ଦେବାଳିଆ ହୋଇପାରନ୍ତି ଅଧିକ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୧୭।୭:କରୋନା ମହାମାରୀ ପାଇଁ ସାରା ବିଶ୍ୱ ବର୍ତ୍ତମାନ ଆର୍ଥତ୍କ ସଙ୍କଟ ସ୍ଥିତି ଦେଇ ଗତିକରୁଛି। ଏହି ସମୟରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକର ସ୍ଥିତି ବେହାଲ ହୋଇଛି। ସରକାର ଏହି ଶିଳ୍ପକୁ ସହାୟତା କରିବା ଲାଗି ପଦକ୍ଷେପ ନେଇଛନ୍ତି। ହେଲେ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହା ହୋଇ ନ ପାରିଲେ ଅଧିକ ସଂଖ୍ୟକ ଏମ୍‌ଏସ୍‌ଏମ୍‌ଇ ଚଳିତ ବର୍ଷ ଦେବାଳିଆ ସ୍ଥିତିକୁ ଚାଲିଯିବେ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଏ ନେଇ ଆଶଙ୍କା ବ୍ୟକ୍ତ କରିବା ସତର୍କ କରାଇଛି। ଏମ୍‌ଏସ୍‌ଏମ୍‌ଇଗୁଡିକ କ୍ଷେତ୍ରରେ ଦେବାଳିଆ ହାର ୩ ଗୁଣା ବଢ଼ିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି। ଏହା ହେଲେ ଆର୍ଥତ୍କ ସ୍ଥିତାବସ୍ଥା ଏବଂ ବିତ୍ତୀୟ ଅସ୍ଥିରତାର ସମୟ ବଢ଼ିଯିବ ବୋଲି ଆଇଏମ୍‌ଏଫ୍‌ ଏହାର ରିପୋର୍ଟରେ ଉଲ୍ଲେଖ କରିଛି।
୧୭ ଦେଶର ସ୍ଥିତିକୁ ତର୍ଜମା କରିବା ପରେ ଆଇଏମ୍‌ଏଫ୍‌ ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। କ୍ଷୁଦ୍ର ସଂସ୍ଥାଗୁଡିକର ଦେବାଳିଆ ହେବାର ହାର ୧୨% ଛୁଇଁବା ନେଇ ରିପୋର୍ଟରେ କୁହାଯାଇଛି। କୋଭିଡ୍‌-୧୯ ପୂର୍ବରୁ ଏହି ହାର ୪% ରହିବା ନେଇ ପୂର୍ବାନୁମାନ କରାଯାଇଥିଲା। ବଜାର ପ୍ରଭାବିତ ହେବାରୁ ଉତ୍ପାଦନ ଏବଂ ଚାହିଦା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ଏହି ସମସ୍ୟାରୁ ବାହାରକୁ ଆସିବା ଲାଗି କମ୍ପାନୀଗୁଡିକ ଉଦ୍ୟମ ଜାରି ରଖିଛନ୍ତି। ଜି-୨୦ ଦେଶ ସମୂହ ଟିକସ, ଗ୍ରାଣ୍ଟ, ସୁଧହାର ଏବଂ ସବ୍‌ସିଡି ଭଳି ପଦକ୍ଷେପ ଦ୍ୱାରା କ୍ଷୁଦ୍ର ସଂସ୍ଥାଗୁଡିକ ଲାଭବାନ୍‌ ହୋଇପାରିବେ। କୋଭିଡ୍‌ ଯୋଗୁ ସେବା କ୍ଷେତ୍ର ଅଧିକ କ୍ଷତି ସହିଛି। ଏହି କ୍ଷେତ୍ରରେ କ୍ଷୁଦ୍ର ସଂସ୍ଥା ଦେବାଳିଆ ହେବା ମାମଲା ୨୦% ବଢ଼ିପାରେ। ଓ୍ବାଶିଂଟନ ଫଣ୍ଡର ଏକ ରିପୋର୍ଟ ମୁତାବକ କାନାଡା ଏବଂ ଆମେରିକାରେ ଏକତୃତୀୟାଂଶ କ୍ଷୁଦ୍ରସଂସ୍ଥା ବନ୍ଦହେବା ଆଶଙ୍କା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri