ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ବିମଳ ପ୍ରସନ୍ନ ଦାସ

 

ଦିବ୍ୟଜନନୀ ଶ୍ରୀମା ଯଦିଚ ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ ସମୟରେ ଶ୍ରୀଅରବିନ୍ଦଙ୍କୁ ଦର୍ଶନ କଲେ, ଇତିହାସର ବିଡମ୍ବନା ଯେ ପ୍ରଥମ ମହାଯୁଦ୍ଧ ହେତୁ ତାଙ୍କୁ ଫେରିଯିବାକୁ ପଡିଲା, କିନ୍ତୁ ୧୯୧୪ ରୁ ୧୯୨୦ ଛଅ ବର୍ଷ ମା’ ଜାପାନରେ ଅବସ୍ଥାନ କଲେ ଏବଂ ୧୯୨୦ ଏପ୍ରିଲ ୨୪ରେ ଏକଦା ଋଷି ଅଗସ୍ତ୍ୟଙ୍କ ତପୋକ୍ଷେତ୍ର ପଣ୍ଡିଚେରୀକୁ ପ୍ରତ୍ୟାବର୍ତ୍ତନ କଲେ। ଏହି ପବିତ୍ର ଅବସରରେ ମା’ଙ୍କ ଅନୁପମ ଭକ୍ତି ”ମୋର ପଣ୍ଡିଚେରୀ ପ୍ରତ୍ୟାବର୍ତ୍ତନ ହିଁ ସକଳ ଅପଶକ୍ତି ଉପରେ ଅପ୍ରତିହତ ବିଜୟର ସ୍ମାରକୀ“ । ନୂତନ ଜୀବନ ଓ ଜଗତର ରୂପକାର ମହାଯୋଗୀ ଶ୍ରୀଅରବିନ୍ଦ ତାଙ୍କ ରଚିତ ମହାକାବ୍ୟ ସାବିତ୍ରୀରେ କହିଛନ୍ତି ”ଏକଇ ହୃଦୟ ତାଙ୍କୁ ଦେଇପାରେ ସାରା ଜଗତେ ଆଶ୍ରୟ“ (ସାବିତ୍ରୀ-୧୫ ପୃଷ୍ଠା) ସାମ୍ପ୍ରତିକ ସମାଜରେ ଅନ୍ୟାୟ, ଅତ୍ୟାଚାର, ଅବିଚାର ଓ ଅନ୍ଧକାର ଘନୀଭୂତ ହେଉଥିବାବେଳେ କରୁଣାମୟୀ ବିଶ୍ୱଜନନୀଙ୍କର ବାଣୀ ଜଗତକୁ ଅମୃତାୟିତ କରିବା ଦିଗରେ ଏକ ପ୍ରେରଣାମୟୀ ଉଦ୍‌ଘୋଷଣା।
୧୯୧୪ ମାର୍ଚ୍ଚ ୨୯ ଅପରାହ୍ନରେ ଯେଉଁ ସାକ୍ଷାତ ସମ୍ଭବପର ହୋଇଥିଲା ତାହା ଅତୀତରେ ଅନୁରୂପ ଅନ୍ୟ ଅନେକ ସାକ୍ଷାତ ତାଲିକାରେ ମହମ ସଂଯୋଜନ। ଏତାଦୃଶ ସାକ୍ଷାତର କେତୋଟି ବିରଳ ଦୃଷ୍ଟାନ୍ତ ହେଉଛି ରାମ-ପର୍ଶୁରାମ ସାକ୍ଷାତ, ମଗଧର ନନ୍ଦରାଜା ଶାସନ ଦ୍ୱାରା ଅପମାନିତ ଯୁବକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହ ଅକସ୍ମାତ ନନ୍ଦ-ବିରୋଧୀ ବୃଦ୍ଧ ବ୍ରାହ୍ମଣ ଚାଣକ୍ୟଙ୍କ ଭେଟ। ଏହାର ପରବର୍ତ୍ତୀ ପରିଣାମ ଇତିହାସରେ ଲିପିବଦ୍ଧ, କିନ୍ତୁ ସୁଦୂର ପ୍ୟାରିସରୁ ଆସି ମା’ଙ୍କର ଶ୍ରୀଅରବିନ୍ଦଙ୍କ ସହ ସାକ୍ଷାତର ପରିଣାମ ମା’ ଯାହା ହୃଦୟଙ୍ଗମ କରିଥିଲେ ତାହାହେଲା ପୃଥିବୀର ଅସଂଖ୍ୟ ଲୋକ ଅଜ୍ଞାନ ତିମିରରେ ରହି ଥାଆନ୍ତୁନା କାହିଁକି ଭୂପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଉପସ୍ଥିତି ହିଁ ଦିନେ ସେ ଅଜ୍ଞାନ ଆଲୋକରେ ରୂପାନ୍ତରିତ ହେବ ଏବଂ ଦିବ୍ୟଯୁଗର ଆଗମନରେ ନିଶ୍ଚିତ ପ୍ରତିଶ୍ରୁତି। ବିଶ୍ୱାସର ଏ ଦଲିଲ ଅନନ୍ୟ। ସେହି ମୁହୂର୍ତ୍ତରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ସ୍ବରୂପ ନିର୍ଣ୍ଣୟ କରିପାରିଲେ ବୋଲି ଆମେ ଆଜି ତାହା ଜାଣୁଛୁ।
ପ୍ରଫେସର ମନୋଜ ଦାସଙ୍କ ଭାଷାରେ ”ବିଧାତାର ପଞ୍ଜିକାରେ ସେହି ମୁହୂର୍ତ୍ତରେ ସ୍ପଷ୍ଟ ହୋଇ ଉଠିଥିବା ଶ୍ରୀମାଙ୍କ ଭୂମିକା- ଶ୍ରୀଅରବିନ୍ଦଙ୍କ ଯୋଗଯଜ୍ଞରେ ସେ ହେବେ ପୁରୋହିତ, ଦେବେ ଆହୁତି, ଚେତନାର ରହସ୍ୟାଲୋକରେ ସେ ନିଜକୁ ସମର୍ପଣ କରିବେ ଯୋଗେଶ୍ୱରଙ୍କ ଦୁଃସହ ପରୀକ୍ଷା ନିରୀକ୍ଷାର କଦବା ଆଧାର। କଦବା ସହଯୋଗୀ, କଦବା ସହକାରୀ, କଦବା ନିରୀକ୍ଷକ ଏବଂ କଦବା ଧାତ୍ରୀ ରୂପେ ଶ୍ରୀମାଙ୍କୁ ଇତିହାସର ବିଡମ୍ବନା ହେତୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡିଲା ସତ, କିନ୍ତୁ ସେ ଯୋଗଯଜ୍ଞର ସୂତ୍ରପାତ ହୋଇସାରିଥିଲା। ୧୯୨୦ ଏପ୍ରିଲ ୨୪ରେ ତାଙ୍କ ପୁନରାଗମନ ଉତ୍ତାରୁ ତାହା ଯେଉଁ ଯୁଗ୍ମ ତପସ୍ୟାର ରୂପ ନେଲା, ଆମ ମନ ବୁଦ୍ଧିର ମାଧ୍ୟମ ଯୋଗେଶ୍ୱର ଆକଳନ ଅସମ୍ଭବ, କିନ୍ତୁ ଆକାଶକୁ ମାପି ନ ପାରିଲେ ମଧ୍ୟ ମହାଶୂନ୍ୟକୁ ଦୃଷ୍ଟିପାତ କଲେ ତା’ର ଅସୀମତାର ଧାରଣା କରିହୁଏ। ସେହି ରୀତିରେ ମାତୃବିଭୂତି ପ୍ରତି ଆସ୍ଥାଶୀଳ ହୋଇ ତାଙ୍କ ପ୍ରତି ଉନ୍ମୁଖ ହେଲେ ସେ ଅଦ୍ଭୁତ ପୂର୍ବ ତପସ୍ୟାର ଊଣାଧିକ ଉତ୍ତାପ ଅନୁଭୂତ କରିହୁଏ, ଅନୁଭୂତିକୁ ଅନ୍ୟ କୌଣସି ଉପଯୁକ୍ତ ଶବ୍ଦ ଅଭାବରୁ ଏ ଲେଖକ ଉତ୍ତାପ ବୋଲି କହୁଛି। ତାହା ସୌମ୍ୟ ଉତ୍ତାପ, ବିନା ପ୍ରବାସରେ ତାହା ଆମ ଶୀତଳ ଚେତନାରେ ସାର କଲେ ସଞ୍ଜୀବନୀର ଉଷ୍ମତା ଶ୍ରୀମାଙ୍କ ସ୍ଥାୟୀ ଆଗମନ ପୂର୍ବରୁ ଆଶ୍ରମ ନ ଥିଲା। କେତେଜଣ ଏକାନ୍ତ ବିଶ୍ୱସ୍ତ ଓ ଅନୁରକ୍ତ ସେବକଙ୍କ ଗହଣରେ ଶ୍ରୀଅରବିନ୍ଦ ଥିଲେ ଯୋଗମଗ୍ନ। ସେମାନେ ଅତ୍ୟନ୍ତ ଭଦ୍ର, ବିବେକୀ ଓ ବୁଦ୍ଧିଦୀପ୍ତ ହେଲେ ମଧ୍ୟ ସେମାନଙ୍କ ସ୍ବାଭିମାନ ଥିଲା ଖୁବ୍‌ ଉଗ୍ର। ପୃଥିବୀ ସମ୍ପର୍କରେ ଯଥେଷ୍ଟ ଉପଲବ୍ଧି ଥିବା ସତ୍ତ୍ୱେ ସଂସ୍କାରରେ ସେମାନେ ଥିଲେ ରକ୍ଷଣଶୀଳ। ଶ୍ରୀଅରବିନ୍ଦଙ୍କ ପ୍ରଥମ ପର୍ଯ୍ୟାୟର ଜୀବନୀକାର ପ୍ରମୁଖ ଶିଷ୍ୟ ଆମ୍ବାଭାଇ ପୁରାଣୀ ଲେଖିଛନ୍ତି, ”ଶ୍ରୀମାଙ୍କର ଆଗମନ ଆମ ନିବାସରେ ଚାଞ୍ଚଲ୍ୟ ସୃଷ୍ଟିକଲା। ପରବର୍ତ୍ତୀ ସମୟରେ ସେହି ଅନୁଗତମାନେ ନିଜ ନିଜର ସ୍ମୃତିକଥାରେ ସ୍ପଷ୍ଟ ଲେଖିଛନ୍ତି, ନିଜସ୍ବ ବହୁ ମୂଲ୍ୟବାନ ଉପଲବ୍ଧି ଯାହା ଆମର ଚେତନାକୁ ବିସ୍ମୟ ଓ ପୁଲକରେ ଅଭିଭୂତ କରେ। ଶ୍ରୀମାଙ୍କ ସ୍ନେହ, ସୌହାର୍ଦ୍ଦ୍ୟ ସହ ନମ୍ରତା ସେମାନଙ୍କ ଅଜାଣତରେ ହିଁ ତାଙ୍କ ଆଗରେ ସେମାନଙ୍କୁ ହୃଦ୍‌ବୋଧ କରାଇଲେ- ଯେଉଁ ନିରାଭିମାନୀ ସରଳ ଅନ୍ତେବାସୀ ଶ୍ରୀଅରବିନ୍ଦଙ୍କୁ ସେମାନଙ୍କ ନିଜର ସଖା, ଦିଗ୍‌ଦର୍ଶନ ରୂପେ ଧରିନେଇଛନ୍ତି – ସେ ସେତିକିଠାରୁ ବହୁତ- ବହୁତ- ଅଧିକ ମହୀୟାନ, ଦିବ୍ୟ ଜନନୀଙ୍କ ଶ୍ରଦ୍ଧାମୟ ଉପସ୍ଥିତିର ପ୍ରଭାବରେ ଅନୁଗତମାନଙ୍କ ସଂଖ୍ୟା ବୃଦ୍ଧି ହେବାକୁ ଲାଗିଲା। ଶ୍ରୀଅରବିନ୍ଦ ତାଙ୍କ ତପସ୍ୟାର ଦୂରଗମ୍ୟ ପର୍ବରେ ନିମଜ୍ଜିତ ରହି ୧୯୨୬ ମସିହା ୨୪ ନଭେମ୍ବରରୁ ଅନୁଗତମାନଙ୍କ ଦୃଷ୍ଟିର ଅନ୍ତରାଳକୁ ଚାଲିଯିବା ପରଠାରୁ ଏ ସମାବେଶ ଶ୍ରୀମାଙ୍କ କରୁଣାର ଆଲୋକରେ ପ୍ରତି ପର୍ଯ୍ୟାୟରେ ତାଙ୍କ ସାଙ୍ଗଠନିକ ବ୍ୟବସ୍ଥା ଅନୁସାରେ କେମିତି ହେବାକୁ ଲାଗିଲା। ଏହା ହେଲା ବିନ୍ଦିବକ ଆଶ୍ରମରେ ପରିଣତ। ଅନ୍ତେବାସୀଙ୍କ ସଂଖ୍ୟା ଥିଲା ଆଜିର ଆଶ୍ରମରେ ନିହାତି ନଗଣ୍ୟ- ମାତ୍ର ୨୫ ।
ଶ୍ରୀଅରବିନ୍ଦ ତପସ୍ୟାଜନିତ ଅନ୍ତରାଳକୁ ଚାଲିଯିବା ପୂର୍ବରୁ ବୁଦ୍ଧିଦୀପ୍ତ ଅନୁଗତମାନେ ବାରମ୍ବାର ପ୍ରଶ୍ନବାଣରେ ତାଙ୍କୁ ଜର୍ଜରିତ କଲେ। ସେ ପ୍ରଶ୍ନ ଥିଲା ”ଆପଣ ଯେଉଁ ମା’ଙ୍କ ଆସିବା ସମ୍ପର୍କରେ ଅନେକ ଥର କହୁଥିଲେ ଇଏ କ’ଣ ସେହି ମାଆ? ଶେଷରେ ଶ୍ରୀଅରବିନ୍ଦ କେତେଖଣ୍ଡ କାଗଜରେ ଶ୍ରୀମା’ଙ୍କ ସମ୍ପର୍କରେ ଲେଖିଲେ, ଯାହାକି ପରେ ପୁସ୍ତକର ରୂପ ନେଲା। ତାହା ହିଁ ଆଜି ପୂର୍ଣ୍ଣଯୋଗ ସାଧନାର ମୂଳମନ୍ତ୍ର- ଗୀତାର ସ୍ବରୂପ – ମା’ କ୍ଷୁଦ୍ର ପୁସ୍ତିକାଟିଏ।
ଏଥିରେ ଶ୍ରୀମାଙ୍କର ଚାରୋଟି ଶକ୍ତି ସହିତ ଶ୍ରୀଅରବିନ୍ଦ ଆମମାନଙ୍କୁ ପରିଚିତ କରାଇଥିଲେ ମଧ୍ୟ ଆହୁରି ଆଠଗୋଟି ଶକ୍ତି ଅପ୍ରକାଶିତ ରହିଛି। ଏମାନଙ୍କ ମାଧ୍ୟମରେ ମାତାଙ୍କ ସନ୍ତାନମାନଙ୍କ ଉପରେ କାର୍ଯ୍ୟ କରନ୍ତି। ସେ ନିଜେ ହିଁ ବିଶ୍ୱ ସାର ଅଧିଷ୍ଠାତ୍ରୀ ଭଗବତୀ ତତ୍‌ଶକ୍ତି। ତାଙ୍କର ରୂପ ଚତୁଷ୍ଟୟ ହେଉଛନ୍ତି ମାହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ବତୀ। ସଂକ୍ଷେପରେ କହିଲେ ଜ୍ଞାନ, ବଳ, ସଂହତି ଓ ପରିପୂର୍ଣ୍ଣତା ହିଁ ଏ ଶକ୍ତି ଚତୁଷ୍ଟୟୀ ଅଭିବ୍ୟକ୍ତି। ଏ ସୃଷ୍ଟିକୁ ସର୍ବାଙ୍ଗ ସୁନ୍ଦର କରିବାକୁ ଯଦି ଅନନ୍ତକାଳ ପର୍ଯ୍ୟନ୍ତ ପରିଶ୍ରମ କରିବାକୁ ପ୍ରୟୋଜନ ହୁଏ, ତାହା ସକାଶେ ସେ ପ୍ରସ୍ତୁତ। ମା’ଙ୍କର ସମସ୍ତ ଶକ୍ତି ମଧ୍ୟରେ ମନୁଷ୍ୟର ସମସ୍ତ ତ୍ରୁଟିକୁ ସେ ସର୍ବାପେକ୍ଷା ଅଧିକ ଧୈର୍ଯ୍ୟ ସହ ସହ୍ୟ କରି ଆସିଛନ୍ତି। ଦୟା ଓ ସ୍ମିତହାସ୍ୟ ସହ ଆମ ପାଖେ ପାଖେ ରହିଛନ୍ତି ଓ ସର୍ବଦା ସାହାଯ୍ୟ କରୁଛନ୍ତି। ଏହାହିଁ ଶ୍ରୀଅରବିନ୍ଦଙ୍କ ଉକ୍ତି।
ଶେଷରେ ଶ୍ରୀଅରବିନ୍ଦ ଲେଖିଛନ୍ତି- କୌଣସି ମାନୁଷୀ ପ୍ରୟାସ ବା ତପସ୍ୟା ନୁହେଁ। କେବଳ ମା’ଙ୍କର ଶକ୍ତି ହିଁ ଆବରଣ ଛିନ୍ନ କରି ଦେଇପାରେ। ଆଧାରକୁ ଗଢିପାରେ, ଏହି ତମିସ୍ରା ମିଥ୍ୟା, ମୃତ୍ୟୁ ଓ ବେଦନାପୂର୍ଣ୍ଣ ଜଗତରେ ଉତ୍ତାରି ଆଣିପାରେ ସତ୍ୟ, ଜ୍ୟୋତି, ଦିବ୍ୟଜୀବନ ଏବଂ ଅମର ଆନନ୍ଦ। ଏହା ପ୍ରତିଶକ୍ତିର ସ୍ମାରକୀ।
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri