ରେଳ ସାଇଡିଂରେ ପଡ଼ିଛି ଲକ୍ଷେରୁ ଊର୍ଦ୍ଧ୍ୱ ମେଟ୍ରିକ୍‌ ଟନ୍‌ ଖଣିଜ

ଯୋଡ଼ା,୩୦।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବିଭିନ୍ନ ରେଳ ସାଇଡିଂରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏକ ଲକ୍ଷରୁ ଊର୍ଦ୍ଧ୍ୱ ମେଟ୍ରିକ ଟନ୍‌ ଲୁହାପଥର ପଡ଼ିରହିଛି। ଏହା ପଡ଼ି ପଡ଼ି ନଷ୍ଟ ହେଉଥିବା ବେଳେ ରେଳ ମନ୍ତ୍ରଣାଳୟ ଦିନ ହିସାବରେ ଭଡ଼ା ମାଗୁଛି। ଫଳରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ଦିନର ଭଡ଼ା ପ୍ରଦାନ କରି ଖଣିଜ ଉଠାଇବା ପାଇଁ ବ୍ୟାପକ ଅର୍ଥ ଲାଗିବ। ତେଣୁ ଖଣିଜ ପରିବହନ କିପରି ହେବ, ଖଣି ବିଭାଗ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି।
ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୯-୧୦ଆର୍ଥିକ ବର୍ଷରେ ବିପୁଳ ପରିମାଣର ଲୁହାପଥର ବିଭିନ୍ନ ରେଳ ସାଇଡ଼ିଂରେ ପରିବହନ ପାଇଁ ଗଚ୍ଛିତ ଥିଲା। ଜଷ୍ଟିସ ଏମ୍‌ବି ଶାହା କମିଶନ ଓ ପରବର୍ତ୍ତୀ ସମୟରେ ସେଣ୍ଟ୍ରାଲ ଏମ୍‌ପାୱାର୍‌ଡ କମିଟିର ଗସ୍ତ ବେଳେ ବିଭିନ୍ନ ନଥିପତ୍ର ଯାଞ୍ଚ ହୋଇଥିଲା। ଆବଶ୍ୟକ ଦସ୍ତାବିଜ ତୁରନ୍ତ ଦର୍ଶାଇବାରେ ବ୍ୟବସାୟୀମାନେ ଅସମର୍ଥ ହେବାରୁ ଏହା ପଡ଼ିରହିଥିଲା। ଏବେ ଏହି ଲୁହାପଥର ଦାବିଦାର ଆବଶ୍ୟକ ନଥିପତ୍ର ନେଇ ଉକ୍ତ ଖଣିଜକୁ ପରିବହନ କରିବା ପାଇଁ ଖଣି ବିଭାଗ ପାଖକୁ ଆସୁଥିଲେ ହେଁ ସମ୍ଭବ ହୋଇପାରୁନାହିଁ। ଏନେଇ ଯୋଡ଼ା ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରଓ୍ବାଲା କହିଛନ୍ତି, ଯୋଡ଼ା ଖଣିମଣ୍ଡଳର ଅନେକ ରେଳସାଇଡିଂରେ ପ୍ରାୟ ଏକ ଲକ୍ଷ ମେଟ୍ରିକ୍‌ ଟନରୁ ଊର୍ଦ୍ଧ୍ୱ ଲୁହାପଥର ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ରେଳ ମନ୍ତ୍ରଣାଳୟ ଏଥିପାଇଁ ସ୍ଥାନର ଭଡ଼ା ଦାବି କରୁଛି। ଯାହାକି ବ୍ୟୟବହୁଳ ହେଉଥିବାରୁ ଉକ୍ତ ଖଣିଜ ପରିବହନ କରାଯାଇପାରୁନାହିଁ। ବର୍ଷା ଜଳରେ ବହୁ ପରିମାଣର ଲୁହା ପଥର ଭାସିଗଲାଣି। ଯାହାକି କେନ୍ଦ୍ର ସରକାରଙ୍କ ଆଇବିଏମ୍‌(ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ )ମିନେରାଲ କଞ୍ଜରଭେଶନ ଓ ଡେଭଲପମେଣ୍ଟ ନୀତିରେ ଅନିୟମିତତା ହେଉଛି। ଏହା ଦ୍ବାରା ରାଜ୍ୟ ସରକାର ରାଜସ୍ବ ହରାଇବା ସହିତ ମୂଲ୍ୟବାନ ଖଣିଜ ନଷ୍ଟ ହେଉଛି। କିଛିକାଂଶରେ ଏହା ଚୋରି ହୋଇଯାଉଥିବା ମଧ୍ୟ ସୂଚନା ମିଳିଛି। ଖଣି ବିଷାରଦ ଜ୍ୟୋତି ରାଉତ କହିଛନ୍ତି, ରେଳ ମନ୍ତ୍ରଣାଳୟ, ଆଇବିଏମ୍‌ ଏବଂ ଖଣି ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଖଣିଜ କିପରି ପରିବହନ ହୋଇପାରିବ, ଏ ନେଇ ଖଣି ବିଭାଗ ଉଦ୍ୟମ କରିବା ଉଚିତ। ଏ ସମ୍ପର୍କରେ ବାଂଶପାଣି ଷ୍ଟେଶନ ମ୍ୟାନେଜର ଦିବାକର ଚନ୍ଦ୍ର ମିଶ୍ର କହିଛନ୍ତି, ରେଳସାଇଡିଂରେ ଯେହେତୁ ଡମ୍ପ ଆଣ୍ଡ ଲୋଡିଂ ଅର୍ଥାତ ଖଣିରୁ ଟ୍ରକ୍‌ରେ ଖଣିଜ ରେଳ ସାଇଡିଂରେ ପଡ଼ିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ରେଳଡବାରେ ବୋଝେଇ କରିବାର ନିୟମ ରହିଛି, ଏଣୁ ରେଳସାଇଡିଂରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଖଣିଜ ଗଚ୍ଛିତ ହୋଇରହିଲେ ରେଳ ବିଭାଗ ପକ୍ଷରୁ ହୱାରଫେଜ ଲାଗିଥାଏ। ପ୍ରତିଦିନ ୱାଗନ ପିଛା ୧୭୫ଟଙ୍କା ହିସାବରେ ଦେବାକୁ ପଡ଼ିବ। ପ୍ରତି ୱାଗନରେ ପ୍ରାୟ ୬୦ରୁ ଊଦ୍ଧର୍‌ବ ମେଟ୍ରିକ ଟନ ଖଣିଜ ବୋଝେଇ ହୋଇଥାଏ। ଏଣୁ ରେଳସାଇଡିଂରେ ବର୍ଷ ବର୍ଷ ଧରି ଖଣିଜ ପଡ଼ିଥିବାରୁ ରେଳ ମନ୍ତ୍ରଣାଳୟକୁ ଜରିମାନା ଦେଇ ଖଣିଜ ପରିବହନ କରିବା ବ୍ୟୟସାପେକ୍ଷ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri