ଅଭିଯୁକ୍ତ ବୋହୂ, ପୁଅ ଗିରଫ

ଯାଜପୁର ଟାଉନ,୫ା୪(ଡି.ଏନ.ଏ.):ଯାଜପୁର ଜିଲା ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତ ଦତ୍ତପୁର ଗ୍ରାମର ମଖି ବେହେରା (୮୦) ନାମ୍ନୀ ଜଣେ ବୃଦ୍ଧାଙ୍କୁ ତାଙ୍କ ବୋହୂପୁଅ ନିର୍ଯାତନା ଦେଉଥିଲେ। ଏପରି କି ତାଙ୍କୁ ଇଟାରେ ପୋତି ହତ୍ୟା ଉଦ୍ୟମ କରିଥିଲେ ା ଏ ସଂକ୍ରାନ୍ତରେ ମଖି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା(ନଂ.୨୧୫/୨୨)ରେ ରୁଜୁ କରିଛି ା ମଖିଙ୍କ ସାନ ବୋହୂ ଓ ପଡୋଶୀ ତାଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ା ମଖିଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ପୁଅବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା
ସୂଚନାଯୋଗ୍ୟ, ୧୦ ବର୍ଷ ତଳେ ମଖିଙ୍କ ସ୍ବାମୀ ତୌଲି ଆରପାରିକୁ ଚାଲିଯାଇଥିଲେ। ସ୍ବାମୀଙ୍କ ଫେରି ବ୍ୟବସାୟକୁ ଆଧାର କରି ମଖି ଗାଁରେ ବୁଲି ମଟର ବିକି ୪ ପୁଅଙ୍କୁ ମଣିଷ କରିଥିଲେ ା ଆଶା ଥିଲା ବୃଦ୍ଧାକାଳରେ ପୁଅମାନେ ସାହାରା ହେବେ। ହେଲେ ୪ ପୁଅ ବିବାହ କରିବା ପରେ ବାପାଙ୍କ ଜମିବାଡ଼ିକୁ ନିଜ ଅକ୍ତିଆରକୁ ନେବାକୁ ଲାଗିପଡ଼ିଥିଲେ ା ଗତ ଶନିବାର ମଝିଆଁ ପୁଅ ରଘୁନାଥ ଓ ବୋହୂ ମଧୁସ୍ମିତା ମଖିଙ୍କ ନିକଟରେ କିଛି ଦାବି ରଖିଥିଲେ। ରଘୁନାଥଙ୍କ ଏହି ଦାବିକୁ ମଖି ଅଗ୍ରାହ୍ୟ କରିଦେବାରୁ ଆରମ୍ଭ ହେଲା ଅକଥନୀୟ ଅତ୍ୟାଚାର। ପୁଅ ବୋହୂ ମିଳିମିଶି ମଖିଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ ା ଏତିକିରେ କଥା ସରି ନ ଥିଲା ା ଘର ତିଆରି ପାଇଁ ଥିବା ଶତାଧିକ ଇଟାକୁ ମଖିଙ୍କ ଉପରେ ଲଦି ଚାଲିଥିଲେ। ଯନ୍ତ୍ରଣାରେ ଛଟ ପଟ ମଖି ଚିତ୍କାର କରୁଥିଲେ ମଧ୍ୟ ପୁଅ ବୋହୂ ଶୁଣିବାକୁ ପ୍ରସ୍ତୁତ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ୮୭୩ ହେକ୍ଟର ସୂର୍ଯ୍ୟମୁଖୀ ଚାଷ

ବ୍ରହ୍ମପୁର ଅଫିସ,୪।୪: ତୈଳବୀଜ ଉତ୍ପାଦନରେ ସୂର୍ଯ୍ୟମୁଖୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ପ୍ରଚୁର ପରିମାଣରେ ଜୀବନଶକ୍ତି ବା ଖାଦ୍ୟପ୍ରାଣ ରହିଛି। ଏଥିରେ ମୁଖ୍ୟତଃ ୨୦.୮% ପୁଷ୍ଟିସାର ଓ...

ପୁବୁ ସାହି ନିକଟ ଶଙ୍ଖ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ସାନପୁଅ ଆଣିଲେ ହତ୍ୟା ଅଭିଯୋଗ, ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଆଦର୍ଶ ଥାନା ପୋଲିସ

ଖୋର୍ଦ୍ଧା ଅଫିସ,୧୬।୪: ଖୋର୍ଦ୍ଧା ଆର୍ଦଶ ଥାନା ଜାତୀୟ ରାଜପଥ ପୁବୁ ସାହି ନିକଟ ଶଙ୍ଖ ତଳୁ ପୋଲିସ ଗୁରୁବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।...

ସୁରକ୍ଷା ବଳୟରେ ପାକ୍ସ ସମ୍ପାଦକ

ଯାଜପୁର ଅଫିସ,୧୯।୭: ରାଜ୍ୟର ୧୪୦ ପ୍ରାଇମେରୀ ଏଗ୍ରିକଲଚରାଲ କ୍ରେଡିଟ୍‌ ସୋସାଇଟି (ପାକ୍ସ) ଓ ଲାର୍ଜ ଏରିଆ ମଲ୍‌ଟିପରପୋଜ୍‌ ସୋସାଇଟି (ଲାମ୍ପସ୍‌)ର ୧୭୪ ଜଣ ଅଧିକାରୀ ଓ...

ମୋବାଇଲ ହେଲା କାଳ: ବଡ଼ ଭାଇର ଠେଙ୍ଗା ମାଡ଼ରେ ଚାଲିଗଲା ସାନ ଭାଇର ଜୀବନ

ରାୟଗଡ଼ା ଅଫିସ,୧୮।୬-ବଡ଼ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇର ମୃତ ହୋଇଛି। ଏଭଳି ଘଟଣା ରାୟଗଡ଼ା ଜିଲା କାଶୀପୁର ଥାନା ପଣସଗୁଡ଼ା ଗ୍ରାମରେ ଗୁରୁବାର ଦେଖିବାକୁ...

ସର୍ବସାଧାରଣ ସ୍ଥାନରେ ଅଳିଆ ପକାଇଲେ ଦେବାକୁ ପଡ଼ିବ ଜରିମାନା

ଭଦ୍ରକ ଅଫିସ,୧୭।୧୦: ଏଣିକି ସର୍ବସାଧାରଣ ସ୍ଥାନରେ ଅଳିଆ ପକାଇଲେ ଜରିମାନା ଦେବାକୁ ପଡ଼ିବ । ଭଦ୍ରକ ପୌରପାଳିକା ପକ୍ଷରୁ ଏପରି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।...

ବନ୍ଧରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରଣପୁର,୩୧।୭(ଡି.ଏନ୍‌.ଏ.): ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ମଙ୍ଗଳବାର ସୁନାଖଳା ଫାଣ୍ଡି ଅନ୍ତର୍ଗତ ତଳକଣି ଗ୍ରାମ ମୁଣ୍ଡରେ ଥିବା ବନ୍ଧରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର...

ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦେଶନାମା: ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଶଟ୍‌ଡାଉନ

ଛତ୍ରପୁର, ୪।୪(ଡି.ଏନ.ଏ .)- ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ତାଲା ବନ୍ଦ ପରିପ୍ରେକ୍ଷିରେ ଅଧିକ କଠୋର କଟକଣା ଜାରି କରିଛନ୍ତି...

ଗଛରେ ପିଟିହେଲା ବାଇକ୍‌: ଚାଲିଗଲା ୨ ଜୀବନ

ତିହିଡ଼ି,୨ା୧୨(ସ୍ବ.ପ୍ର.)-ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ପ୍ରସନ୍ନ ମଲିକ(୧୯) ଓ ନାୟକାଣିଡିହୀ ଥାନା ଅନ୍ତର୍ଗତ ଭଞ୍ଜସାହିର ଧର୍ମପଦ ମଲିକ(୧୯)ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ...

Advertisement
Archives

Model This Week