ବାଟ ଓଗାଳୁଛି ଆଧାର, ବ୍ୟାଙ୍କ ଜମାଖାତା

ରସୁଲପୁର,୫ା୪(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଆଇନର ବାଟ ଓଗାଳୁଛି ଆଧାର କାର୍ଡ ଓ ବ୍ୟାଙ୍କ ଜମାଖାତା। ଆଧର ଲିଙ୍କ୍‌ ହୋଇପାରୁ ନ ଥିବାରୁ ବ୍ଲକ ଅଞ୍ଚଳରେ ୨ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ଚାଉଳ ବନ୍ଦ ରହିଛି। ଆଧାର ଓ ବ୍ୟାଙ୍କ ଜମାଖାତା ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ କରିବାକୁ ସରକାରୀ ନିର୍ଦ୍ଦେଶ ରହିଥିବା ଡିଲରମାନେ କହୁଛନ୍ତି। ଏହି ନିର୍ଦ୍ଦେଶନାମାକୁ ଯୋଗାଣ ବିଭାଗ ପାଳନ କରିବା ବେଳେ ଅଧିକାଂଶ ବୃଦ୍ଧାବୃଦ୍ଧ ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏବେ ବ୍ୟାଙ୍କ ଜମାଖାତା ନ ଥିବା ହିତାଧିକାରୀଙ୍କୁ ଚାଉଳ ବନ୍ଦ କରିବା ପାଇଁ ବଣ୍ଟନ ଦାୟିତ୍ୱରେ ଥିବା ଏଜେନ୍ସି ଖୋଲାଖୋଲି କହୁଛନ୍ତି। ଏହାକୁ ମିଶାଇଲେ ଚାଉଳ ବନ୍ଦ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ଆହୁରି ବଢିବ ବୋଲି ମତ ପ୍ରକାଶ ପାଇଛି।
ନିମୟାନୁଯାୟୀ, ଏହି ଯୋଜନାରେ ସାମିଲ ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚତ୍ତ ହୋଇପାରିବେ ନାହିଁ। ଏ ନେଇ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ ବି କରିଛନ୍ତି। ଏହା ପରେ ଆଧାର, ବ୍ୟାଙ୍କ ପାସବୁକ୍‌, ଏକାଧିକ ସ୍ଥାନରେ ହିତାଧିକାରୀମାନଙ୍କ ନାମ ଥିବା ଆଳରେ ବହୁ ହିତାଧିକାରୀଙ୍କୁ ଚାଉଳରୁ ବଞ୍ଚତ୍ତ କରାଯାଉଛି। ଏହାଛଡା ସବୁ ସମୟରେ ଜଣେ ଯୋଗ୍ୟ ହିତାଧିକାରୀ ଯୋଜନାରେ ସାମିଲ ହେବେ ଓ ଅଯୋଗ୍ୟକୁ ଚିହ୍ନଟ କରାଯାଇ ଯୋଜନାରୁ ବାଦ୍‌ ଦିଆଯିବାର ନିୟମ ରହିଛି। ହେଲେ ଦୀର୍ଘ ସମୟ ଧରି ଖାଦ୍ୟ ସୁରକ୍ଷା ଯୋଜନା ସାଇଟ୍‌କୁ ବନ୍ଦ ରଖାଯାଇଛି।ଫଳରେ ନୂତନ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ସମ୍ଭବ ହେଉନାହିଁ, ଯାହାକି ଯୋଜନାର ଅସଲ ଉଦ୍ଦେଶ୍ୟ ପୂରଣ ହେବାରେ ବାଧା ସୃଷ୍ଟି କରୁଛି। ଏସବୁ ପରେ ସରକାର କୋର୍ଟରେ ସତ୍ୟପାଠ ଜରିଆରେ ଗୋଟିଏ କଥା କହୁଥିବା ବେଳେ ବାସ୍ତରେ କ୍ଷେତ୍ରରେ ଭିନ୍ନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି।
ଏହି କ୍ରମରେ ଦେଖିଲେ ୨୦୧୧ ଜନଗଣନା ଅନୁସାରେ ରସୁଲପୁର ବ୍ଲକରେ ୩୬ହଜାରୁ ଊର୍ଦ୍ଧ୍ୱ ପରିବାର ଅଛନ୍ତି। ସେଥିମଧ୍ୟରୁ ୩୧,୭୭୨ ପରିବାରର ୧ଲକ୍ଷ୨୩ହଜାର୬୫୩ ବ୍ୟକ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅଛନ୍ତି ା ଅନ୍ତେଦ୍ୱୟ ଅନ୍ନ ଯୋଜନା ଜରିଆରେ ୪୩୪୪ ପରିବାରର, ୧୫,୨୮୬ଜଣଙ୍କୁ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ୨୪୭୨ ପରିବାରର ୮,୧୬୪ଜଣଙ୍କୁୁ ଚାଉଲ ଉପଲବ୍ଧ ହେଉଛି। ତେବେ ମୋଟରେ ୪୪,୨୮୦ ପରିବାରର ୧ଲକ୍ଷ ୪୭ହଜାର୧୦୩ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି। ଉକ୍ତ ପରିବାରର ଶତ ପ୍ରତିଶତ ଲୋକଙ୍କ ଆଧାର ସିଡିଲିଂ କରିବା ପାଇଁ ଏକ ପ୍ରକାର ବାଧ୍ୟତାମୂଳକ ବୋଲି କୁହାଯାଉଛି। ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୩୧,୫୦୪ ପରିବାରର ଆଧାର କାର୍ଡ ଭାଲିଡେଶନ ହୋଇସାରିଛି ା ଅନ୍ତେଦ୍ୱୟ ଅନ୍ନ ଯୋଜନାରୁ ୩୯ଟି ପରିବାର ଓ ପିଏଚଏଚ କାର୍ଡ ପରିବାର ମଧ୍ୟରୁ ୯୮ଟି ପରିବାରକୁ ମିଶାଇ୧୩୭ଟି ପରିବାରର ଆଦୌ ଆଧାର କାର୍ଡ ନ ଥିବା ଜଣାଯାଇଛି। ଏଭଳି ମୋଟାମୋଟି ଭାବେ ଦେଖିଲେ ଏବେ ବି ୨୫୦୦ରୁ ଊର୍ଦ୍ଧ୍ୱ ପରିବାରର ଆଧାର ଭାଲିଡେଶନ ହୋଇପାରି ନାହିଁ। ଆଧାର ଭାଲିଡେଶନ ହୋଇ ପାରି ନ ଥିବାରୁ ସେମାନଙ୍କ ଚାଉଲ ବନ୍ଦ ହୋଇଯିବା ନିଶ୍ଚିତ ହୋଇଛି। ହିତାଧିକାରୀମାନେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲାସ୍ତରୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରୁଛନ୍ତି। ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ପାରୁନାହିଁ। ବିଭାଗ ସହ ଯୋଗାଯୋଗ କରିବାରୁ ସେମାନଙ୍କୁ ଯାହା ସରକାରୀ ନିର୍ଦ୍ଦେଶ ମିଳିଛି, ସେହି ଆଧାରରେ ସେମାନେ କାମ କରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ସାଇଟ୍‌ ଖୋଲିବା ପରେ ଯାହାକିଛି ସମସ୍ୟା ସମାଧାନ ହୋଇପାରିବ ବୋଲି ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଶାପୋଷଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri