ବିଜେଡିରେ ଅଧିକ ଆଶାୟୀ

ଗମ୍ଭାରୀମୁଣ୍ଡା,୧୯ା୩ (ଦିଲୀପ ସ୍ବାଇଁ):ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଖୋର୍ଦ୍ଧା ଜିଲା ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ଓ ବିରୋଧୀ ଦଳର ଏକାଧିକ ଆଶାୟୀ ପ୍ରାର୍ଥୀ ଦଳର ମୁଖିଆଙ୍କ ପାଖରେ ତାଙ୍କ କଥା କିଭଳି ପହଞ୍ଚତ୍ବ, ସେଥିନେଇ କସରତ ଚଳାଇଛନ୍ତି। ବିଜେଡି-ଭାଜପା ମେଣ୍ଟ ହେବା ବିଷୟ ଝୁଲି ରହିଥିବାରୁ ଦଳୀୟ ଆଶାୟୀ ପ୍ରାର୍ଥୀଙ୍କ ଲବି ମଧ୍ୟ ଆଗେଇପାରୁନି। ସେହିଭଳି ସେହି ମେଣ୍ଟ ଖବରକୁ ଅପେକ୍ଷା କରି ଦଳୀୟ ନିଷ୍ପତ୍ତି ନେବାରେ କଂଗ୍ରେସ ଡେରି କରୁଛି ବୋଲି ଶୁଣିବାକୁ ମିଳୁଛି।
ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୦୦ ଓ ୨୦୦୪ରେ ଭାଜପାର ବିଭୂତି ଭୂଷଣ ହରିଚନ୍ଦନ ବିଜୟୀ ହୋଇଥିଲେ। ରଘୁନାଥ ସାହୁ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରୁ ୨୦୦୯ ନିର୍ବାଚନରେ ସେ ବିଧାୟକ ହୋଇ ଭାଜପାର ଜୟଯାତ୍ରାରେ ରୋକ ଲଗାଇଥିଲେ। ହେଲେ ୨୦୧୪ ନିର୍ବାଚନରେ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ସେ ଭାଜପାର ବିଭୂତି ଭୂଷଣ ହରିଚନ୍ଦନଙ୍କ ଠାରୁ ପରାସ୍ତ ହୋଇଥିଲେ। ୨୦୧୯ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ଆମଦାନୀ ନେତା ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ଟିକେଟ ପାଇଥିଲେ। ରଘୁନାଥ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶକ୍ରମେ ନିଜ ଇଚ୍ଛା ନ ଥିଲେ ମଧ୍ୟ ଜଗଦ୍ଦେବଙ୍କୁ ସହଯୋଗ କରି ବିଜୟୀ କରାଇଥିଲେ। ବିଜୟ ହାସଲ ପରେ ଜଗଦ୍ଦେବ ବିଜେଡି ସଙ୍ଗଠନକୁ ସଦୃଢ଼ କରିବା ସହ ତୃଣମୂଳସ୍ତରରୁ କର୍ମୀମାନଙ୍କୁ ଏକାଠି କରି ନବୀନ ସରକାରଙ୍କ ବିକାଶର ଚିତ୍ର ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଚଳାଇଥିଲେ। ହେଲେ ବାଲୁଗଁା ଭାଜପା ନଗରମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣା ଏବଂ ମାର୍ଚ୍ଚ ୨୦୨୨ ପଞ୍ଚାୟତ ନିର୍ବାଚନରେ ଭାଜପା କର୍ମୀଙ୍କ ଉପରେ ଗାଡ଼ି ମଡ଼େଇ ମାରିବାକୁ ଉଦ୍ୟମ କରିବା ଘଟଣା ସେତେବେଳେ ଅନେକ ଚର୍ଚ୍ଚିତ ବିଷୟ ହୋଇଥିଲା। ସେହି ଘଟଣାରେ ଜଗଦ୍ଦେବ ମାଡ଼ ଖାଇ ଜେଲ ମଧ୍ୟ ଯାଇଥିଲେ। ନିକଟରେ ଜଗଦ୍ଦେବ ଭାଜପାରେ ଯୋଗ ଦେଇଥିବାରୁ ବିଜେଡି ଆଶାୟୀ ତାଲିକାରେ ପୂର୍ବତନ ବିଧାୟକ ରଘୁନାଥ ସାହୁ, ରାଜ୍ୟ ସଭା ସଦସ୍ୟ ତଥା ବିଜେଡି ମିଡିଆ ସେଲର ମୁଖ୍ୟ ମାନସ ମଙ୍ଗରାଜ, ବାଣପୁର ନଗରପାଳ ମିଟୁ ନାୟକ, ସରପଞ୍ଚ ମନୋଜ ପ୍ରଧାନ ଓ ଗୋପୀନାଥ ମହାରଣା ନିର୍ବାଚନମଣ୍ଡଳୀରେ ସକ୍ରିୟ ରହିଛନ୍ତି। ଏବେ ବରିଷ୍ଠ ନେତା ପ୍ରସନ୍ନ ପାଟଶାଣୀଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଲାଣି। ବର୍ତ୍ତମାନ ସମୟରେ ରଘୁନାଥ ଏକଜିଦିଆ ପାଲଟିଯାଇଥିବା ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ ବିଜେଡିରୁ ଯଦି ଟିକେଟ ନ ମିଳେ ସେ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳୁଛି। ଅପରପକ୍ଷରେ ଯଦି ରଘୁନାଥଙ୍କୁ ବିଜେଡିରୁ ଟିକେଟ ମିଳେ, ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କ ସହିତ ଆଗଧାଡ଼ିର ଯେଉଁ କର୍ମୀମାନେ ହାତାହାତି ହୋଇଥିଲେ, ସେମାନେ ସମସ୍ତେ ଏକାଠି ହୋଇ ରଘୁନାଥଙ୍କୁ ହଇରାଣରେ ପକାଇ ଦେବେ ବୋଲି ଚର୍ଚ୍ଚା ଚାଲିଛି। ପୁଣି ବିଜେଡି-ଭାଜପା ମେଣ୍ଟ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇପାରି ନ ଥିବାରୁ କେଉଁ ଦଳ ଭାଗରେ ଏହି ଆସନ ପଡ଼ିବ, ତାହାକୁ ନେଇ ଆଶାୟୀ ଅନାଇ ରହିଛନ୍ତି।
ପୃଥ୍ବୀରାଜ ହରିଚନ୍ଦନ ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ହାରିଥିଲେ। ସେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାକୁ କସରତ କରୁଥିବା ବେଳେ ଜଗଦ୍ଦେବଙ୍କ ଭାଜପା ପ୍ରବେଶ ଅଡ଼ୁଆ ସ୍ଥିତି ସୃଷ୍ଟି କଲାଣି। ବୁଥ୍‌ସ୍ତରରୁ ଦଳକୁ ସଙ୍ଗଠିତ କରି ଭାଜପାକୁ ପୃଥ୍ବୀରାଜ ହରିଚନ୍ଦନ ସୁଦୃଢ଼ କରୁଥିଲେ ହେଁ ହରିଚନ୍ଦନ ପରିବାରର ବଂଶବାଦ ରାଜନୀତିକୁ ଭୋଟରମାନେ ଭିନ୍ନ ଦୃଷ୍ଟିରେ ଦେଖୁଥିବା ଆଲୋଚନା ହେଉଛି I
ନିର୍ବାଚନମଣ୍ଡଳୀରେ କଂଗ୍ରେସର କେତେକ ଦାବିଦାର ରହିଥିବା ବେଳେ ୨୦୧୯ରେ ପ୍ରାର୍ଥୀ ହୋଇଥିବା ପ୍ରଦୀପ କୁମାର ସ୍ବାଇଁ ପୁନଶ୍ଚ ଲଢ଼େଇ କରିବାକୁ ଚେଷ୍ଟା କରୁଛନ୍ତି। ବ୍ଲକ ଓ ପଞ୍ଚାୟତ ସ୍ତରରେ ସେ ସାଙ୍ଗଠନିକ କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳୁଛି। ଯଦି ବିଜେଡି-ଭାଜପା ମେଣ୍ଟ ହୁଏ, ତେବେ ସେହି ମିଳିତ ପ୍ରାର୍ଥୀଙ୍କ ପ୍ରତି ଅମଙ୍ଗ ଥିବା ଭୋଟର କଂଗ୍ରେସକୁ ପସନ୍ଦ କରିବେ ବୋଲି ସାଧାରଣରେ ମଧ୍ୟ ଚର୍ଚ୍ଚା ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମାତୁଛନ୍ତି ଚୋର, ଅଭିଯୋଗ ପରେ ବି ଧରି ପାରୁନି ପୋଲିସ

ଗୋପାଳପୁର,୧୫।୬(ନବୀନ ରାଜ ଆଚାରୀ): ଗତ କିଛି ଦିନ ହେଲା ଗୋପାଳପୁର ଥାନା ଅଞ୍ଚଳ ଚୋର ଦଳ ସକ୍ରିୟ ହୋଇପଡିଛନ୍ତି l ଗୋଟିଏ ପରେ ଗୋଟିଏ ଘର...

କଇଁଛ ଚାଲାଣବେଳେ ୪ଗିରଫ, ୧୭୬ କଇଁଛ ଉଦ୍ଧାର

ଝରିଗାଁ,୧୫।୬(କିଶୋର ଚନ୍ଦ୍ର ମଣ୍ଡଳ): କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ କଇଁଛ ଚୋରା ଚାଲାଣ ବେଳେ ଝରିଗାଁ ବନ ବିଭାଗ ଦ୍ୱାରା ୧୭୬ କଇଁଛ ଉଦ୍ଧାର ହୋଇଛି।...

ଏଥର ଦୁଇ ଦିନ ହେବ ଗୁଣ୍ଡିଚା ଯାତ୍ରା, ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ

ଏଥର ଦୁଇ ଦିନ ହୋଇପାରେ ଗୁଣ୍ଡିଚା ଯାତ୍ରା । ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ...

ଆନ୍ତଃଜିଲା ଚୋର ଗ୍ୟାଙ୍ଗ ଠାବ, ୮ଗିରଫ

ବରଗଡ଼,୧୫।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଏକ ଆନ୍ତଃରାଜ୍ୟ ଚୋରିଗ୍ୟାଙ୍ଗଙ୍କୁ ଗିରଫ କରିଛି। ପୋଲିସ ସମୂଦାୟ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୬ ଅଭିଯୁକ୍ତ...

କେନ୍ଦୁପତ୍ର କାରବାର ହ୍ରାସ ପାଇବା ସମ୍ଭାବନା

ଝାରସୁଗୁଡ଼ା,୧୫।୬(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲାର କେନ୍ଦୁପତ୍ର ୩୦ ବର୍ଷ ତଳେ ଚାହିଦା ବେଶ ରହିଥିବା ବେଳେ ଶିଳ୍ପାୟନ ପ୍ରଭାବରେ କେନ୍ଦୁପତ୍ର ଆଗାମୀ ଦିନରେ ହ୍ରାସ ପାଇବା...

ପ୍ରକଳ୍ପ ଅଚଳ ଯୋଗୁ ସପ୍ତାହେ ହେଲା ଜଳଯୋଗାଣ ବ୍ୟାହତ

ଲୋଇସିଂହା,୧୫।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କଦଳିପାଲି ଗ୍ରାମରେ ଜଳଯୋଗାଣ ପ୍ରକଳ୍ପର ଷ୍ଟାଟର ଅଚଳ ହୋଇପଡିଛି। ଏହା ସଜଡ଼ା ଯାଉ ନାହିଁ। ଏଣୁ ସପ୍ତାହେ...

ମୁଗ, ଚିନାବାଦାମ ମଣ୍ଡି ଖୋଲାଯାଇ ନ ଥିବାରୁ ଅସନ୍ତୋଷ

ମାଲକାନଗିରି,୧୫ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଚଳିତ ବର୍ଷ ବାଦାମ ଓ ମୁଗ ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଖରିଦ କରାଯିବ ବୋଲି ଗତ ମାସ ୨୯ରେ ତାରିଖ...

୨ ହସ୍ପିଟାଲ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ

ନୟାଗଡ଼,୧୫।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ, ସେଫ୍ଟିକ ୱାର୍ଡ, ମେଡିସିନ ୱାର୍ଡ, ଶିଶୁ ୱାର୍ଡ, ପୁରୁଣା ଆଉଟଡୋରରୁ ୬୦ରୁ ଊର୍ଦ୍ଧ୍ୱ ଏସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri