ଡ୍ରୋନ୍‌ ସାହାଯ୍ୟରେ ହେଉ ବାସସ୍ଥଳ ନିରୀକ୍ଷଣ

କେନ୍ଦ୍ରାପଡ଼ା ଅଫିସ, ୬।୧୧: ବିରଳ ଅଲିଭ ରିଡ୍‌ଲେର ଜୀବନ ଏବେ ବି ରହସ୍ୟାବୃତ। ଜୀବନ ପ୍ରଣାଳୀକୁ ନେଇ ଗବେଷଣା ଚାଲିଛି। କୁହାଯାଏ, ହଜାର ଶାବକରୁ ମାତ୍ର ଗୋଟିଏ ଅଲିଭ ରିଡ୍‌ଲେ ପୂର୍ଣ୍ଣ ବୟସ୍କ ବଞ୍ଚତ୍ଥାନ୍ତି। ସଂଖ୍ୟା ଅତିମାତ୍ରାରେ କମ୍‌ ଥିବାରୁ ଇଣ୍ଟରନ୍ୟାଶନାଲ ୟୁନିୟନ ଫର କଞ୍ଜରଭେଶନ ଅଫ ନେଚର (ଆଇୟୁସିଏନ୍‌) ପକ୍ଷରୁ ଏହି ସାମୁଦ୍ରିକ ପ୍ରାଣୀକୁ ରେଡ୍‌ ଲିଷ୍ଟରେ ରଖାଯାଇଛି। ଗହୀରମଥା ଏମାନଙ୍କ ପ୍ରଜନନ ସ୍ଥଳ ହୋଇଥିବାରୁ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି। ଚଳିତବର୍ଷଠାରୁ ଗୋଆ ବନ ବିଭାଗ ପକ୍ଷରୁ ସୁରକ୍ଷା ଓ ଠିକ୍‌ ଆକଳନ ପାଇଁ ମୋରଜି ତଟରେ ଡ୍ରୋନ୍‌ କ୍ୟାମେରାର ବ୍ୟବହାର କରାଯାଉଛି। ଏଠାରେ ମଧ୍ୟ ଡ୍ରୋନ ବ୍ୟବହାର କରାଯାଇ ବାସସ୍ଥଳ ସମ୍ପର୍କରେ ନିରୀକ୍ଷଣ କରାଯାଉ ବୋଲି ଦାବି ହୋଇଛି। ଏହାଦ୍ୱାରା ମୃତାହତ ସଂଖ୍ୟା, ତଟକ୍ଷୟ ଓ ସୁରକ୍ଷା ସମ୍ପର୍କରେ ଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ କଇଁଛ ଓ ହେନ୍ତାଳବଣ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍‌ ଡ. ପ୍ରଦୀପ ତରାଇ, ଜନ ଅଧିକାର ଅଭିଯାନର ସଭାପତି ଭୁବନମୋହନ ଜେନା, ଅଧ୍ୟାପକ କ୍ଷୀତିଶ କୁମାର ସିଂ, ଡା. ମିଲନ କୁମାର ପ୍ରମୁଖ କହିଛନ୍ତି, ବିଶ୍ୱରେ ୩୬୦ ପ୍ରଜାତିର କଇଁଛ ଅଛନ୍ତି। ଅଲିଭ ରିଡ୍‌ଲେ ପ୍ରଜାତିର ସଂଖ୍ୟା କମ୍‌ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଗହୀରମଥା ଏମାନଙ୍କ ପ୍ରଜନନସ୍ଥଳୀ ଭାବେ ବିଶ୍ୱ ବିଖ୍ୟାତ ହୋଇଛି। ଏହି ସାମୁଦ୍ରିକ ଅଞ୍ଚଳ ମଧ୍ୟରେ ମାତ୍ର ୨୭ ବର୍ଗ କି.ମି.ରେ ଥିବା ସ୍ଥଳ ଭାଗରେ ଅଣ୍ଡାଦାନ କରିଥାନ୍ତି। ପ୍ରତିବର୍ଷ ପ୍ରାୟ ୫ ଲକ୍ଷ କଇଁଛ ଏଠାକୁ ଆସୁଛନ୍ତି। ତଟକ୍ଷୟ ଯୋଗୁ ଅଣ୍ଡାଦାନ ସ୍ଥଳ କମିବାରେ ଲାଗିଛି। ସେହିପରି ପ୍ରତିବର୍ଷ ବିଭିନ୍ନ କାରଣରୁ ମୃତାହତ ହେଉଛନ୍ତି। ଏମାନଙ୍କ ଜୀବନ ପ୍ରଣାଳୀକୁ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ନିରୀକ୍ଷଣ କରାଯାଉନାହିଁ। ଫଳରେ ଏଠାକୁ ଆସିଥିବା କଇଁଛଙ୍କ ପ୍ରକୃତ ସଂଖ୍ୟା ଓ ସମସ୍ୟାର ଠିକ୍‌ ସମାଧାନ ହୋଇପାରୁନାହିଁ। ନିକଟରେ ଡ୍ୟୁକ ୟୁନିଭରସିଟି ଓ ୟୁନିଭରସିଟି ଅଫ ଏକ୍ସିଟର ପକ୍ଷରୁ ପ୍ରସ୍ତୁତ ଡ୍ରୋନ ଦ୍ୱାରା କଇଁଛଙ୍କ ସୁରକ୍ଷା ହୋଇପାରିବ ବୋଲି ଗୋଆ ବନ ବିଭଗ ସୂଚନା ଦେବା ସହ ଏକ କର୍ମଶାଳା ଆୟୋଜନ କରିଥିଲା। ସେଠାକାର ବନ ବିଭାଗ ଓ ୱାର୍ଲଡ ୱାଇଡ ଫଣ୍ଡ ଫର ନେଚର (ଡବ୍ଲ୍ୟୁଡବ୍ଲ୍ୟୁଏଫ) ମାଧ୍ୟମରେ କର୍ମଶାଳା ସହ ଗତ ଏପ୍ରିଲରେ ଗୋଆର ମୋରଜି ତଟଦେଶରେ ଡ୍ରୋନର ବ୍ୟବହାର ହୋଇଛି। ଏହାର ୩୬୦ ଡିଗ୍ରୀ କ୍ୟାମେରା ଲେନ୍ସରେ କଇଁଛଙ୍କ ବାସ୍ତବ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ଏହି ଡ୍ରୋନ କ୍ୟାମେରା ଦ୍ୱାରା ମଧ୍ୟ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ହେଉଥିବା ତଟକ୍ଷୟ ସମ୍ପର୍କରେ ଆକଳନ କରିହେବ। ସେହିପରି ଏହି ଜୀବଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ; ଯାହା ଅଲିଭ ରିଡ୍‌ଲେଙ୍କ ବିଚିତ୍ର ଜୀବନ ପ୍ରଣାଳୀକୁ ସହଜରେ ବୁଝି ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଯଜ୍ଞଦତ୍ତ ପତିଙ୍କୁ ପଚାରିବାରେ ଚଳିତବର୍ଷର କଇଁଛ ଆଗମନ ପାଇଁ ଗତ ୧ ତାରିଖରୁ ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଡ୍ରୋନ କ୍ୟାମେରା ବ୍ୟବହାର ପାଇଁ ଅଦ୍ୟାବଧି କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ। ଆଗାମୀ ବର୍ଷରେ ଏ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri