ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ଉଠିପାରେ ଏସ୍‌ଆଇଆର୍‌, ଟ୍ରମ୍ପ୍‌ ଝଡ଼

ନୂଆଦିଲ୍ଲୀ,୨୧ା୭(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଥିବାବେଳେ ଏହାର ଦିନକ ପୂର୍ବରୁ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପହଲଗାମ୍‌ ଆକ୍ରମଣ, ଅପରେଶନ ସିନ୍ଦୂର ଓ ଭାରତ- ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବାରମ୍ବାର ଦାବି ଏବଂ ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍‌) ଆଦି ପ୍ରସଙ୍ଗ ଉପରେ ବିରୋଧୀ ଦଳଗୁଡ଼ିକ ବିତର୍କ କରିଛନ୍ତି। ଏପରି କି ଭାଜପାର ସହଯୋଗୀ ଦଳଗୁଡ଼ିକ ମଧ୍ୟ ଅପରେଶନ ସିନ୍ଦୂର ଉପରେ ଆଲୋଚନା ହେବା ଆବଶ୍ୟକ ବୋଲି କହିଛନ୍ତି। ତେବେ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି।

ଟ୍ରମ୍ପ୍‌ଙ୍କ ଅସ୍ତ୍ରବିରତି ଦାବି ଏବଂ ବିହାର ଏସ୍‌ଆଇଆର୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଉପସ୍ଥିତ ରହି ଉତ୍ତର ରଖିବାକୁ ବୈଠକରେ ଇଣ୍ଡିଆ ବ୍ଲକ୍‌ ଦାବି କରିଥିଲା। ତେବେ ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ଉତ୍ତର ରଖି ନ ପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଭାରତ-ପାକିସ୍ତାନ ସଂଘର୍ଷରେ ଅସ୍ତ୍ରବିରତି କରାଇଥିବା ନେଇ ଟ୍ରମ୍ପ୍‌ଙ୍କ ଦାବି ଉପରେ ଆଲୋଚନା ହେଲେ ସରକାର ଉପଯୁକ୍ତ ଉତ୍ତର ରଖିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ମାସେବ୍ୟାପୀ ବସିବାକୁ ଥିବା ଅଧିବେଶନ ଯେପରି ସୁରୁଖୁରୁରେ ଚାଲିବ ସେଥିପାଇଁ ସରକାର ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରିଜିଜୁ କହିଛନ୍ତି, ଏନ୍‌ଡିଏ ସହଯୋଗୀ ଏବଂ ବିରୋଧୀ ସଦସ୍ୟମାନଙ୍କ ଦାବିକୁ ଆମେ ଧୈର୍ଯ୍ୟର ସହ ଶୁଣିଛୁ ଏବଂ ଏହି ଅଧିବେଶନ ବେଶ୍‌ ଫଳପ୍ରଦ ହେବ ବୋଲି ଆଶାବାଦୀ ରହିଛୁ। ପାର୍ଲାମେଣ୍ଟ ସୁରୁଖୁରୁରେ ଚାଲିବା ପାଇଁ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ସମନ୍ବୟ ରହିବା ଉଚିତ। ବୈଠକରେ ବିଭିନ୍ନ ଦଳର ୫୪ ଜଣ ନେତା ଏବଂ ସ୍ବାଧୀନ ଏମ୍‌ପିମାନେ ଉପସ୍ଥିତ ଥିଲେ। ଅପରେଶନ ସିନ୍ଦୂର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଆଲୋଚନା ନିମନ୍ତେ ରାଷ୍ଟ୍ରର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ବୋଲି ରିଜିଜୁ କହିଛନ୍ତି। ତେବେ ସରକାରଙ୍କୁ ନିୟମ ଓ ପରମ୍ପରାକୁ ଗୁରୁତ୍ୱ ଦେବାକୁ ହେବ। ଉପରୋକ୍ତ ପ୍ରସଙ୍ଗଗୁଡ଼ିକୁ ଉଭୟ ଗୃହର ବିଜ୍‌ନେସ୍‌ ଆଡଭାଇଜରି କମିଟିକୁ ନିଆଯିବ, ଯେଉଁଠି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ରିଜିଜୁ ସୂଚନା ଦେଇଛନ୍ତି।

ପାର୍ଲାମେଣ୍ଟରେ ଅଳ୍ପ କେତେଜଣ ଏମ୍‌ପି କହିବା ସୁଯୋଗ ପାଉଥିଲାବେଳେ ଦଳଗୁଡ଼ିକୁ ଅଧିକ ସମୟ ଦେବା ପାଇଁ ଦାବି ହୋଇଥିଲା। ଛୋଟ ଦଳଗୁଡ଼ିକ ସମେତ ସମସ୍ତଙ୍କୁ ପର୍ଯ୍ୟାପ୍ତ ସମୟ ଯୋଗାଇବା ପାଇଁ ଉଦ୍ୟମ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି। ପହଲଗାମ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ନେଇ ବିରୋଧୀଙ୍କ ଦାବି ଉପରେ ସେ କହିଥିଲେ, ବିଦେଶ ଗସ୍ତ ବ୍ୟତୀତ ଅନ୍ୟ ସମୟରେ ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ଉପସ୍ଥିତ ରହିବେ। ତେବେ ସେ ସବୁ ସମୟରେ ଗୃହରେ ରହିବେ ନାହିଁ ବୋଲି ରିଜିଜୁ କହିଛନ୍ତି। ବିଭିନ୍ନ ବିଭାଗ ସମ୍ପର୍କିତ ପ୍ରଶ୍ନ ଉପରେ କ୍ୟାବିନେଟ ମନ୍ତ୍ରୀମାନେ ଜବାବ ରଖିବେ। ମୌସୁମୀ ଅଧିବେଶନରେ ସରକାର ୧୭ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଣିବାକୁ ଯାଉଥିବା ରିଜିଜୁ ସୂଚନା ଦେଇଛନ୍ତି। ବୈଠକ ପରେ କଂଗ୍ରେସ ନେତା ଗୌରବ ଗୋଗୋଇ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ ଦଳ ଟ୍ରମ୍ପ୍‌ଙ୍କ ଦାବି ଉପରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଛି। ଏଥିସହିତ କେଉଁ ତ୍ରୁଟି ଯୋଗୁ ପହଲଗାମ୍‌ ଆକ୍ରମଣ ହେଲା ଏବଂ ବିହାର ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ଉପରେ ପ୍ରଧାନମନ୍ତ୍ରୀଙ୍କ ଜବାବ ମଗାଯାଇଛି। ତାଙ୍କ ଦଳ ଉଠାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପାର୍ଲାମେଣ୍ଟରେ ଉତ୍ତର ରଖିବା ପ୍ରଧାନମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ବୋଲି ଗୋଗୋଇ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ନୈତିକ କର୍ତ୍ତବ୍ୟ ପୂରଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହା ବ୍ୟତୀତ ଗୋଗୋଇ ମଣିପୁର ସ୍ଥିତି ସମ୍ପର୍କରେ ଆଲୋଚନା ଚାହିଁଛନ୍ତି। ଉକ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଅଢ଼େଇ ବର୍ଷ ପରେ ମଧ୍ୟ ହିଂସା ବନ୍ଦ ହୋଇନାହିଁ। ପ୍ରଧାନମନ୍ତ୍ରୀ ଅନେକ ଛୋଟ ଦେଶକୁ ଗସ୍ତ କରୁଥିବାବେଳେ ମଣିପୁର ଯାଉ ନ ଥିବା ଗୋଗୋଇ କହିଛନ୍ତି। ବିହାର ଏସ୍‌ଆଇଆର୍‌କୁ ନିର୍ବାଚନ ଦୁର୍ନୀତି ବୋଲି ଆମ୍‌ ଆଦ୍‌ମୀ ପାର୍ଟିର ସଞ୍ଜୟ ସିଂ ଅଭିଯୋଗ କରିଥିଲେ। ପ୍ରତ୍ୟେକ ନାଗରିକ ଭୋଟ ଅଧିକାର ପାଇବା ଜରୁରୀ ବୋଲି ଜେଡିୟୁ ନେତା ସଞ୍ଜୟ କୁମାର ଝା କହିବା ସହ ସଚେତନତା ପାଇଁ ତାଙ୍କ ଦଳ ଏକ ଅଭିଯାନ ଆରମ୍ଭ କରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri