୩୦,୦୦୦ରୁ କମ୍‌ ମୂଲ୍ୟରେ ୨ଲକ୍ଷରୁ ଅଧିକ ମୋବାଇଲ ବିକ୍ରି

ନୂଆଦିଲ୍ଲୀ,୩।୧୦: ପାର୍ବଣ ପୂର୍ବରୁ ଇ କର୍ମସ ପ୍ଲାଟ୍‌ଫର୍ମଗୁଡିକ ପକ୍ଷରୁ ଆକର୍ଷଣୀୟ ରିହାତି ସାଙ୍ଗକୁ ସ୍ବତନ୍ତ୍ର ସେଲ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସେଲ୍‌ ଜରିଆରେ ପ୍ରଦାନ କରାଯାଉଥିବା ଅଫରରେ ୩୦,୦୦୦ଟଙ୍କାରୁ କମ୍‌ ମୂଲ୍ୟରେ ୨ଲକ୍ଷରୁ ଅଧିକ ମୋବାଇଲ ଫୋନ୍‌ ବିକ୍ରି ହୋଇଛି। ଏପରିକି ଆମାଜନ୍‌.ଇନ୍‌ରେ ୨୦୨୪ ସେପ୍ଟେମ୍ବର ୨୭ରୁ ଆରମ୍ଭ ହୋଇଥିବା ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ (ଏଜିଆଇଏଫ୍‌)ରେ ପ୍ରଥମ ଥର ପାଇଁ ଆମାଜନ୍‌.ଇନ୍‌ ଏବଂ ପ୍ରିମିୟମ ସ୍ମାର୍ଟଫୋନ୍‌ (୩୦,୦୦୦ ଟଙ୍କାରୁ କମ୍‌) ରେ ୨ଲକ୍ଷରୁ ଅଧିକ ଗ୍ରାହକ ମୋବାଇଲ ଫୋନ୍‌ କିଣିଛନ୍ତି ଏବଂ ଆପଲ୍‌, ୱାନ୍‌ପ୍ଲସ୍‌ ଏବଂ ସାମ୍‌ସଙ୍ଗ୍‌ ସବୁଠାରୁ ଅଧିକ ପସନ୍ଦର ପ୍ରିମିୟମ ବ୍ରାଣ୍ଡ୍‌ ହୋଇଥିବାରୁ ସମସ୍ତ ମୂଲ୍ୟ ବର୍ଗ ମଧ୍ୟରେ ବାର୍ଷିକ ସର୍ବାଧିକ ୩୦%ରୁ ଅଧିକ ଅଭିବୃଦ୍ଧି ଘଟିଛି। ସେହିଭଳି ସାମ୍‌ସଙ୍ଗ୍‌, ଶାଓମି, ସୋନି ଏବଂ ଏଲ୍‌ଜି ସବୁଠାରୁ ପସନ୍ଦର ଟିଭି ବ୍ରାଣ୍ଡ୍‌ ହୋଇଥିଲାବେଳେ ଗ୍ରାହକମାନେ ମଧ୍ୟ ବଡ଼ ପରଦାରେ ଅପ୍‌ଗ୍ରେଡ୍‌ ହୋଇଛନ୍ତି। ଏପରିକି ବିଳାସପୂର୍ଣ୍ଣ ପରଫ୍ୟୁମ ଏବଂ ମହିଳା ଏଥିନିକ୍‌ ପୋଷାକରେ ଗେସ୍‌, ଡେଭିଡଫ୍‌, କାଲଭିନ୍‌ କ୍ଲେନ୍‌, ଜନସ୍ୟା, ବିବା ଏବଂ ଆହୁରି ଅନେକ ବ୍ରାଣ୍ଡ୍‌ରୁ ବ୍ୟାପକ କ୍ରୟ କରିଥିଲାବେଳେ ବିକ୍ରି ପରିମାଣ ପ୍ରାୟ ୧.୫ ଗୁଣ ବୃଦ୍ଧି ପାଇଛି। ସେହିପରି ବିଏୟୁ ତୁଳନାରେ ସୁନା ଏବଂ ହୀରା (ଲାବ୍‌ରେ ଉତ୍ପାଦିତ ହୀରାକୁ ସାମିଲକରି) ଗହଣାର ଚାହିଦା ୫ ଗୁଣ ବୃଦ୍ଧି ପାଇଥିଲାବେଳେ ଜେନ୍‌ଜେଡ୍‌ ଏବଂ ଡି୨ସି ବ୍ରାଣ୍ଡ୍‌ର ଦୃଢ଼ ଚୟନରେ ବେୱାକୁଫ୍‌, ଜୁନ୍ବେରୀ, ଲାକୋଷ୍ଟେ, ପନ୍ତ ପ୍ରୋଜେକ୍ଟ, ସ୍ନିଚ୍‌ ଭଳି ବ୍ରାଣ୍ଡ୍‌ ନେତୃତ୍ୱରେ ୨.୫ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଅପରପକ୍ଷରେ ରୋଷେଇ ଘରର ଅତ୍ୟାବଶ୍ୟକ ସାମଗ୍ରୀର ଚାହିଦା ବୃଦ୍ଧି ପାଉଥିବା ବେଳେ ରୋଷେଇ ଘରର ଷ୍ଟୋରେଜ ବାର୍ଷିକ ୬୦%ରୁ ଅଧିକ ବୃଦ୍ଧି ପାଇଥିବା ସହ ମିକ୍ସର ଗ୍ରାଇଣ୍ଡର୍ସ,ପ୍ରେସର କୁକର ୩୦% ବୃଦ୍ଧି ପାଇଛି। ସବ୍‌ସ୍କ୍ରାଇବ୍‌ ଆଣ୍ଡ ସେଭ୍‌ ପ୍ରୋଗ୍ରାମ ପାଇଁ ନୂଆ ସାଇନ୍‌ ଅପ୍‌ରେ ୩ ଗୁଣର ସବୁଠାରୁ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା। ଏପରିକି ଗ୍ରାହକମାନେ ଏକ୍ସଚେଞ୍ଜ, ଇଏମ୍‌ଆଇ, ବ୍ୟାଙ୍କ ରିହାତି, କ୍ୟାଶ୍‌ବ୍ୟାକ୍‌, ପୁରସ୍କାର ଏବଂ ଡୋରଷ୍ଟେପ୍‌ ଇନ୍‌ଷ୍ଟାଲେଶନ୍‌ ଏବଂ ସେଟ୍‌ଅପ୍‌ (୪୦୦ରୁ ଅଧିକ ସହରରେ) ସମେତ ବ୍ୟାପକ ସୁଲଭ ବିକଳ୍ପ ବ୍ୟବହାରକରି ସେମାନଙ୍କ ପସନ୍ଦର ମୋବାଇଲ୍‌, ୱାଶିଂ ମେଶିନ୍‌, ଟିଭି, ଫ୍ରିଜ୍‌, ଏସି, ଗେମିଂ କନ୍‌ସୋଲରେ ବ୍ୟାପକ କ୍ରୟ ଓ ସୁବିଧା ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆମାଜନ୍‌.ଇନ୍‌ରେ ପ୍ରାଇମ ମେମ୍ବରଙ୍କ ପାଇଁ ୨୪ ଘଣ୍ଟିଆ ଆଗୁଆ ଆକ୍‌ସେସ୍‌ ସହ ଆରମ୍ଭ ହୋଇଥିବା ଏଜିଆଇଏଫ୍‌ରେ ବିକ୍ରେତା ଏବଂ ବ୍ରାଣ୍ଡ୍‌ ପାର୍ଟନରଙ୍କ ପାଇଁ ସବୁଠାରୁ ବଡ଼ ଓପନିଂ ଆଣିଥିଲା। ଏପରିକି ସାରା ଦେଶରେ ବହୁ ଲକ୍ଷ ଗ୍ରାହକଙ୍କ ପାଇଁ ଖୁସି ଆଣିଥିବା ଏହି ଫେଷ୍ଟିଭାଲର ପ୍ରଥମ ୪୮ଘଣ୍ଟାରେ ପ୍ରାୟ ୧୧ କୋଟି ଗ୍ରାହକ ପରିଦର୍ଶନ ସହିତ ୮,୦୦୦ ରୁ ଅଧିକ ବିକ୍ରେତାଙ୍କ ବିକ୍ରି ୧ଲକ୍ଷ ଟଙ୍କା ଅତିକ୍ରମ ସହ ସର୍ବକାଳୀନ ରେକର୍ଡ କରିଛି। ଏପରିକି ଗ୍ରାହକମାନେ ଟପ୍‌ବ୍ରାଣ୍ଡ୍‌ର ଲାପ୍‌ଟପ୍‌, ଟିଭି, ଫ୍ୟାଶନ ଏବଂ ସୌନ୍ଦଯର୍‌ୟ, ହୋମ୍‌ ଡେକୋର ଉପକରଣ, ଆସବାବପତ୍ର, ସ୍ମାର୍ଟଫୋନ୍‌ ଏବଂ ଗ୍ରୋସେରି ଭଳି ବର୍ଗରେ ୨୫,୦୦୦ରୁ ଅଧିକ ନୂତନ ପ୍ରଡକ୍ଟ ଶୁଭାରମ୍ଭର ସୁବିଧା ମଧ୍ୟ ପାଇଛନ୍ତି। ଏ ସମ୍ପର୍କରେ ଆମାଜନ ଇଣ୍ଡିଆର ଭାଇସ୍‌ ପ୍ରେସିଡେଣ୍ଟ ସୌରଭ ଶ୍ରୀବାସ୍ତବ କହିଛନ୍ତି,ଏଜିଆଇଏଫ୍‌-୨୪ର ପ୍ରଥମ ୪୮ଘଣ୍ଟା ଆମ ପାଇଁ ଐତିହାସିକ ଏବଂ ଆମାଜନ୍‌.ଇନ୍‌ର ସର୍ବଶ୍ରେଷ୍ଠ ସମୟ ହୋଇଥିଲାବେଳେ ରେକର୍ଡ ସଂଖ୍ୟକ ଗ୍ରାହକଙ୍କ ପରିଦର୍ଶନ ଏବଂ ପିଇଏ ସମୟରେ ସର୍ବାଧିକ ସଂଖ୍ୟକ ପ୍ରାଇମ ମେମ୍ବରଶପିଂ କରୁଥିବା ଦେଖି ଆମେ ବେଶ୍‌ ଉତ୍ସାହିତ ଥିଲୁ। ଏପରିକି ଆମେ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ସମେତ ସମଗ୍ର ଭାରତରେ ବିକ୍ରେତାଙ୍କ ପ୍ରବଳ ଅଂଶଗ୍ରହଣ ଦେଖିଥିଲୁ ଏବଂ ଏଜିଆଇଏଫ୍‌-୨୪ର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ହଜାର ହଜାର ବିକ୍ରେତା ଲକ୍ଷପତି ହୋଇଥିଲାବେଳେ ଆମର ୧ ମାସ ବ୍ୟାପୀ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲର ଏହି ଉତ୍ସାହଜନକ ଆରମ୍ଭ ପାଇଁ ଆମେ ବେଶ୍‌ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?