ରଗଡ଼ି ଅଞ୍ଚଳରେ ମୋରମ ଲୁଟ ଅଣାୟତ୍ତ

ଯାଜପୁର ଅଫିସ/ରଗଡ଼ି (ଡି.ଏନ୍‌.ଏ.),୧୫ା୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନରେ ମୋରମ ଚୋରି ବଢ଼ିବାରେ ଲାଗିଛି। ରାଜସ୍ବ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଏବଂ ଅର୍ଥ ଲୋଭ ପାଇଁ ସରକାର ବିପୁଳ ଟଙ୍କାର ରାଜସ୍ବ ହରାଉଥିଲେ ହେଁ ଏହି ଚୋରିକୁ ରୋକିବା ବ୍ୟାସନଗର ତହସିଲ ପ୍ରତି ଅସମ୍ଭବ ହୋଇପଡ଼ିଛି। ଗତବର୍ଷ ଏବଂ ଚଳିତ ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ରଗଡ଼ି ଅଞ୍ଚଳର ସରକାରୀ ଓ ଜଙ୍ଗଲ ଜମିରୁ ପାଖାପାଖି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମୋରମ ଲୁଟ ହୋଇଥିବା ଅନୁମାନ କରାଯାଉଛି। ମାସକ ପୂର୍ବରୁ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକଙ୍କ ଅତର୍କିତ ଚଢ଼ାଉ କ୍ରମେ ଏହି ବେଆଇନ ଖନନ କିଛିଦିନ ବନ୍ଦ ରହିଥିଲା। ହେଲେ ପୁଣି ଏହି ମୋରମ ଓ ମାଙ୍କଡା ପଥର ଚୋରି ଏବେ ଅଣାୟତ୍ତ ହୋଇଛି। ସୂଚନା ଅନୁଯାୟୀ ଉକ୍ତ ତହସିଲ ଅନ୍ତର୍ଗତ ପଛିକୋଟ ରାଜସ୍ବ ନିରୀକ୍ଷକ ଅଧୀନ ରଗଡ଼ି କାଜୁ ଜଙ୍ଗଲ ପଛପାଶ୍ୱର୍ର୍ ପରମାନନ୍ଦପୁର ମୌଜାର ଏକ ସରକାରୀ ଜମିରୁ ସ୍ଥାନୀୟ କେତେଜଣ ବ୍ୟବସାୟୀ ରାତି ସମୟରେ ଜେସିବି ଲଗାଇ ମୋରମ ଲୁଟ୍‌ କରୁଛନ୍ତି। କିଛିଦିନ ତଳେ ଏହି ଜମିରୁ ପ୍ରାୟ ୪୫ ଘନମିଟରରୁ ଊର୍ଦ୍ଧ୍ୱ ପରିମାଣର ମୋରମ୍‌ ଲୁଟ କରି ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏଥିରେ ୧୦ରୁ ଉର୍ଦ୍ଧ୍ୱ ଟ୍ରାକ୍ଟର ବ୍ୟବହାର ହେବା ସହ ଟ୍ରିପ୍‌ ପିଛା ୧ ହଜାର ଟଙ୍କାରେ ବିକ୍ରି ହୋଇଛି। ରାତି ୧୨ଟା ମଧ୍ୟରୁ ଏହି ଲୁଟ ଆରମ୍ଭ ହୋଇ ଭୋର ୪ଟା ଯାଏ ଚାଲୁ ରହୁଛି। ପଛିକୋଟ ରାଜସ୍ବ କାର୍ଯ୍ୟାଳୟର ଅତି ନିକଟବର୍ତ୍ତୀ ଅଞ୍ଚଳରେ ଏହି ବେଆଇନ କାରବାର ହେଉଥିଲେ ମଧ୍ୟ ଏଯାବତ ଗୋଟିଏ ବି ମୋରମ ବୋଝେଇ ଟ୍ରାକ୍ଟର ଜବତ କରିବାକୁ ବ୍ୟାସନଗର ତହସିଲ ସଫଳ ହୋଇନାହିଁ। ରାଜସ୍ବ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା କାରଣରୁ ଏହି ମାଫିଆମାନେ ପରମାନନ୍ଦପୁର ଆକାଶିଆ ଜଙ୍ଗଲ ଏବଂ ଖମିଗାଁ କାଜୁ ଜଙ୍ଗଲ ନିକଟରୁ ରୀତିମତ ମୋରମ ଚୋରି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ କହୁଛନ୍ତି। ଏହି ଲୁଟ ସମ୍ବନ୍ଧରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ପଚାରିବାରେ ସେ କହିଛନ୍ତି, ପଛିକୋଟ ଆର୍‌ଆଇ ଏହାର ରିପୋର୍ଟ ଦାଖଲ କରିଛନ୍ତି ଏବଂ ଖୁବଶୀଘ୍ର ଏଥିରେ ଲିପ୍ତ ଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri