Posted inଜାତୀୟ

୧୧ ହଜାରରୁ ଅଧିକ କଳାକାର ବିହୁ ନୃତ୍ୟରେ ସାମିଲ ହୋଇ କରିବେ ଗିନିଜ ୱାଲର୍‌ଡ ରେକର୍ଡ…

ଗୁଆହାଟୀ,୨୮।୨ : ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସରକାର ବିହୁ ପର୍ବକୁ ରାଜ୍ୟର ସାଂସ୍କୃତିକ ଗର୍ବର ପ୍ରତୀକ ଭାବରେ ବିଶ୍ୱବ୍ୟାପୀ ମାନ୍ୟତା ଦେବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଆସାମ ସରକାର ୧୧ ହଜାରରୁ ଅଧିକ କଳାକାରଙ୍କ ଦ୍ୱାରା ବିହୁ ମହୋତ୍ସବ ଆୟୋଜନ କରି ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡରେ ଏହାର ନାମ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ୧୪ ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଂଶଗ୍ରହଣ କରିବେ।

 

ଏହି କାର୍ଯ୍ୟକ୍ରମରେ ମୋଟ ୧୧,୧୪୦ ନୃତ୍ୟଶିଳ୍ପୀ ଏବଂ ଡ଼୍ରାମର ଅଂଶଗ୍ରହଣ କରିବେ। ଆସାମର ସମସ୍ତ ଜିଲାର ଅଂଶଗ୍ରହଣକାରୀମାନେ ଏଥିରେ ସହଯୋଗ କରିବେ। ଏଥିପାଇଁ ପୁଅ ଏବଂ ଝିଅଙ୍କ ଅନୁପାତ ୩୦ ଅନୁପାତ ୭୦ ରହିବ। ସରକାର ବିହୁ ନୃତ୍ୟର ଏକ ନମୁନା ଭିଡିଓ ସୀମିତ ସଂଖ୍ୟକ ନୃତ୍ୟଶିଳ୍ପୀଙ୍କ ସହ ଗିନିଜ ୱାଲର୍‌ଡ ରେକର୍ଡକୁ ପଠାଇ ସାରିଛନ୍ତି।

ଯୋଜନା ଅନୁଯାୟୀ ଏହା ଗୋଟିଏ ସ୍ଥାନରେ ସବୁଠାରୁ ବଡ ବିହୁ ନୃତ୍ୟ ହେବ। ଏହି ନୃତ୍ୟର ଅବଧି ୧୫ ମିନିଟ ହେବ। ଏଥିପାଇଁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ୧୦,୫୦୦ ଟଙ୍କା ଭତ୍ତା ମଧ୍ୟ ପ୍ରଦାନ କରାଯିବ। ଯାହାଫଳରେ ସେମାନେ ଏହା ସହିତ ନୃତ୍ୟ ପାଇଁ ଦୁଇଟି ଯୋଡ଼ା ପୋଷାକ କିଣି ପାରିବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଜଳଖିଆରୁ ବାହାରିଲା ମଲା ସାପ

ୟାଦଗିର(କର୍ନାଟକ),୧୮।୧୧: କର୍ନାଟକର ଏକ ଆବାସିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ପିଲାଙ୍କ ପାଇଁ ପ୍ରସ୍ତୁତ ଜଳଖିଆରୁ ଏକ ମଲା ସାପ ବାହାରିଛି। ଫଳରେ ୫୬ ଛାତ୍ରୀଛାତ୍ରଙ୍କୁ...

ଟ୍ରମ୍ପଙ୍କ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୨।୧୦:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଟ୍ରମ୍ପ ନିଜେ ଟୁଇଟ କରି ଏହି ସୂଚନା...

କୋଏମ୍ବାଟୁର ବିସ୍ଫୋରଣର ତଦନ୍ତ ଏନ୍‌ଆଇଏକୁ ହସ୍ତାନ୍ତର କଲେ କେନ୍ଦ୍ର ସରକାର

କୋଏମ୍ବାଟୁର,୨୭।୧୦: ତାମିଲନାଡୁର କୋଏମ୍ବାଟୁର ମନ୍ଦିର ନିକଟରେ ଗତ ରବିବାର ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ହସ୍ତାନ୍ତର ପାଇଁ କେନ୍ଦ୍ର...

ଫାରୁକ୍‌ ଅବଦୁଲ୍ଲା ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର,୩।୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସ୍‌ର ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ ୩୦ରେ ତାଙ୍କ ନମୁନା ପରୀକ୍ଷା ରିପୋର୍ଟ...

ଥଣ୍ଡାରୁ ମୁକ୍ତି ଦିଏ ବିନା ବିଜୁଳିରେ ଚାଲୁଥିବା ହିଟର

କଶ୍ମୀରରେ ଶୀତଦିନେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟ ଆଣାଇଥାଆନ୍ତି। ଏଠାରେ ବହୁଳ ମାତ୍ରାରେ ପ୍ରଚଳିତ ହୋଇଥାଏ ହାତ ତିଆରି ମାଟିର ହିଟର।...

ଦେଶର ବିକଶିତ ଅର୍ଥ ବ୍ୟବସ୍ଥା ନେଇ କିଛି ଲୋକଙ୍କ ମନ ଜଳିପୋଡ଼ି ଯାଉଛି: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୧୨ : ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସଂସଦର କିଛି ଲୋକ ଦେଶର ବିକଶିତ ଅର୍ଥନୀତି ପ୍ରତି...

ଭାରତ କିଣୁଛି ସେକେଣ୍ଡ ହ୍ୟାଣ୍ଡ୍‌ ମେଡିକାଲ ଉପକରଣ: ବର୍ଷକୁ ଖର୍ଚ୍ଚ ହେଉଛି ୧୨ ହଜାର କୋଟି

ନୂଆଦିଲ୍ଲୀ, ୬।୯: ପ୍ରତିବର୍ଷ ଭାରତ ୪୫ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ମେଡ଼ିକାଲ ଊପକରଣ ବିଦେଶରୁ ଆମଦାନୀ କରିଥାଏ। ସେଥିମଧ୍ୟରେ ସର୍ଜିକାଲ ଉପକରଣ, ଇମ୍ପ୍ଲାଣ୍ଟ୍‌...

ଦୈନିକ ସଂକ୍ରମଣ ଅଢ଼େଇ ହଜାର ତଳେ, ମୃତ୍ୟୁ ସଂଖ୍ୟା ୧୩ …

ନୂଆଦିଲ୍ଲୀ, ୧୫।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

Advertisement
Archives

Model This Week