ବ୍ୟାସ ସରୋବରର ବିକାଶ ଆଳରେ ମୋରମ ଲୁଟ୍‌

ଯାଜପୁର ଅଫିସ,୫ା୫: ବ୍ୟାସ ସରୋବରର ବିକାଶ କାର୍ଯ୍ୟ ଚାଲିଛି। ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କାର୍ପୋରେଶନ) ନେତୃତ୍ୱରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ଜରିଆରେ ଏହି କାମ ଚାଲିଛି । ତେବେ ଏଥିପାଇଁ ବ୍ୟାସ ସରୋବରର ଜଗନ୍ନାଥ ମନ୍ଦିର ନିକଟସ୍ଥ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ବେଆଇନ ମୋରମ ଖନନ ଯୋଗୁ ନଷ୍ଟ ହେବାକୁ ବସିଛି। ବ୍ୟାସ ସରୋବରର ଗୋଟିଏ ପଟେ ବିକାଶ ତ ଅନ୍ୟପଟେ ବିନାଶକୁ ଆମନ୍ତ୍ରଣ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ଏପରି କି ବିନା ପରିବେଶ ମଞ୍ଜୁରୀରେ ବିପୁଳ ଜଙ୍ଗଲ ଜମିରୁ ମୋରମ ଉତ୍ତୋଳନ ହେଉଥିଲେ ହେଁ ତହସିଲ ପ୍ରଶାସନ ନୀରବ ରହିଥିବା ଅଭିଯୋଗ ହେଉଛି।

ଲଘୁ ଖଣିଜ ସମ୍ପଦ ବାଲି, ଗ୍ରାନାଇଟ, ମୋରମ, ମାଟି ପ୍ରଭୃତିର ଉତ୍ତୋଳନ ପାଇଁ ସରକାର ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ-୨୦୧୪ (ଓଏମ୍‌ଏମ୍‌ସିଏଆର) ଅନୁଯାୟୀ ବ୍ୟାସ ସରୋବରରେ ଗୋଟିଏ ବି ସୈରାତ କାହାରିକୁ ଲିଜ୍‌ ସୂତ୍ରରେ ଦିଆଯାଇ ନାହିଁ । ମାଇନିଂ ପ୍ଲାନ, ପରିବେଶ ଓ ଜଙ୍ଗଲ ବିଭାଗର ଅନୁମୋଦନ ମଧ୍ୟ ନାହିଁ । ତେଣୁ ବ୍ୟାସ ସରୋବରରୁ ମୋରମ ଓ ମାଟି ଉତ୍ତୋଳନ ହେଉଥିବା ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ପ୍ରତ୍ୟହ ସକାଳୁ ରାତି ପର୍ଯ୍ୟନ୍ତ ଏକାଧିକ ହାଇୱା ଗାଡିରେ ମୋରମ ପରିବହନ ହେଉଥିବା ଦେଖି ସ୍ଥାନୀୟ ଲୋକେ ବିରୋଧ କରୁଥିଲେ ହେଁ ସେମାନଙ୍କୁ ସଂପୃକ୍ତ ଠିକାସଂସ୍ଥା ମାନୁ ନାହାନ୍ତି। ତହସିଲ ପ୍ରଶାସନକୁ ହାତ କରି ମୋରମ ଉତ୍ତୋଳନ ହେଉଛି ବୋଲି ସେମାନେ ଲୋକଙ୍କୁ କହୁଥିବା ସୂଚନା ମିଳିଛି ା ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ ମୁତାବକ ରାଜ୍ୟ ସରକାର ବିପୁଳ ଟଙ୍କାର ରାଜସ୍ବ ହରାଉଥିବାବେଳେ ଶତାଧିକ ଏକର ସରକାରୀ ଓ ଜଙ୍ଗଲ ଜମି ନଷ୍ଟ ହେଉଛି ା ସ୍ପଷ୍ଟ ଦିବାଲୋକରେ ଏହି କଳାକାରନାମା ଚାଲିଥିଲେ ସୁଦ୍ଧା ଜଗିବାକୁ କେହି ନାହିଁ ା ବିଭାଗୀୟ ଅଧିକାରୀଙ୍କ ଉଦାସୀନତାର ଫାଇଦା ବେଆଇନ ମୋରମ ବ୍ୟବସାୟୀଙ୍କୁ ବେଶ ସୁହାଉଛି ା ବ୍ୟାସନଗର ପୌରାଞ୍ଚଳର ୨୬ ନମ୍ବର ୱାର୍ଡ କାଉନସିଲର ରବୀନ୍ଦ୍ର ରାଉତ କୁହନ୍ତି, ବ୍ୟାସ ସରୋବରର ବିକାଶ କାର୍ଯ୍ୟକୁ ସେ ସ୍ବାଗତ କରୁଛନ୍ତି। କିନ୍ତୁ ସଂପୃକ୍ତ ଠିକାସଂସ୍ଥାର ମନମାନି ବଢି ଚାଲିଛି। ପବିତ୍ର ଜଗନ୍ନାଥ ପୀଠ ଥିବା ବ୍ୟାସ ସରୋବର ଅଞ୍ଚଳର ମୋରମ ଖନନକୁ ସାଧାରଣ ଲୋକେ ସହଜେ ଗ୍ରହଣ କରି ପାରି ନାହାନ୍ତି। ପ୍ରଭୁ ଜଗନ୍ନାଥ ରହୁଥିବା ଅଞ୍ଚଳରେ ଧାର୍ମିକ ଭାବନା ଜଡିତ ଥିବାରୁ ସାଧାରଣ ଲୋକେ ମାଟି କିମ୍ବା ମୋରମ ଖନନ କରିବାକୁ ଉଚିତ ମନେ କରନ୍ତି ନାହିଁ। କିନ୍ତୁ ଠିକାସଂସ୍ଥାର ଏଭଳି କାର୍ଯ୍ୟକୁ ବିରୋଧ କରାଯିବ ବୋଲି କାଉନସିଲର ରାଉତ ଚେତାବନୀ ଦେଇଛନ୍ତି। ବ୍ୟାସନଗର ତହସିଲଦାର ଅଶୋକ ମାଝିଙ୍କୁ ଏ ସଂକ୍ରାନ୍ତରେ ପଚରିବାରୁ ସେ କହିଛନ୍ତି, ମୋରମ ଉତ୍ତୋଳନ ଅଭିଯୋଗ ଉପରେ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri