ଅଧିକ ମୋବାଇଲ ବ୍ୟବହାର, ଥାନାରେ ପହଞ୍ଚିଲେ ଦମ୍ପତି…

କୁଶୀନଗର,୧୯।୧୧ : ସମ୍ପ୍ରତି ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ସମ୍ପର୍କ ବୃଦ୍ଧି କରୁଥିବା ଲୋକେ ପାରିବାରିକ ଜୀବନରେ ନିଜ ପ୍ରିୟ ପରିଜନଙ୍କଠାରୁ ଅଲଗା ହେବାରେ ଲାଗିଛନ୍ତି। ଘର ସଦସ୍ୟ ପରସ୍ପରର ନିକଟରେ ରହିମଧ୍ୟ ସେମାନଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର କୁଶାନଗରରେ ଘଟିଛି। ମୋବାଇଲକୁ ନେଇ ଉପୁଜିଥିବା ଝଗଡ଼ାକୁ ନେଇ ଦମ୍ପତ୍ତି ଶେଷରେ ପୋଲିସ ଷ୍ଟେଶନରେ ପହଞ୍ଚିଛନ୍ତି।

ନେବୁଆ ନୌରଙ୍ଗିଆ ଅଞ୍ଚଳରେ ସ୍ତ୍ରୀ ମୋବାଇଲ ବ୍ୟବହାରରେ ସବୁବେଳେ ବ୍ୟସ୍ତ ରହୁଥିଲେ। ଫଳରେ ଘରକାମ କରିବା ତାଙ୍କ ପାଇଁ ସମ୍ଭବ ହେଉ ନ ଥିଲା। ସେହିପରି ପାଞ୍ଚ ବର୍ଷର ପୁଅର ପାଠପଢ଼ା ପ୍ରତି ସେ ଅଣଦେଖା କରୁଥିଲେ। ଶେଷରେ ସ୍ବାମୀଙ୍କର ସହିବା ସୀମା ଟପିଯାଇଥିଲା। ସେ ସ୍ତ୍ରୀଙ୍କଠାରୁ ମୋବାଇଲ ଛଡ଼ାଇ ଆଣିଥିଲେ। ଫଳରେ କ୍ରୋଧ ବଶତଃ ସ୍ତ୍ରୀରାତିରେ ପୁଅକୁ ନେଇ ଘରୁ ବାହାରି ଯାଇଥିଲେ। ସ୍ବାମୀ ପୁଅ ଏବଂ ସ୍ତ୍ରୀଙ୍କୁ ଖୋଜିବା ପାଇଁ ବାହାରିଥିଲେ।

ରାସ୍ତାରେ ସ୍ତ୍ରୀଙ୍କ ସହିତ ତାଙ୍କର ଦେଖାହୋଇଥିଲା। ପୁଣି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ସେମାନେ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ସ୍ତ୍ରୀ ମୋବାଇଲ ନ ମିଳିଲେ ଘରକୁ l ଫେରିବେ ନାହିଁ ବୋଲି କହିଥିଲେ। ପୋଲିସ ଉଭୟଙ୍କଠାରୁ ସମସ୍ୟା ଶୁଣି ସେମାନଙ୍କୁ ବୁଝାଶୁଝା କରି ଘରକୁ ପଠାଇଥିଲେ। ସେମାନେ ନୂଆ ଭାବେ ଜୀବନ ଆରମ୍ଭ କରିବା ଶପଥ ନେଇ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri