ରଗଡ଼ି ଅଞ୍ଚଳରେ ମୋରମ ଲୁଟ ଅଣାୟତ୍ତ

ଯାଜପୁର ଅଫିସ/ରଗଡ଼ି (ଡି.ଏନ୍‌.ଏ.),୧୫ା୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନରେ ମୋରମ ଚୋରି ବଢ଼ିବାରେ ଲାଗିଛି। ରାଜସ୍ବ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଏବଂ ଅର୍ଥ ଲୋଭ ପାଇଁ ସରକାର ବିପୁଳ ଟଙ୍କାର ରାଜସ୍ବ ହରାଉଥିଲେ ହେଁ ଏହି ଚୋରିକୁ ରୋକିବା ବ୍ୟାସନଗର ତହସିଲ ପ୍ରତି ଅସମ୍ଭବ ହୋଇପଡ଼ିଛି। ଗତବର୍ଷ ଏବଂ ଚଳିତ ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ରଗଡ଼ି ଅଞ୍ଚଳର ସରକାରୀ ଓ ଜଙ୍ଗଲ ଜମିରୁ ପାଖାପାଖି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମୋରମ ଲୁଟ ହୋଇଥିବା ଅନୁମାନ କରାଯାଉଛି। ମାସକ ପୂର୍ବରୁ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକଙ୍କ ଅତର୍କିତ ଚଢ଼ାଉ କ୍ରମେ ଏହି ବେଆଇନ ଖନନ କିଛିଦିନ ବନ୍ଦ ରହିଥିଲା। ହେଲେ ପୁଣି ଏହି ମୋରମ ଓ ମାଙ୍କଡା ପଥର ଚୋରି ଏବେ ଅଣାୟତ୍ତ ହୋଇଛି। ସୂଚନା ଅନୁଯାୟୀ ଉକ୍ତ ତହସିଲ ଅନ୍ତର୍ଗତ ପଛିକୋଟ ରାଜସ୍ବ ନିରୀକ୍ଷକ ଅଧୀନ ରଗଡ଼ି କାଜୁ ଜଙ୍ଗଲ ପଛପାଶ୍ୱର୍ର୍ ପରମାନନ୍ଦପୁର ମୌଜାର ଏକ ସରକାରୀ ଜମିରୁ ସ୍ଥାନୀୟ କେତେଜଣ ବ୍ୟବସାୟୀ ରାତି ସମୟରେ ଜେସିବି ଲଗାଇ ମୋରମ ଲୁଟ୍‌ କରୁଛନ୍ତି। କିଛିଦିନ ତଳେ ଏହି ଜମିରୁ ପ୍ରାୟ ୪୫ ଘନମିଟରରୁ ଊର୍ଦ୍ଧ୍ୱ ପରିମାଣର ମୋରମ୍‌ ଲୁଟ କରି ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏଥିରେ ୧୦ରୁ ଉର୍ଦ୍ଧ୍ୱ ଟ୍ରାକ୍ଟର ବ୍ୟବହାର ହେବା ସହ ଟ୍ରିପ୍‌ ପିଛା ୧ ହଜାର ଟଙ୍କାରେ ବିକ୍ରି ହୋଇଛି। ରାତି ୧୨ଟା ମଧ୍ୟରୁ ଏହି ଲୁଟ ଆରମ୍ଭ ହୋଇ ଭୋର ୪ଟା ଯାଏ ଚାଲୁ ରହୁଛି। ପଛିକୋଟ ରାଜସ୍ବ କାର୍ଯ୍ୟାଳୟର ଅତି ନିକଟବର୍ତ୍ତୀ ଅଞ୍ଚଳରେ ଏହି ବେଆଇନ କାରବାର ହେଉଥିଲେ ମଧ୍ୟ ଏଯାବତ ଗୋଟିଏ ବି ମୋରମ ବୋଝେଇ ଟ୍ରାକ୍ଟର ଜବତ କରିବାକୁ ବ୍ୟାସନଗର ତହସିଲ ସଫଳ ହୋଇନାହିଁ। ରାଜସ୍ବ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା କାରଣରୁ ଏହି ମାଫିଆମାନେ ପରମାନନ୍ଦପୁର ଆକାଶିଆ ଜଙ୍ଗଲ ଏବଂ ଖମିଗାଁ କାଜୁ ଜଙ୍ଗଲ ନିକଟରୁ ରୀତିମତ ମୋରମ ଚୋରି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ କହୁଛନ୍ତି। ଏହି ଲୁଟ ସମ୍ବନ୍ଧରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ପଚାରିବାରେ ସେ କହିଛନ୍ତି, ପଛିକୋଟ ଆର୍‌ଆଇ ଏହାର ରିପୋର୍ଟ ଦାଖଲ କରିଛନ୍ତି ଏବଂ ଖୁବଶୀଘ୍ର ଏଥିରେ ଲିପ୍ତ ଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀରେ ନବଦମ୍ପତିଙ୍କ ମୃତ୍ୟୁ

ଗୋପାଳପୁର,୧୪ା୨(ଡି.ଏନ.ଏ.):ଚାରିଦିନ ଦିନ ପୂର୍ବେ ପଡ଼ିଥିଲା ହାତଗଣ୍ଠି। ପାଦରୁ ଅଳତା ଲିଭିନି। ଘରୁ ମଧ୍ୟ ବିଦା ହୋଇନାହାନ୍ତି ବନ୍ଧୁବାନ୍ଧବ। ହେଲେ ଚତୁର୍ଥୀ ଦିନରେ ଲିଭିଗଲା ନବ ଦମ୍ପତିଙ୍କ...

କଳାବଜାରରେ ବିକ୍ରି ହେଉଛି ସାଧାରଣ ବଣ୍ଟନ ସାମଗ୍ରୀ: କୋଠ ଘରୁ ଶତାଧିକ ପିଡିଏସ୍‌ ଚାଉଳ ବସ୍ତା ଜବତ

ରସୁଲପୁର,୩୦-୧୦(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକରେ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନରେ ସରକାରଙ୍କ ୫-ଟି ପ୍ରୟୋଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଭୂତ ଚାଉଳ କାର୍ଡ ହାତେଇବାରେ...

ଟାଙ୍ଗିଆରେ ଆକ୍ରମଣ ଘଟଣାରେ ଜଣେ ଗିରଫ

ବୁଗୁଡ଼ା,୧୩ା୯(ଡି.ଏନ.ଏ.)-ବୁଗୁଡ଼ା ଥାନା ଡାକରାବାଡ଼ିରେ ଟାଙ୍ଗିଆରେ ଆକ୍ରମଣ କରିଥିବା ଘଟଣାରେ ପୋଲିସ ଶୁକ୍ରବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଗିରଫ ଜଣକ ହେଲେ ଡାକରାବାଡ଼ି ଗ୍ରାମର ପରୀକ୍ଷିତ ସାହୁ।...

ମାଟିମୂର୍ତ୍ତିର ମ୍ୟୁଜିୟମ

ସାତମାଇଲ,୮।୩: ମହାବୀରଙ୍କଠାରୁ ମହାତ୍ମା ଗାନ୍ଧୀ। ତିଳକଙ୍କଠାରୁ ତେଜସ୍ବିନୀ ଲକ୍ଷ୍ମୀବାଈ। ସୁନ୍ଦର ଆଲୋକରେ ଝଲସୁଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଲୋକକଳା, ସ୍ବାଧୀନତା ସଂଗ୍ରାମର ଗାଥା, ଜନଜୀବନର ଗହନ...

ଓଡ଼ିଆଙ୍କ ଦାନ୍ତ ନାହିଁ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ବିିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରୁଥିବା କୁହାଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିନ୍ତୁ ପଛୁଆ ରହିଯାଇଥିବା ଦେଖାଯାଇଛି। ଏଠାରେ ଦାନ୍ତ ଚିକିତ୍ସା ସ୍ଥିତିକୁ ଦେଖିଲେ...

ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍‌ ତିଆରି କଲେ ନବମ ଶ୍ରେଣୀ ଛାତ୍ର

ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍‌। ଏହି ବାଇକ୍‌କୁ ନେଇ ସମଗ୍ର କେନ୍ଦୁଝର ଜିଲା...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦୩ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୮।୭(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୨୦ ଜଣ ଥିବାବେଳେ ଯାଜପୁରରୁ ୪୬,...

ଆଜି ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ

ଭବାନୀପାଟଣା,୨୮।୧୦(ସ୍ବ.ପ୍ର): କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅସନ୍ତୋଷ ଦେଖାଦେଉଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଫାଶି...

Advertisement
Archives

Model This Week