ସଂକ୍ରମିତ ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବର ବେଳକୁ ତୃତୀୟ ଲହର ଆସିପାରେ ବୋଲି ଆଶଙ୍କା କରି ରାଜ୍ୟ ସରକାର ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଏହି ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି। ଶିଶୁଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କଠାରୁ ଭିନ୍ନ ଥିବାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର।
ସେପଟେ ଶିଶୁଙ୍କଠାରେ କରୋନା ଲକ୍ଷଣ ଦେଖାଦେଲେ କ’ଣ କରିବାକୁ ପଡ଼ିବ ସେ ନେଇ ପରାମର୍ଶ ଦେଇଛନ୍ତି ଶିଶୁରୋଗ ବିଶେଷଜ୍ଞ। ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶାର ଶିଶୁରୋଗ ବିଶେଷଜ୍ଞ ଡା. ଆଦିତ୍ୟ କୁମାର ପାତ୍ର କହିଛନ୍ତି, ୨ ବର୍ଷରୁ କମ୍‌ ସଂକ୍ରମିତ ଶିଶୁକୁ ମାସ୍କ ପିନ୍ଧାଇବା ଆବଶ୍ୟକ ନାହିଁ। ୨ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ଯଦି ମାସ୍କ ପିନ୍ଧି ପାରୁଛି, ତେବେ ପିନ୍ଧାନ୍ତୁ। ଶିଶୁର ଶ୍ୱାସକ୍ରିୟା ଦେଖି ଅଭିଭାବକ ହସ୍ପିଟାଲରେ ଭର୍ତ୍ତି କରିପାରିବେ। ୨ ମାସରୁ କମ୍‌ ଦିନର ପିଲା ମିନିଟ୍‌କୁ ୬୦ରୁ ଅଧିକ ନିଃଶ୍ୱାସ ନେଲେ ବିପଦ। ସେହିପରି ୨ମାସରୁ ୧ ବର୍ଷ ପିଲା ୫୦ରୁ ଅଧିକ, ୧ରୁ ୫ ବର୍ଷ ପିଲା ୪୦ରୁ ଅଧିକ ନିଃଶ୍ୱାସ ନେଲେ ବିପଦ ବୋଲି କହିଛନ୍ତି ଡାକ୍ତର ମହାପାତ୍ର। ସେହିଭଳି ୫ ବର୍ଷରୁ ଅଧିକ ବୟସର ପିଲା ମିନିଟ୍‌କୁ ୩୦ରୁ ଅଧିକ ନିଃଶ୍ୱାସ ନେଉଥିଲେ ମଧ୍ୟ ବିପଦ। ନିଃଶ୍ୱାସ ନେବାବେଳେ କୁନ୍ଥେଇଲେ କିମ୍ବା ନିସ୍ତେଜ ହେଲେ ଏହା ଏକ ବିପଦ ସଙ୍କେତ ବୋଲି ବୁଝିବାକୁ ହେବ। ଶିଶୁଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗର୍ଭାବସ୍ଥାରେ ଯଦି କୌଣସି ମା’ ସଂକ୍ରମିତ ହୁଏ, ତା’ଠାରୁ ଛୁଆ ସଂକ୍ରମିତ ହେବ ନାହିଁ। ପିଲା ଜନ୍ମବେଳେ ସାବଧାନ ରହିଲେ, ମା’ଠାରୁ ଛୁଆ ସଂକ୍ରମିତ ହେବ ନାହଁି। ପ୍ରସବବେଳେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ ବୋଲି ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ପରାମର୍ଶ ଭିତ୍ତିକ କାର୍ଯ୍ୟକ୍ରମରେ ଡା. ମହାପାତ୍ର କହିଛନ୍ତି।
କିମ୍ସ ହସ୍ପିଟାଲର ପ୍ରଫେସର ଡା. ସେବା ରଞ୍ଜନ ବିଶ୍ୱାଳ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଜ୍ୱର, କାଶ, ଥଣ୍ଡା ଓ ନାକରୁ ପାଣି ବୋହିଲେ ଡାକ୍ତରଙ୍କ ପରାମର୍ଶ ନିତାନ୍ତ ଜରୁରୀ। କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଟେଷ୍ଟ କରାନ୍ତୁ। ଲକ୍ଷଣ ନ ଥିବା ଆକ୍ରାନ୍ତ ଶିଶୁକୁ କିଛି ଔଷଧ ଦେବା ଆବଶ୍ୟକ ନାହିଁ। ସ୍ବଳ୍ପ ଲକ୍ଷଣଙ୍କୁ ପାରାସିଟାମଲ ଓ ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲ ଭର୍ତ୍ତି କରିବା ଜରୁରୀ। ତେବେ ଶିଶୁମାନଙ୍କ ଫୁସ୍‌ଫୁସ୍‌ ଅପେକ୍ଷାକୃତ ସୁସ୍ଥ ଥିବାରୁ ଗୁରୁତର ସମ୍ଭାବନା କମ୍‌ ରହିଛି। ଶିଶୁଙ୍କ ବହୁବିଧ ରୋଗ ପ୍ରାୟତଃ ନ ଥିବାରୁ ଗୁରୁତର ହୁଅନ୍ତି ନାହିଁ। ଘରର ବଡ଼ ଲୋକଙ୍କ ପାଇଁ ଶିଶୁମାନେ ସଂକ୍ରମିତ ହୋଇଥାନ୍ତି। ବଡ଼ ଲୋକ ଘରକୁ ଫେରିଲେ ସାନିଟାଇଜ ହୋଇ ପିଲାଙ୍କ ପାଖକୁ ଯାଆନ୍ତୁ ବୋଲି ଡା. ବିଶ୍ୱାଳ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri