Posted inଜାତୀୟ

ମାସିକ କିସ୍ତି ପୁଣି ମହଙ୍ଗା

ମୁମ୍ବାଇ,୬।୮: ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ରେପୋ ରେଟ୍‌ ପୁଣି ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ଫଳରେ ଏହା ୫.୪୦ ପ୍ରତିଶତରେ ପହଞ୍ଚତ୍ଛି। ରେପୋ ରେଟ୍‌ ହେଉଛି ଏକ ହାର ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଆକାରରେ ଅର୍ଥ ଯୋଗାଇ ଦେଇଥାନ୍ତି। ଚଳିତ ଆର୍ଥତ୍କ ବର୍ଷରେ ତୃତୀୟ ଥର ପାଇଁ ରେପୋ ରେଟ୍‌ ବୃଦ୍ଧି ପାଇଛି। ଗତ ମେ’ ମାସରେ ଆର୍‌ବିଆଇ ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଥିବାବେଳେ ଜୁନ୍‌ରେ ୫୦ ପଏଣ୍ଟ ବୃଦ୍ଧି କରିବାରୁ ଏହା ୪.୯୦ ପ୍ରତିଶତରେ ପହଞ୍ଚତ୍ଥିଲା। ଅଧିକାଂଶ ବ୍ୟାଙ୍କ ସୁଧହାର ବଢ଼ାଇ ସାରିଥିବାବେଳେ ରେପୋ ରେଟ୍‌ ବୃଦ୍ଧି ଫଳରେ କେତେକ ବ୍ୟାଙ୍କ ପୁଣିଥରେ ସୁଧ ବଢ଼ାଇବେ। ଫଳରେ ଗୃହ ଏବଂ କାର୍‌ ଋଣ ପୁଣି ମହଙ୍ଗା ହେବାକୁ ଯାଉଛି।
ଅଗଷ୍ଟ ୩ରୁ ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତି କମିଟି (ଏମ୍‌ପିସି)ର ୩ ଦିନିଆ ବୈଠକ ବସି ଦେଶର ବର୍ତ୍ତମାନର ଆର୍ଥତ୍କ ସ୍ଥିତିର ସମୀକ୍ଷା କରାଯାଇଥିଲା। ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ବଢ଼ାଇବା ଲାଗି କମିଟି ରେପୋ ରେଟ୍‌ ବଢ଼ାଇବା ନିମନ୍ତେ ନିଷ୍ପତ୍ତି ନେଇଥିବା ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ସ୍ଥାୟୀ ଜମା ସୁବିଧା (ଏସ୍‌ଡିଏଫ୍‌) ହାର୍‌ ୫.୧୫ ପ୍ରତିଶତ ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି(ଏମ୍‌ଏସ୍‌ଏଫ୍‌) ତଥା ବ୍ୟାଙ୍କ ସୁଧ ହାର ୫.୬୫ ପ୍ରତିଶତ ରଖିବା ଲାଗି ଏମ୍‌ପିସି ନିଷ୍ପତ୍ତି ନେଇଛି। ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି ବାସ୍ତବ ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ପୂର୍ବାନୁମାନ କରାଯାଇଛି।
ବ୍ୟାଙ୍କଗୁଡ଼ିକ ବର୍ଦ୍ଧିତ ହାରରେ ଅର୍ଥ ଉଠାଇଲେ, ଗ୍ରାହକଙ୍କୁ ମଧ୍ୟ ଅଧିକ ସୁଧରେ ଋଣ ଦେବେ। ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ କମ୍ପାନୀ (ଏନ୍‌ବିଏଫ୍‌ସି)ଗୁଡ଼ିକ ବଜାରରୁ ଅର୍ଥ ସଂଗ୍ରହ କରି ଏହାକୁ ଗ୍ରାହକମାନଙ୍କୁ ଋଣ ଆକାରରେ ଯୋଗାଇଥାନ୍ତି। ଏନ୍‌ବିଏଫ୍‌ସି ଆଣୁଥିବା ଋଣ ମହଙ୍ଗା ହେଲେ ଲାଭ ପାଇବା ପାଇଁ ସେମାନେ ଅଧିକ ସୁଧରେ ଋଣ ଲଗାଇବା ସ୍ବାଭାବିକ। ତେଣୁ ରେପୋ ରେଟ୍‌ର ସିଧାସଳଖ ପ୍ରଭାବ ସୁଧ ଉପରେ ପଡ଼ିଥାଏ। ସରକାର ରେପୋ ରେଟ୍‌ ପରିବର୍ତ୍ତନ କଲେ ଏନ୍‌ବିଏଫସିଗୁଡ଼ିକ ସୁଧ ହାର ବଦଳାଇଥାନ୍ତି। ରେପୋ ବଢ଼ିଲେ ସେହି ଅନୁଯାୟୀ ଋଣ ପରିଶୋଧ କିସ୍ତି (ଇଏମ୍‌ଆଇ) ପରିମାଣ ବଢ଼େ ବୋଲି ବ୍ରାଞ୍ଚ ଇଣ୍ଟରନ୍ୟାଶନାଲର ଭାରତରେ ଥିବା ଫାଇନାନ୍ସ ମୁଖ୍ୟ ଅଂଶୁ ଅଗ୍ରଓ୍ବାଲ କହିଛନ୍ତି। ଏବେ ଗୃହ ଋଣ ସୁଧହାର ପାଖାପାଖି ୮ ପ୍ରତିଶତ ହେବ। ଫଳରେ କମ୍‌ ସୁଧରେ ଗୃହ ଋଣ ନେଇଥିବା ଲୋକଙ୍କ ଉପରେ ଅଧିକ ଇଏମ୍‌ଆଇ ବୋଝ ପଡିବ। ତେବେ ଏହା ଏହି ଚାପ ଅଧିକ ଦିନ ରହିବ ନାହିଁ ବୋଲ ଇଣ୍ଡିଆ ସୋଥେବିସ୍‌ ଇଣ୍ଟରନ୍ୟାଶନାଲ ରିଏଲିଟିର ସିଇଓ ଅମିତ୍‌ ଗୋୟଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri