ହାଇକୋର୍ଟଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ: ଥାନାରେ ଖତ ଖାଉଛି ୧୦ ହଜାରରୁ ଊର୍ଦ୍ଧ୍ୱ ଗାଡ଼ି

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଭୁବନେଶ୍ୱର କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଖତ ଖାଉଛି ଜବତ ଗାଡ଼ି। ୧୦ ହଜାରରୁ ଊର୍ଦ୍ଧ୍ୱ ବାଇକ, କାର, ଟ୍ରକ ଆଦି ଖରାବର୍ଷା ଖାଇ ନଷ୍ଟ ହେଉଥିବାରୁ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଛି। ମଞ୍ଚେଶ୍ୱର ଥାନାରେ ୧୦ବର୍ଷ ହେଲା ଜବତ ଗାଡ଼ି ପଡିରହିଛି। ଥାନା ପଛପଟେ ପ୍ରାୟ ୧ହଜାର ବାଇକ, କାର, ବସ, ଟ୍ରକ, ସାଇକେଲ ଗଦାହୋଇ ରହିଛି। ଅଧିକାଂଶ କଳଙ୍କି ଲାଗି ଯାଇଥିବାବେଳେ ଆଉ କିଛି ମାଟିରେ ମିଶିଗଲାଣି।

ଏୟାରଫିଲ୍ଡ, ଖଣ୍ଡଗିରି, ଶହୀଦନଗର ଥାନାରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଯଦି କେହି ଯାନ ମାଲିକ ବା ବୀମା କମ୍ପାନୀ ଦାବି ନ କରନ୍ତି, ତାହାକୁ ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ନିଲାମ କରାଯିବା କଥା। କିନ୍ତୁ ତାହା କରାଯାଉନାହିଁ। ଫଳରେ ଏହି ଗାଡିଗୁଡିକ କେବଳ ନଷ୍ଟ ହେଉନାହିଁ ବରଂ ଥାନାର ବୃହତ୍‌ ଅଂଶ ମାଡିବସିବା ସହ ସୌନ୍ଦର୍ଯ୍ୟ ହରାଉଛି।

ଏ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ମାସକ ମଧ୍ୟରେ ବିଭିନ୍ନ ଥାନାର ଜବତ ଗାଡିଗୁଡିକ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ମାସେ ହେଲାଣି ଜବତ ଗାଡଗୁଡିକର ଡାଟାବେସ ପ୍ରସ୍ତୁତ କରୁଛୁ। ଏହି ଦାୟିତ୍ୱରେ ଜଣେ ଅତିରିକ୍ତ ଡିସିପି କାର୍ଯ୍ୟ କରୁଛନ୍ତି। କେଉଁ ଗାଡିର ମାଲିକାନା ରହିଛି, କେଉଁ ଚୋରି ଗାଡି ଜବତ ହୋଇଛି, ଦୁର୍ଘଟଣାଗ୍ରସ୍ତ ଗାଡ଼ି ଆଦିର ତଥ୍ୟ ସଂଗ୍ରହ କରାଯାଉଛି। ଫେବୃୟାରୀ ସୁଦ୍ଧା ଏହା ଶେଷ ହେବା କଥା। କିନ୍ତୁ କେତେକ କାରଣରୁ ଏବେସୁଦ୍ଧା ୨ଟି ଥାନାରେ ଗାଡି ତାଲିକା ପ୍ରସ୍ତୁତ ହୋଇଛି। ତାଲିକା ପ୍ରସ୍ତୁତି ସରିବା ପରେ ପ୍ରଥମେ ସର୍ବସାଧାରଣ ନୋଟିସ ପ୍ରକାଶ ପାଇବ। ପରେ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ନିଲାମ ହେବ। ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ଥାନାର ଜବତ ଗାଡିଗୁଡିକର ନିଲାମ ହେବ। କ୍ରମାନ୍ବୟରେ ସମସ୍ତ ଥାନାର ଜବତ ଗାଡି ନିଲାମ ହେବ ବୋଲି ଡିସିପି ଦାଶ ସୂଚନା ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ’ଣ ରହିଛି
ଜବତ ଗାଡିଗୁଡିକ ଦୀର୍ଘ ସମୟଧରି ଥାନାରେ ରଖାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଉପଯୁକ୍ତ ବଣ୍ଡ୍‌ ଗ୍ୟାରେଣ୍ଟି କିମ୍ବା ସୁରକ୍ଷା ନେବାପରେ ମାଜିଷ୍ଟ୍ରେଟଙ୍କ ମାଧ୍ୟମରେ ସେଗୁଡିକ ମାଲିକଙ୍କ ନିକଟକୁ ଫେରସ୍ତ କରାଯାଇପାରିବ। ଯେଉଁ ଗାଡିଗୁଡିକ ନେବାକୁ ମାଲିକ ଦାବି କରନ୍ତି ନାହିଁ, ବୀମା କମ୍ପାନୀକୁ ସେହି ଗାଡିର ମାଲିକାନା ନେବାକୁ କୋର୍ଟ ଅନୁମତି ଦେଇପାରିବେ। ସେହିପରି ଯେଉଁ ଗାଡିଗୁଡିକର ମାଲିକ ବା ବୀମା କମ୍ପାନୀଙ୍କ ଦାବି ନ ଥାଏ, ସେହି ଗାଡିଗୁଡିକ କୋର୍ଟଙ୍କ ଦ୍ୱାରା ନିଲାମ କରିବାକୁ ନିର୍ଦ୍ଦେଶ ଦିଆଯାଇପାରିବ। ଚୋରି ଗାଡି ହେଉ ଅବା କୌଣସି କାରଣରୁ ଗାଡି ଜବତ ହେଲେ, ତାହାର ଯତ୍ନ ନିଆଯାଏ ନାହିଁ। ଫଳରେ ଖରା, ବର୍ଷା ଓ ବାହ୍ୟ ବିପଦ ସଂସ୍ପର୍ଶରେ ଆସି ଗାଡିଗୁଡ଼ିକ ନଷ୍ଟ ହୋଇଥାଏ। ତେଣୁ ଜବତ ଗାଡିକୁ ମୁକ୍ତ କରିବାକୁ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri