଗଡର ଜଣାଶୁଣା ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘରେ ଆୟକର ବିଭାଗର ଚଢ଼ାଉ ପରେ ବଲାଙ୍ଗୀର ସୁଦପଡା ମଦଭାଟି ଓ କ୍ଳବ୍‌ପଡା ମଦ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା। ଝାରଖଣ୍ଡର ବଲଦେବ ସାହୁ ଆଣ୍ଡ ସନ୍ସ କମ୍ପାନୀ ପରିଚାଳିତ ମଦଭାଟି ଗୁଡିକରେ ଟିକସ ଫାଙ୍କିକୁ ନେଇ ଆୟକର ବିଭାଗର ଏକକାଳୀନ ଚଢ଼ାଉ ପରେ ଶତାଧିକ କୋଟି ଟଙ୍କା ଜବତ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri