ମାଙ୍କଡ଼ଡିଆଁ

କେରଳର କନ୍ନୁରଠାରେ ୧୮ ଜୁଲାଇରେ ୩୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କଠାରେ ଦେଶର ଦ୍ୱିତୀୟ ମଙ୍କିପକ୍ସ ଭୂତାଣୁ ଠାବ ହୋଇଛି। ସେ ୧୩ ଜୁଲାଇରେ ଦୁବାଇରୁ ଆସି କର୍ନାଟକର ମାଙ୍ଗାଲୋର ବିମାନବନ୍ଦରରେ ଓହ୍ଲାଇଥିଲେ। ତାଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଦେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ନମୁନା ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯିବା ପରେ ସେ ପଜିଟିଭ୍‌ ଥିବା ଜଣାପଡ଼ିଛି। ଜୁଲାଇ ୧୪ରେ ଏହାର ପ୍ରଥମ କେସ୍‌ ସେହି କେରଳର କୋଲାମ ଜିଲାରେ ଦେଖାଦେଇଥିଲା। ସେହି ବ୍ୟକ୍ତି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଆଇ)ରୁ ଆସିଥିଲେ। ଏହି ଦୁଇଟି ଘଟଣାକୁ ଦେଖିଲେ ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କଠାରେ ମଙ୍କିପକ୍ସ ଭୂତାଣୁ ଦେଖାଦେଇଛି। ଏଠାରେ ଉଲ୍ଲେଖ କରାଯାଇପାରେ, କୋଭିଡ୍‌-୧୯ କେରଳ ବାଟ ଦେଇ ଭାରତକୁ ପ୍ରବେଶ କରିଥିଲା। ସେତେବେଳେ କେନ୍ଦ୍ର ସରକାର ତାହାକୁ ହାଲୁକା ଭାବେ ନେଇ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ତତ୍‌କ୍ଷଣାତ୍‌ ପ୍ରତିବନ୍ଧକ ଲଗାଇ ନ ଥିଲେ। କେବଳ ସେତିକି ନୁହେଁ, କୋଭିଡ୍‌ର କେନ୍ଦ୍ରସ୍ଥଳ ଚାଇନାର ଉହାନରୁ ମଧ୍ୟ ବିମାନଭର୍ତ୍ତି ଭାରତୀୟଙ୍କୁ ବୋହି ଅଣାଯାଇଥିଲା। ‘ଚୋର ପଳାଇଗଲା ପରେ ବୁଦ୍ଧି ବାହାରେ’ ନ୍ୟାୟରେ ଯେତେବେଳେ ସରକାର ବିଦେଶ ବିମାନ ଯାତ୍ରା ଉପରେ ରୋକ୍‌ ଲଗାଇଲେ, ସେତେବେଳକୁ କୋଭିଡ୍‌ ଭୂତାଣୁ ଭାରତ ସାରା ଚରିଯାଇଥିଲା। ଏଠାରେ ଏହା ମଧ୍ୟ ମନେପକାଇ ଦିଆଯାଇପାରେ, ଯେତେବେଳେ କୋଭିଡ୍‌-୧୯ ସଂକ୍ରମଣ ଶୀର୍ଷ ଛୁଇଁଥିଲା ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା କୌଣସି ପୂର୍ବ ସୂଚନା ଦେଇ ଯେଉଁ ଲକ୍‌ଡାଉନ୍‌ ଘୋଷଣା କରିଦେଲେ, ତାହା ଫଳରେ ଦେଶବାସୀ ଅତ୍ୟନ୍ତ କଷ୍ଟ ସମୟର ସମ୍ମୁଖୀନ ହେଲେ। କାମଧନ୍ଦା ନ ପାଇବାରୁ ସହରରେ ବାସ କରୁଥିବା ଲୋକମାନେ ଗାଁମୁହଁା ହୋଇଥିଲେ। ଅସଂଖ୍ୟ ଲୋକ ଭିଡ଼ରେ ଯାତ୍ରା କରିବାରୁ ସ୍ଥିତି ଅଣାୟତ୍ତ ହୋଇଥିଲା। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସରକାର ମଙ୍କିପକ୍ସ ଭୂତାଣୁ ଯେଭଳି ବିସ୍ତାର ନ କରିବ ସେଥିପ୍ରତି ସର୍ବାଧିକ ଧ୍ୟାନ ଦେବା ଦରକାର। ଭାରତରେ ପ୍ରଥମ ଘଟଣା ଦେଖାଦେବା ପରେ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନିୟମାବଳୀ ଘୋଷଣା କରିଥିଲେ। ଦ୍ୱିତୀୟ ମାମଲା ଆସିବା ପରେ ଜୁଲାଇ ୧୮ରେ ରାଜ୍ୟ, ବିମାନବନ୍ଦର ଓ ବନ୍ଦରର ସ୍ବାସ୍ଥ୍ୟ ଅଧିକାରୀମାନେ ଯେଭଳି ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିପାରିବେ ସେ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ମଙ୍କିପକ୍ସର ଇତିହାସ ଦେଖିଲେ ୧୯୫୮ ମସିହାରେ ଡେନ୍‌ମାର୍କ ରାଜଧାନୀ କୋପେନ୍‌ହାଗେନ୍‌ଠାରେ ଏକ ପରୀକ୍ଷାଗାରରେ ମାଙ୍କଡ଼ଙ୍କ ଶରୀରରେ ଏହି ଭୂତାଣୁକୁ ପ୍ରଥମେ ଠାବ କରାଯାଇଥିଲା। ହେଲେ ୧୯୭୦ରେ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋରେ ଜଣେ ୯ ମାସର ଶିଶୁଠାରେ ଏହା ଦେଖାଦେଇଥିବାରୁ ତାହାକୁ ମଣିଷ ଦେହରେ ମଙ୍କିପକ୍ସ ପ୍ରଥମେ ଆବିଷ୍କାର କରାଯାଇଥିଲା ବୋଲି କୁହାଯାଉଛି। ସେବେଠାରୁ ୨୦୨୨ ଜାନୁୟାରୀ ଯାଏ କେବଳ ୧୧ଟି ଆଫ୍ରିକୀୟ ଦେଶରେ ଏହି ଭୂତାଣୁ ସୀମିତ ଥିଲା। କିନ୍ତୁ ଏବେ ୟୁଏଇ, ଚେକ୍‌ ରିପବ୍ଲିକ୍‌୍‌, ସୁଇଡେନ୍‌ ସମେତ ୪୫ ରାଷ୍ଟ୍ରରେ ଏହା କାୟା ବିସ୍ତାର କରିସାରିଲାଣି। ଏଭଳି ସ୍ଥଳେ ଜନବହୁଳ ରାଷ୍ଟ୍ର ଭାରତରେ ଏହାର ପଦାର୍ପଣ ଏକ ବିପଦର ସଙ୍କେତ ଦେଇଛି। ରକ୍ତ, ଶ୍ୱାସପ୍ରଶ୍ୱାସ କିମ୍ବା ଶରୀରରୁ ନିର୍ଗତ ଲାଳ ମାଧ୍ୟମରେ ଏହା ସଂକ୍ରମିତ ହୋଇଥାଏ। ଏହାଦ୍ୱାରା ଜ୍ୱର, ଗଣ୍ଠି ଫୁଲିଯିବା, ଦେହରେ ଫୋଟକା ଭଳି ବାହାରିବା ଲକ୍ଷଣ ଦେଖାଦେଇଥାଏ। ଏବେ ମଙ୍କିପକ୍ସର ନୂଆ ରୂପ ଦେଖାଦେଇଥିବାରୁ ତାହା କ୍ଷତିକାରକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ତେବେ ଏହି ଭୂତାଣୁ ଯୋଗୁ ମୃତ୍ୟୁହାର ୩ରୁ ୬ ପ୍ରତିଶତ ଅର୍ଥାତ୍‌ ସଂକ୍ରମିତ ୧୦୦ ଜଣଙ୍କ ମଧ୍ୟରେ ୩ରୁ ୬ ଜଣ ମରିବେ। ଭାରତ ଭଳି ଦେଶରେ ଅଧିକାଂଶ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ଦେଖାଯାଉଥିବାରୁ ମଙ୍କିପକ୍ସ ଭୂତାଣୁ ବ୍ୟାପିବା ଆରମ୍ଭ କଲେ ତାହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର। ଏଭଳି ସମୟରେ ସରକାର ଭୂତାଣୁ ଠାବ ଓ ନିରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବା ଦରକାର। ସନ୍ଦେହ କରାଯାଉଥିବା ରୋଗୀଙ୍କୁ ସ୍ମଲ୍‌ପକ୍ସ ବା ବସନ୍ତ ରୋଗ ଲାଗି ଉଦ୍ଦିଷ୍ଟ ଟିକାକୁ ପ୍ରତିଷେଧକ ଭାବେ ଦିଆଯାଇପାରିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ତେଣୁ ଏବେଠାରୁ ସରକାରୀ ସ୍ତରରେ ପ୍ରସ୍ତୁତି ହେବା ଆବଶ୍ୟକ। କୋଭିଡ୍‌-୧୯ ଦ୍ୱିତୀୟ ଲହର ସମୟରେ ଭାରତରେ ଅନେକ ଲକ୍ଷ ଲୋକଙ୍କ ମୃତ୍ୟୁ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ଯୋଗୁ ଘଟିଥିଲା। ଆବଶ୍ୟକତା ଅନୁଯାୟୀ ଅମ୍ଳଜାନ ସିଲିଣ୍ଡର ନ ମିଳିବା, ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଶଯ୍ୟା ଏବଂ ଔଷଧର ଅଭାବ ସ୍ଥିତିକୁ ଗମ୍ଭୀର କରିଦେଇଥିଲା।
କୋଭିଡ୍‌-୧୯ ଯୋଗୁ ବିଭିନ୍ନ ଅବ୍ୟବସ୍ଥା ଦେଇ ଗତିକରି ଦୁଃଖ ସହିଥିବା ଦେଶବାସୀଙ୍କ ପାଇଁ ଆଉ ଏକ ମହାମାରୀ ମଙ୍କିପକ୍ସ ମାଧ୍ୟମରେ ଆସିଲେ ଭାରତର ସ୍ବାସ୍ଥ୍ୟ ଓ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇଯିବ । ତେଣୁ ତୃଣମୂଳ ସ୍ତରରୁ ଏହା ଉପରେ ବ୍ୟାପକ ସଚେତନତା ହେବା ଜରୁରୀ ହୋଇପଡ଼ିଲାଣି। ଉଲ୍ଲେଖଯୋଗ୍ୟ ଯେ, ମଙ୍କିପକ୍ସ ଯୋଗୁ ଅତ୍ୟଧିକ ମାତ୍ରାର ମୃତ୍ୟୁ ଘଟୁନାହିଁ। ଭାରତରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁ ନ ଥିବାରୁ ମଙ୍କିପକ୍ସ ଭଳି ଭୂତାଣୁର ସାମ୍ନା କରିବାକୁ ହେଲେ ଉଚିତ ମାନର ପଦକ୍ଷେପ ନେବାର ସମୟ ଆସିଗଲାଣି। ତାହା ମଧ୍ୟ ଭାରତବର୍ଷରେ ପରିବର୍ତ୍ତନ ଆଣିପାରିବ ନାହିଁ ବୋଲି କୋଭିଡ୍‌ ସମୟରୁ ଜଣାପଡ଼ିଲାଣି। ଏଭଳି ପ୍ରଚ୍ଛଦପଟରେ ଦେଖିଲେ ବେଳ ଥାଉ ଥାଉ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ନ ହେଲେ ମଙ୍କିପକ୍ସ ମାଙ୍କଡ଼ ଭଳି ଡିଆଁ ମାରି ଚାରିଆଡ଼େ କ୍ଷେପିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri