ବ୍ୟାସ ସରୋବରର ବିକାଶ ଆଳରେ ମୋରମ ଲୁଟ୍‌

ଯାଜପୁର ଅଫିସ,୫ା୫: ବ୍ୟାସ ସରୋବରର ବିକାଶ କାର୍ଯ୍ୟ ଚାଲିଛି। ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କାର୍ପୋରେଶନ) ନେତୃତ୍ୱରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ଜରିଆରେ ଏହି କାମ ଚାଲିଛି । ତେବେ ଏଥିପାଇଁ ବ୍ୟାସ ସରୋବରର ଜଗନ୍ନାଥ ମନ୍ଦିର ନିକଟସ୍ଥ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ବେଆଇନ ମୋରମ ଖନନ ଯୋଗୁ ନଷ୍ଟ ହେବାକୁ ବସିଛି। ବ୍ୟାସ ସରୋବରର ଗୋଟିଏ ପଟେ ବିକାଶ ତ ଅନ୍ୟପଟେ ବିନାଶକୁ ଆମନ୍ତ୍ରଣ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ଏପରି କି ବିନା ପରିବେଶ ମଞ୍ଜୁରୀରେ ବିପୁଳ ଜଙ୍ଗଲ ଜମିରୁ ମୋରମ ଉତ୍ତୋଳନ ହେଉଥିଲେ ହେଁ ତହସିଲ ପ୍ରଶାସନ ନୀରବ ରହିଥିବା ଅଭିଯୋଗ ହେଉଛି।

ଲଘୁ ଖଣିଜ ସମ୍ପଦ ବାଲି, ଗ୍ରାନାଇଟ, ମୋରମ, ମାଟି ପ୍ରଭୃତିର ଉତ୍ତୋଳନ ପାଇଁ ସରକାର ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ-୨୦୧୪ (ଓଏମ୍‌ଏମ୍‌ସିଏଆର) ଅନୁଯାୟୀ ବ୍ୟାସ ସରୋବରରେ ଗୋଟିଏ ବି ସୈରାତ କାହାରିକୁ ଲିଜ୍‌ ସୂତ୍ରରେ ଦିଆଯାଇ ନାହିଁ । ମାଇନିଂ ପ୍ଲାନ, ପରିବେଶ ଓ ଜଙ୍ଗଲ ବିଭାଗର ଅନୁମୋଦନ ମଧ୍ୟ ନାହିଁ । ତେଣୁ ବ୍ୟାସ ସରୋବରରୁ ମୋରମ ଓ ମାଟି ଉତ୍ତୋଳନ ହେଉଥିବା ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ପ୍ରତ୍ୟହ ସକାଳୁ ରାତି ପର୍ଯ୍ୟନ୍ତ ଏକାଧିକ ହାଇୱା ଗାଡିରେ ମୋରମ ପରିବହନ ହେଉଥିବା ଦେଖି ସ୍ଥାନୀୟ ଲୋକେ ବିରୋଧ କରୁଥିଲେ ହେଁ ସେମାନଙ୍କୁ ସଂପୃକ୍ତ ଠିକାସଂସ୍ଥା ମାନୁ ନାହାନ୍ତି। ତହସିଲ ପ୍ରଶାସନକୁ ହାତ କରି ମୋରମ ଉତ୍ତୋଳନ ହେଉଛି ବୋଲି ସେମାନେ ଲୋକଙ୍କୁ କହୁଥିବା ସୂଚନା ମିଳିଛି ା ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ ମୁତାବକ ରାଜ୍ୟ ସରକାର ବିପୁଳ ଟଙ୍କାର ରାଜସ୍ବ ହରାଉଥିବାବେଳେ ଶତାଧିକ ଏକର ସରକାରୀ ଓ ଜଙ୍ଗଲ ଜମି ନଷ୍ଟ ହେଉଛି ା ସ୍ପଷ୍ଟ ଦିବାଲୋକରେ ଏହି କଳାକାରନାମା ଚାଲିଥିଲେ ସୁଦ୍ଧା ଜଗିବାକୁ କେହି ନାହିଁ ା ବିଭାଗୀୟ ଅଧିକାରୀଙ୍କ ଉଦାସୀନତାର ଫାଇଦା ବେଆଇନ ମୋରମ ବ୍ୟବସାୟୀଙ୍କୁ ବେଶ ସୁହାଉଛି ା ବ୍ୟାସନଗର ପୌରାଞ୍ଚଳର ୨୬ ନମ୍ବର ୱାର୍ଡ କାଉନସିଲର ରବୀନ୍ଦ୍ର ରାଉତ କୁହନ୍ତି, ବ୍ୟାସ ସରୋବରର ବିକାଶ କାର୍ଯ୍ୟକୁ ସେ ସ୍ବାଗତ କରୁଛନ୍ତି। କିନ୍ତୁ ସଂପୃକ୍ତ ଠିକାସଂସ୍ଥାର ମନମାନି ବଢି ଚାଲିଛି। ପବିତ୍ର ଜଗନ୍ନାଥ ପୀଠ ଥିବା ବ୍ୟାସ ସରୋବର ଅଞ୍ଚଳର ମୋରମ ଖନନକୁ ସାଧାରଣ ଲୋକେ ସହଜେ ଗ୍ରହଣ କରି ପାରି ନାହାନ୍ତି। ପ୍ରଭୁ ଜଗନ୍ନାଥ ରହୁଥିବା ଅଞ୍ଚଳରେ ଧାର୍ମିକ ଭାବନା ଜଡିତ ଥିବାରୁ ସାଧାରଣ ଲୋକେ ମାଟି କିମ୍ବା ମୋରମ ଖନନ କରିବାକୁ ଉଚିତ ମନେ କରନ୍ତି ନାହିଁ। କିନ୍ତୁ ଠିକାସଂସ୍ଥାର ଏଭଳି କାର୍ଯ୍ୟକୁ ବିରୋଧ କରାଯିବ ବୋଲି କାଉନସିଲର ରାଉତ ଚେତାବନୀ ଦେଇଛନ୍ତି। ବ୍ୟାସନଗର ତହସିଲଦାର ଅଶୋକ ମାଝିଙ୍କୁ ଏ ସଂକ୍ରାନ୍ତରେ ପଚରିବାରୁ ସେ କହିଛନ୍ତି, ମୋରମ ଉତ୍ତୋଳନ ଅଭିଯୋଗ ଉପରେ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri