ମୋବାଇଲ ଫୋନ ଅଧିକ ବ୍ୟବହାର କଲେ ବୃଦ୍ଧି ହୋଇପାରେ ମେଦବହୁଳତା, ଗବେଷଣା ରିପୋର୍ଟ…

ଓ୍ବାଶିଂଟନ, ୧।୯ : ମୋବାଇଲ ଫୋନ ଠାରୁ ଆରମ୍ଭ କରି ଲାପଟପ ଏବଂ ଟ୍ୟାବ ଆଦି ସହିତ ଅଧିକ ସମୟ ବିତାଇବା ଦ୍ୱାରା ମେଦବହୁଳତା ତଥା ମାନସିକ ସମସ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଉପକରଣଗୁଡ଼ିକରୁ ବିଚ୍ଛୁରିତ ହେଉଥିବା ନୀଳ ଆଲୋକ ମଣିଷର ମୌଳିକ ଜୈବିକ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ। ଏନେଇ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହି ଗବେଷଣା ରିପୋର୍ଟ ମେଡିକାଲ ଜର୍ନାଲ ଫ୍ରଣ୍ଟିଅର୍ସ ଇନ ଏଜିଙ୍ଗରେ ପ୍ରକାଶିତ ହୋଇଛି। ଏହି ଅଧ୍ୟୟନ ମାଛିମାନଙ୍କ ଉପରେ କରାଯାଇଛି। ଏହାର ଆଶ୍ଚର୍ଯ୍ୟଜନକ ଫଳାଫଳ ଅଛି ଯେ ସମାନ ପ୍ରଭାବ ମଣିଷମାନଙ୍କଠାରେ ମଧ୍ୟ ଦେଖାଯିବାର ଆଶଙ୍କା ରହିଛି। ଅଧ୍ୟୟନ ଅନୁଯାୟୀ, ଟିଭି, ଲାପଟପ ଏବଂ ଫୋନ ଭଳି ବୈନନ୍ଦିନ ବ୍ୟବହୃତ ହେଉଥିବା ଉପକରଣର ପରଦାରୁ ନିର୍ଗତ ନୀଳ ଆଲୋକର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଯୋଗୁ ଚର୍ମ ଏବଂ ନ୍ୟୁରନ ଉପରେ ପ୍ରଭାବ ଅନୁଭୁତ ହୋଇଥାଏ। ଏହା ଶରୀରୀ ଜୀବକୋଷ ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପକାଇବାର ସମ୍ଭାବନା ଥାଏ।

ଅତ୍ୟଧିକ ନୀଳ ଆଲୋକର ସଂସ୍ପର୍ଶରୁ ଦୂରେଇ ରହିବା ଏକ ଭଲ ଆଣ୍ଟି-ଏଜିଂ ଉପାୟ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗବେଷକମାନେ କହିଛନ୍ତି ଯେ ଏହି ନୀଳ ଆଲୋକରେ ରହୁଥିବା ମାଛିମାନେ ଅନ୍ଧକାରରେ ଥିବା ମାଛିଙ୍କ ତୁଳନାରେ କମ ଦିନ ବଞ୍ଚନ୍ତି।

ଆମେରିକାର ଓରେଗନ ଷ୍ଟେଟ ୟୁନିଭରସିଟିର ଇଣ୍ଟିଗ୍ରେଟିଭ ବାୟୋଲୋଜି ବିଭାଗର ପ୍ରଫେସର ଡକ୍ଟର ଜାଦୱିଗା ଗିବଲ୍ଟୋଭିକ ସ୍ପଷ୍ଟ କରିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ଦେଖାଯାଇଛି ଯେ ଶରୀରର ଜୀବ କୋଷଗୁଡ଼ିକ ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦିଷ୍ଟ ମେଟାବୋଲାଇଟ ଆବଶ୍ୟକ। କିନ୍ତୁ ନୀଳ ଆଲୋକର ପ୍ରଭାବରେ ଜୀବକୋଷର କାର୍ଯ୍ୟ ପ୍ରଭାବିତ ହୁଏ।
ନ୍ୟୁରନ ମଧ୍ୟରେ ଯୋଗାଯୋଗ ପାଇଁ ଦାୟୀ ଅଣୁଗୁଡ଼ିକ, ଯେପରିକି ଗ୍ଲୁଟାମେଟ, ନୀଳ ଆଲୋକ ଯୋଗୁ ପ୍ରଭାବିତ ହୋଇଥାଏ। ଫଳରେ ଜୀବ କୋଷଗୁଡ଼ିକୁ ଏକ ଉପ-ସ୍ତରରେ କାର୍ଯ୍ୟ କରିଥାଏ। ଏହା ଦ୍ୱାରା ଅଳ୍ପ ବୟସରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ।

ବାସ୍ତବରେ, ଫୋନ, ଡେସ୍କଟପ ଏବଂ ଟିଭି ପରି ଏଲଇଡି ଡିସପ୍ଲେ ସ୍କ୍ରିନରୁ ଆମେ ନୀଳ ଆଲୋକର ବିଚ୍ଛୁରିତ ହୋଇଥାଉ । ଯେହେତୁ ମାଛି ଏବଂ ମଣିଷର କୋଷରେ ସିଗନାଲ ରାସାୟନିକ ପଦାର୍ଥ ସମାନ। ତେଣୁ ମଣିଷ ଉପରେ ନୀଳ ଆଲୋକର ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri