Posted inଜାତୀୟ

ୟୁକ୍ରେନ୍‌ରେ ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ର, ଶସ୍ତା ପାଠପଢ଼ା ଖର୍ଚ୍ଚ ପାଇଁ ପ୍ରତିବର୍ଷ ଯାଇଥାନ୍ତି…

ନୂଆଦିଲ୍ଲୀ/କାଇଭ୍‌, ୩୧।୧ : ପୁଣି ଥରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ସୁରକ୍ଷା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପରିସ୍ଥିତିକୁ ନିରନ୍ତର ନଜରରେ ରଖି ଭାରତ ସରକାର କହିଛନ୍ତି ଯେ, ଅଧିକାଂଶ ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନ୍‌ରେ ମେଡିସିନ ଏବଂ ଇଞ୍ଜିନିୟରିଂ ପଢୁଛନ୍ତି। ଏଭଳି ପରିସ୍ଥିତିରେ ଭାରତ ସେଠାରେ ରହୁଥିବା ନାଗରିକମାନଙ୍କୁ କାଇଭ୍‌ରେ ଥିବା ଭାରତୀୟ ଦୂତାବାସରେ ପଞ୍ଜିକୃତ କରିବାକୁ କହିଛି, ଯାହାଫଳରେ ଆବଶ୍ୟକ ହେଲେ ସେମାନଙ୍କୁ ଶୀଘ୍ର ସାହାଯ୍ୟ କରାଯାଇପାରିବ।

ଏଠାରେ ହୁଏତ କେତେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ ଯେ ୟୁକ୍ରେନରେ ଅସ୍ଥିରତା ସତ୍ତ୍ୱେ ମଧ୍ୟ ବହୁ ସଂଖ୍ୟକ ଭାରତୀୟ ଛାତ୍ରୀଛାତ୍ର ସେଠାକୁ ଯାଆନ୍ତି କାହିଁକି? ଏବେ ମଧ୍ୟ ଭାରତ ଭଳି ଦେଶରେ ଏମବିବିଏସ୍‌ ଡିଗ୍ରୀ ଭଲ ରୋଜଗାରର ଗ୍ୟାରେଣ୍ଟି ପ୍ରଦାନ କରିଥାଏ। ଭାରତରେ କେବଳ ୮୮ ହଜାର ଏମବିବିଏସ୍‌ ସିଟ ଅଛି। କିନ୍ତୁ ୨୦୨୧ ରେ ମେଡିକାଲ ପ୍ରବେଶିକା ପରୀକ୍ଷା, ଏନ୍‌ ଇଇଟି ରେ ୮ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ତେଣୁ ଭାରତରେ ୭ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କ ଡାକ୍ତର ହେବାର ସ୍ବପ୍ନ ପ୍ରତିବର୍ଷ ପୂରଣ ହୋଇ ପାରି ନଥାଏ। ଡାକ୍ତର ହେବାର ସ୍ବପ୍ନକୁ ସାକାର କରିବା ପାଇଁ ପ୍ରତିବର୍ଷ ହଜାର ହଜାର ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନ ଏବଂ ଅନ୍ୟ ଦେଶକୁ ପାଠ ପଢ଼ିବାକୁ ଯାଇଥାନ୍ତି।

ଏହାର ଅନ୍ୟ ଏକ କାରଣ ହେଉଛି ଭାରତରେ ଘରୋଇ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରୀ ଶିକ୍ଷାର ମୂଲ୍ୟ ମଧ୍ୟ ବହୁତ ମହଙ୍ଗା। ଦେଶର ଏକ ଘରୋଇ ମେଡିକାଲ କଲେଜରେ ପଢ଼ିିବା ପାଇଁ ପ୍ରାୟ ଏକ କୋଟି ଟଙ୍କାର ଖର୍ଚ୍ଚ ହୋଇଥାଏ। ତେବେ ୟୁକ୍ରେନ ପରି ଦେଶରେ ଡାକ୍ତରୀ ଶିକ୍ଷା ମାତ୍ର ୨୫ ଲକ୍ଷ ଟଙ୍କାରେ ହୋଇ ପାରିଥାଏ।

ଏହି କାରଣରୁ ବହୁ ଛାତ୍ରୀଛାତ୍ର ୟୁକ୍ରେନ ଏବଂ ଅନ୍ୟ ଦେଶକୁ ଡାକ୍ତରୀ ପଢ଼ିବା ହେବା ପାଇଁ ଯାଇଥାନ୍ତି। ମେଡିକାଲ ଏବଂ ଇଞ୍ଜିନିୟରିଂ ପରି କ୍ଷେତ୍ରରେ ଶସ୍ତା ଅଧ୍ୟୟନ ଖର୍ଚ୍ଚ ଯୋଗୁ ଭାରତୀୟ ଛାତ୍ରୀଛାତ୍ରମାନଙ୍କ ପାଇଁ ୟୁକ୍ରେନ ଏବଂ ଅନ୍ୟ ଦେଶକୁ ଯିବା ଏକ ପ୍ରମୁଖ କାରଣ। ଆମେରିକାରେ ଡାକ୍ତରୀ ଶିକ୍ଷା ଖର୍ଚ୍ଚ ପ୍ରାୟ ସାତରୁ ଆଠ କୋଟି ଟଙ୍କା। ସେହିପରି ବ୍ରିଟେନ୍‌,ନ୍ୟୁଜିଲାଣ୍ଡ୍‌, କାନାଡ଼ା ଏବଂ ଅଷ୍ଟ୍ରେଲିଆରେ ଏହା ୪ କୋଟି ଟଙ୍କା ରହିଛି। ଅପରପକ୍ଷରେ ରୁଷିଆ, ୟୁକ୍ରେନ, ନେପାଳ, ଚାଇନା, ଫିଲିପାଇନ୍ସ ଏବଂ ବାଂଲାଦେଶରେ ଅଧ୍ୟୟନ ଖର୍ଚ୍ଚ ଏହାର ପ୍ରାୟ ଏକ ଚତୁର୍ଥାଂଶ।

ୟୁକ୍ରେନ ପରି ଦେଶରୁ ଡାକ୍ତରୀ ଅଧ୍ୟୟନ କରିବା ପରେ ଫେରୁଥିବା ଛାତ୍ରୀଛାତ୍ରମାନଙ୍କ ପାଇଁ ତୁରନ୍ତ ଭାରତରେ ଅଭ୍ୟାସ କରିବା କଷ୍ଟକର। ବିଦେଶରେ ଡାକ୍ତରୀ ଅଧ୍ୟୟନ ସମାପ୍ତ କରିବା ପରେ ଭାରତକୁ ଫେରୁଥିବା ମେଡିକାଲ ଛାତ୍ରମାନଙ୍କୁ ବିଦେଶୀ ମେଡିକାଲ ଗ୍ରାଜୁଏଟ୍ସ ପରୀକ୍ଷା (ଏଫ୍‌ଏମ୍‌ଜିଇ) ଦୋବକଊ ପଡ଼ିଥାଏ। ଏହା ଅତ୍ୟନ୍ତ କଠିନ ପରୀକ୍ଷା ଏବଂ ଏହାକୁ ପାଶ କରିବା ସହଜ ନୁହେଁ ।

ଏଥିପାଇଁ ଅନେକ ଛାତ୍ର କୋଚିଂ ମଧ୍ୟ ନିଅନ୍ତି, କାରଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୋଇ ସେମାନେ ଭାରତରେ ଚିକିତ୍ସା ଅଭ୍ୟାସ କରିପାରିବେ ନାହିଁ। ଏପରିକି ସେମାନେ ଲାଇସେନ୍ସ ପାଇବେ ନାହିଁ। ପରିସଂଖ୍ୟାନ ଏହା ମଧ୍ୟ ଦର୍ଶାଏ ଯେ ବିଦେଶରୁ ଆସୁଥିବା କେବଳ ୧୫ ପ୍ରତିଶତ ଛାତ୍ରୀଛାତ୍ର ଏଫଏମଜିଇ ପରୀକ୍ଷା କ୍ଲିୟର କରିବାକୁ ସକ୍ଷମ ହୋଇଥାନ୍ତି। ମାତ୍ର ୭୫ ପ୍ରତିଶତ ଅସଫଳ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri