କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଭୋଟ ଦେଲେନି ବିଧାୟକ ମୋକିମ

କଟକ ଅଫିସ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସୋମବାର ମତଦାନ ପ୍ରକ୍ରିୟା ଶେଷ ହୋଇଛି। ଇତି ମଧ୍ୟରେ କଂଗ୍ରେସର ପଦାଧିକାରୀ ନିଜ ମତ ସାବ୍ୟସ୍ତ କରିଥିବା ବେଳେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇ ନ ଥିବା ଜଣାପଡିଛି। ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ହୋଇଛି। ତେବେ ସେ କୌଣସି କାମରେ ବାହାରେ ଥିବାରୁ ଭୋଟ ଦେବାକୁ ଆସିପାରି ନ ଥିବା  କହିଛନ୍ତି।
ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଶଶି ଥରୁର ପ୍ରାର୍ଥୀ ରହିଛନ୍ତି। ନିରପେକ୍ଷ ଭାବେ ନିର୍ବାଚନ କରିବା ପାଇଁ ପ୍ରତି ରାଜ୍ୟରେ ଦଳ ପକ୍ଷରୁ ବୁଥ୍‌ କରାଯାଇଥିଲା।