ସମ୍ବଲପୁରରେ ପୋଲିସ ଉପରକୁ ପଥରମାଡ଼, ୧୦ରୁ ଊର୍ଦ୍ଧ୍ୱ ଆହତ

ସମ୍ବଲପୁର,୧୨ା୪(ବ୍ୟୁରୋ): ସମ୍ବଲପୁରର ଧନୁପାଲି ଛକରେ ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ୍‌ ରାଲିରେ ପଥର ମାଡ଼ ହୋଇଛି। ଅନ୍ୟଏକ ଗୋଷ୍ଠୀର ପଥର ମାଡ଼ରେ ୧୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଧନୁପାଲ୍ଲୀ ଥାନା ଓ ଟାଉନ ଥାନା ଆଇଆଇସି ଆହତ ହୋଇଛନ୍ତି । ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କିଛି ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଅଟୋ ଏବଂ କାର୍‌କୁ ଉତ୍ତେଜନାକାରୀମାନେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ସମ୍ବଲପୁର ସହରର ମତିଜୀରା ମସଜିଦ୍‌ ନିକଟରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି।