ରେଳ ସାଇଡିଂରେ ପଡ଼ିଛି ଲକ୍ଷେରୁ ଊର୍ଦ୍ଧ୍ୱ ମେଟ୍ରିକ୍‌ ଟନ୍‌ ଖଣିଜ

ଯୋଡ଼ା,୩୦।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବିଭିନ୍ନ ରେଳ ସାଇଡିଂରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏକ ଲକ୍ଷରୁ ଊର୍ଦ୍ଧ୍ୱ ମେଟ୍ରିକ ଟନ୍‌ ଲୁହାପଥର ପଡ଼ିରହିଛି। ଏହା ପଡ଼ି ପଡ଼ି ନଷ୍ଟ ହେଉଥିବା ବେଳେ ରେଳ ମନ୍ତ୍ରଣାଳୟ ଦିନ ହିସାବରେ ଭଡ଼ା ମାଗୁଛି। ଫଳରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ଦିନର ଭଡ଼ା ପ୍ରଦାନ କରି ଖଣିଜ ଉଠାଇବା ପାଇଁ ବ୍ୟାପକ ଅର୍ଥ ଲାଗିବ। ତେଣୁ ଖଣିଜ ପରିବହନ କିପରି ହେବ, ଖଣି ବିଭାଗ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି।
ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୯-୧୦ଆର୍ଥିକ ବର୍ଷରେ ବିପୁଳ ପରିମାଣର ଲୁହାପଥର ବିଭିନ୍ନ ରେଳ ସାଇଡ଼ିଂରେ ପରିବହନ ପାଇଁ ଗଚ୍ଛିତ ଥିଲା। ଜଷ୍ଟିସ ଏମ୍‌ବି ଶାହା କମିଶନ ଓ ପରବର୍ତ୍ତୀ ସମୟରେ ସେଣ୍ଟ୍ରାଲ ଏମ୍‌ପାୱାର୍‌ଡ କମିଟିର ଗସ୍ତ ବେଳେ ବିଭିନ୍ନ ନଥିପତ୍ର ଯାଞ୍ଚ ହୋଇଥିଲା। ଆବଶ୍ୟକ ଦସ୍ତାବିଜ ତୁରନ୍ତ ଦର୍ଶାଇବାରେ ବ୍ୟବସାୟୀମାନେ ଅସମର୍ଥ ହେବାରୁ ଏହା ପଡ଼ିରହିଥିଲା। ଏବେ ଏହି ଲୁହାପଥର ଦାବିଦାର ଆବଶ୍ୟକ ନଥିପତ୍ର ନେଇ ଉକ୍ତ ଖଣିଜକୁ ପରିବହନ କରିବା ପାଇଁ ଖଣି ବିଭାଗ ପାଖକୁ ଆସୁଥିଲେ ହେଁ ସମ୍ଭବ ହୋଇପାରୁନାହିଁ। ଏନେଇ ଯୋଡ଼ା ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରଓ୍ବାଲା କହିଛନ୍ତି, ଯୋଡ଼ା ଖଣିମଣ୍ଡଳର ଅନେକ ରେଳସାଇଡିଂରେ ପ୍ରାୟ ଏକ ଲକ୍ଷ ମେଟ୍ରିକ୍‌ ଟନରୁ ଊର୍ଦ୍ଧ୍ୱ ଲୁହାପଥର ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ରେଳ ମନ୍ତ୍ରଣାଳୟ ଏଥିପାଇଁ ସ୍ଥାନର ଭଡ଼ା ଦାବି କରୁଛି। ଯାହାକି ବ୍ୟୟବହୁଳ ହେଉଥିବାରୁ ଉକ୍ତ ଖଣିଜ ପରିବହନ କରାଯାଇପାରୁନାହିଁ। ବର୍ଷା ଜଳରେ ବହୁ ପରିମାଣର ଲୁହା ପଥର ଭାସିଗଲାଣି। ଯାହାକି କେନ୍ଦ୍ର ସରକାରଙ୍କ ଆଇବିଏମ୍‌(ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ )ମିନେରାଲ କଞ୍ଜରଭେଶନ ଓ ଡେଭଲପମେଣ୍ଟ ନୀତିରେ ଅନିୟମିତତା ହେଉଛି। ଏହା ଦ୍ବାରା ରାଜ୍ୟ ସରକାର ରାଜସ୍ବ ହରାଇବା ସହିତ ମୂଲ୍ୟବାନ ଖଣିଜ ନଷ୍ଟ ହେଉଛି। କିଛିକାଂଶରେ ଏହା ଚୋରି ହୋଇଯାଉଥିବା ମଧ୍ୟ ସୂଚନା ମିଳିଛି। ଖଣି ବିଷାରଦ ଜ୍ୟୋତି ରାଉତ କହିଛନ୍ତି, ରେଳ ମନ୍ତ୍ରଣାଳୟ, ଆଇବିଏମ୍‌ ଏବଂ ଖଣି ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଖଣିଜ କିପରି ପରିବହନ ହୋଇପାରିବ, ଏ ନେଇ ଖଣି ବିଭାଗ ଉଦ୍ୟମ କରିବା ଉଚିତ। ଏ ସମ୍ପର୍କରେ ବାଂଶପାଣି ଷ୍ଟେଶନ ମ୍ୟାନେଜର ଦିବାକର ଚନ୍ଦ୍ର ମିଶ୍ର କହିଛନ୍ତି, ରେଳସାଇଡିଂରେ ଯେହେତୁ ଡମ୍ପ ଆଣ୍ଡ ଲୋଡିଂ ଅର୍ଥାତ ଖଣିରୁ ଟ୍ରକ୍‌ରେ ଖଣିଜ ରେଳ ସାଇଡିଂରେ ପଡ଼ିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ରେଳଡବାରେ ବୋଝେଇ କରିବାର ନିୟମ ରହିଛି, ଏଣୁ ରେଳସାଇଡିଂରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଖଣିଜ ଗଚ୍ଛିତ ହୋଇରହିଲେ ରେଳ ବିଭାଗ ପକ୍ଷରୁ ହୱାରଫେଜ ଲାଗିଥାଏ। ପ୍ରତିଦିନ ୱାଗନ ପିଛା ୧୭୫ଟଙ୍କା ହିସାବରେ ଦେବାକୁ ପଡ଼ିବ। ପ୍ରତି ୱାଗନରେ ପ୍ରାୟ ୬୦ରୁ ଊଦ୍ଧର୍‌ବ ମେଟ୍ରିକ ଟନ ଖଣିଜ ବୋଝେଇ ହୋଇଥାଏ। ଏଣୁ ରେଳସାଇଡିଂରେ ବର୍ଷ ବର୍ଷ ଧରି ଖଣିଜ ପଡ଼ିଥିବାରୁ ରେଳ ମନ୍ତ୍ରଣାଳୟକୁ ଜରିମାନା ଦେଇ ଖଣିଜ ପରିବହନ କରିବା ବ୍ୟୟସାପେକ୍ଷ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri