ଓଡ଼ିଶା ଛୁଇଁଲା ମୌସୁମୀ, ରଜ ପୂର୍ବରୁ…

ଭୁବନେଶ୍ୱର,୧୨ା୬: କେରଳରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ କାଳବୈଶାଖୀ ଜାରି ରହିଥିବାବେଳେ ଦିନବେଳା ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମୌସୁମୀ ଆସିବା ପରେ ଲୋକେ ଏଥିରୁ ଟିକେ ଆଶ୍ୱସ୍ତି ପାଇବେ ବୋଲି ଆକଳନ କରାଯାଉଛି।

ଶନିବାରଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି। ହେଲେ ୧୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହେବା ନେଇ ସୂଚନା ଦିଆଯାଇଥିବାବେଳେ ଶୁକ୍ରବାର ୧୧ ଜିଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ଅଧିକାଂଶ ଜିଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷକରି ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ଓ ପବନ ହେବା ନେଇ କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳ ଗରମ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

ପାଲିପାଗ କେନ୍ଦ୍ରର ସୂଚନାନୁସାରେ, ଗୁରୁବାର ୧୦ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୨.୫ ଡିଗ୍ରୀ ରେକର୍ଡ ହୋଇଥିଲା। ଏହା ତଳକୁ ତାଳଚେରରେ ୪୧.୫ ଡିଗ୍ରୀ, ହୀରାକୁଦ ୪୧, ବଲାଙ୍ଗୀର ଓ ସମ୍ବଲପୁର ୪୦.୮, ଅନୁଗୋଳ ୪୦.୭, ବରଗଡ଼ ୪୦.୪, ଢେଙ୍କାନାଳ ୪୦.୩, ନୟାଗଡ଼ ଓ ବୌଦ୍ଧ ୪୦ ଏବଂ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୯.୨ ଡିଗ୍ରୀ ଛୁଇଁଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

ସକାଳୁ ସକାଳୁ ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା

ଜାକର୍ତ୍ତା,୧୨।୯: ଇଣ୍ଡୋନେସିଆରେ ଲଗାତାର ଦ୍ୱିତୀୟ ଦିନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାଭା ଦ୍ୱୀପରେ ଶନିବାର ୬.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଜର୍ମାନ ରିସର୍ଚ୍ଚ…

ଏବେ ଅଭିଜିତ ଦୀପକେଙ୍କ ମିଶି କ’ଣ କରିବାକୁ ଯାଉଛନ୍ତି ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ସେପ୍ଟେମ୍ବର ୧୯…

ନୂଆଦିଲ୍ଲୀ,୧୨।୯: ଲଦାଖରେ ସେପ୍ଟେମ୍ବର ୧୯ରୁ ହେବାକୁ ଥିବା ସୋନମ ୱାଙ୍ଗଚୁକଙ୍କ ପଦଯାତ୍ରାକୁ ନେଇ ଏବେ ପ୍ରତିକ୍ରିୟା ଆସିଛି। ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭିଡିଓ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?