କୋଭିଡ ପ୍ରୋଟୋକଲ୍‌ ମଧ୍ୟରେ ଚାଲିବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୯।୭: କରୋନା କାଳ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନଳ ଜୁଲାଇ ୧୯ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଏହା ପ୍ରଥମ ସଂସଦ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ସଂସଦ ଅଧିବେଶନରେ ସରକାରଙ୍କ ପକ୍ଷକୁ ମଜଭୂତ କରିବା ଲାଗି ନୂତନ ମନ୍ତ୍ରୀମାନଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ସାବସ୍ତ୍ୟ ହେବ। ଗତ ଥର ଭଳି ଚଳିତ ଥର ମଧ୍ୟ କୋଭିଡ ପ୍ରୋଟୋକଲ୍‌ ମଧ୍ୟରେ ମୌସୁମୀ ଅଧିବେଶନ ଚାଲିବ। ଏନେଇ ଜୁଲାଇ ୭ରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ଅଧିବେଶନ ସମୟରେ ଏମ୍‌ପିଙ୍କ ବସିବାକୁ ନେଇ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଓ ଗୃହର ମହାସଚିବଙ୍କ ସହ ଆଲୋଚନା ହୋଇଥିଲା। ଗତ ଥର ଭଳି ଚଳିତ ଥର ଅଧିବେଶନ ମଧ୍ୟ କରୋନା ପ୍ରୋଟୋକଲ୍‌ ଅନୁସାରେ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ। ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଏମ୍‌ପିଙ୍କ ବସିବାକୁ ନେଇ ଗୁରୁତ୍ୱ ଦିଆଯିବ। ଲୋକ ସଭାର ଏମ୍‌ପିମାନେ ଲୋକ ସଭା ହଲ୍‌ ଓ ଗ୍ୟାଲେରୀରେ ଏବଂ ରାଜ୍ୟ ସଭାର ଏମ୍‌ପିମାନେ ରାଜ୍ୟ ସଭାର ହଲ୍‌ ଓ ଗ୍ୟାଲେରୀରେ ବସିବେ। ଗତଥର ଭଳି ଚଳିତଥର ମଧ୍ୟ ଲୋକ ସଭା ଏବଂ ରାଜ୍ୟ ସଭା ଅଧିବେଶନ ଏକାଠି ଚାଲିବା ନେଇ ସମ୍ଭାବନା ରହିଛି। ତେବେ ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମୌସୁମୀ ଅଧିବେଶନ ପାଇଁ ସମସ୍ତ ଏମ୍‌ପିଙ୍କୁ କରୋନା ଟିକାର ୨ଟି ଡୋଜ ନେବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସୁଚନାଯୋଗ୍ୟ, ଏପର୍ଯ୍ୟନ୍ତ ୨୦୫ଜଣ ରାଜ୍ୟ ସଭା ଏମ୍‌ପି ଦୁଇଟି ଟିକା ନେଇସାରିଥିବା ବେଳେ ୧୬ ଜଣ ଏମ୍‌ପି ପ୍ରଥମ ଡୋଜ ନେଇଛନ୍ତି। ସେହିପରି ସ୍ବାସ୍ଥ୍ୟଗତ କାରଣରୁ ୬ ଜଣ ଏମ୍‌ପି ଏପର୍ଯ୍ୟନ୍ତ ଗୋଟିଏ ବି ଟିକା ନେଇପାରି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri