Posted inଜାତୀୟ

ମୌସୁମୀ ଅଧିବେଶନ: ସୋନିଆ-ରାହୁଲ ରହିବେ ଅନୁପସ୍ଥିତ

ନୂଆଦିଲ୍ଲୀ, ୧୩।୯: ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଅନୁପସ୍ଥିତ ରହିବେ। ସ୍ବାସ୍ଥ୍ୟ ଯାଞ୍ଚ୍‌ ପାଇଁ ସୋନିଆ ରାହୁଲଙ୍କ ସହିତ ବିଦେଶ ଯାଇଛନ୍ତି। ସେ ଦୁଇ ସପ୍ତାହ ପରେ ଭାରତ ଫେରିବେ। ସେହିପରି ଅନ୍ୟ କେତେକ ଏମ୍‌ପି ଅଧିକ ବୟସ ହେତୁ ଅଧିବେଶନରେ ଯୋଗଦେଇପାରିବେ ନାହିଁ। ତୃଣମୂଳର ୭ ଏମ୍‌ପି ଏବଂ ଭାଜପାର ଜଣେ ଏମ୍‌ପି ଅଧିବେଶନରେ ଯୋଗଦେବେ ନାହିଁ। କେନ୍ଦ୍ରୀୟ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦୀ ଅଧିବେଶନରେ ଯୋଗ ଦେବେ ନାହିଁ। ଶୁକ୍ରବାର ତାଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଇକ ଶନିବାର ହସ୍ପିଟାଲରୁ ଘରକୁ ଫେରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ସେ ଏକମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୬୭ ବର୍ଷ ବୟସ୍କ ନାଇକ ଚଳିତ ଅଧିବେଶନରେ ଯୋଗଦେବାର ସମ୍ଭାବନା କମ୍‌ ବୋଲି କୁହାଯାଉଛି। ତୃଣମୂଳ କଂଗ୍ରେସର ୩ ଲୋକ ସଭା ଏମ୍‌ପି ଏବଂ ୪ ରାଜ୍ୟ ସଭା ଏମ୍‌ପି ଅଧିବେଶନରେ ସାମିଲ୍‌ ହେବେ ନାହିଁ। ତୃଣମୂଳର ରାଜ୍ୟ ସଭା ମୁଖ୍ୟ ହ୍ବିପ୍‌ ଶୁଖେନ୍ଦୁ ଶେଖର ରାୟ ଅନୁପସ୍ଥିତ ରହିବେ ବୋଲି ଚିଠି ଲେଖି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଜଣାଇଛନ୍ତି। ୬୫ ବର୍ଷରୁ ଅଧିକ ବର୍ଷରୁ ଅଧିକ ବୟସ୍କ ଏମ୍‌ପିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବାରୁ ଶୁଖେନ୍ଦୁ ଚଳିତ ଅଧିବେଶନରେ ଯୋଗଦେବେ ନାହିଁ। ତୃଣମୂଳର ଉତ୍ତର କୋଲକତା ଏମ୍‌ପି ୬୭ ବର୍ଷ ବୟସ୍କ ସୁଦୀପ୍‌ ବନ୍ଦୋପଧ୍ୟାୟ, କାନ୍ତି ଏମ୍‌ପି ୭୮ ବର୍ଷ ବୟସ୍କ ଶିଶିର ଅଧକାରୀ ଏବଂ ମଥୁରାପୁର ଏମ୍‌ପି ୮୨ ବର୍ଷ ବୟସ୍କ ଚୌଧୁରୀ ମୋହନ ଜଟୁଆ ମୌସୁମୀ ଅଧିବେଶନରେ ଯୋଗଦେବେ ନାହିଁ। ସେହିପରି ସୁବ୍ରତ ବକ୍ସି, ମାନସ ଭୂୟାଁ ଏବଂ ଶୁଭାଶିଷ ଚକ୍ରବର୍ତ୍ତୀ ରାଜ୍ୟ ସଭାରେ ଯୋଗଦେଇ ପାରିବେ ନାହିଁ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ୮୭ ବର୍ଷ ବୟସ୍କ ମନମୋହନ ସିଂ ଏବଂ ୭୯ ବର୍ଷ ବୟସ୍କ ଏକେ ଆଣ୍ଟୋନୀ ମୌସୁମୀ ଅଧିବେଶନରେ ଯୋଗଦେବାର ସମ୍ଭାବନା ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri