ଟଙ୍କା ମୁହଁ କରିିଦେବ ବଙ୍କା

ବର୍ତ୍ତମାନ ଆମ ରାଜ୍ୟ ଓଡ଼ିଶାରେ ଆଳୁ ଦର କାହିଁରେ କ’ଣ ? ନିଜ ପାଖରେ ଆଳୁ ନ ଥିବାରୁ ଆମ ରାଜ୍ୟର ବେପାରୀମାନେ ଏ ରାଜ୍ୟରୁ ସେ ରାଜ୍ୟକୁ ଧାଉଁଛନ୍ତି ଏବଂ ଆଳୁ ଯୋଗାଡ଼ କରି ଏ ଜାଗା ସେ ଜାଗାରେ ନେଇ ରଖୁଛନ୍ତି। ଆଉ ‘ବାଣିଜ୍ୟେ ବସତି ଲକ୍ଷ୍ମୀ’ ନ୍ୟାୟରେ କିଛି ମୁନାଫାଖୋର ବେପାରୀ ଅସାଧୁ ଉପାୟରେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ। ଏଥିପାଇଁ ଅନେକ ଲୋକ ଆମର ନୈତିକ ଶିକ୍ଷା ବ୍ୟବସ୍ଥାକୁ ଦୋଷ ଦେଉଛନ୍ତି ।
ଏବେ ଆମେ ଶିକ୍ଷା ବ୍ୟବସ୍ଥା କଥା ବିଚାର କରିବା। ଆମ ଗାଁ କହ୍ନେଇଁ ସାର୍‌, ବୟସ ପଞ୍ଚସ୍ତରୀରୁ ଅଧିକ। ଭଗବାନଙ୍କ ଆଶୀର୍ବାଦ ତଥା ନିଜସ୍ବ ଉଦ୍ୟମରୁ ତାଙ୍କ ଶରୀର ଓ ମନ ସୁସ୍ଥ ଅଛି ବୋଲି ସିଏ ଆଖପାଖ ଅଞ୍ଚଳରେ ଡିଣ୍ଡିମ ପିଟନ୍ତି। ଏ ବୟସରେ ଦିନକୁ ଦୁଇବେଳା ପ୍ରାୟ ୫୦-୬୦ ଜଣଙ୍କୁ ବିଭିନ୍ନ ଗ୍ରୁପରେ ବସାଇ ଟିଉସନ କରିବାରେ ବ୍ୟସ୍ତ। ପଚାରିଲେ କୁହନ୍ତି, ପିଲାମାନେ ଆଉ ତାଙ୍କ ବାପା- ମା’ମାନେ ମୋତେ କ’ଣ ଛାଡ଼ୁଛନ୍ତି ? କ’ଣ ନା ‘ଆପଣଙ୍କ ପାଖରେ ବସିଗଲେ ପାଠ ଆପେଆପେ ହୋଇଯିବ’। ମୁଁ କହିଲି ସାର୍‌ ଆପଣ କ’ଣ ବାସ୍ତବରେ ସେମାନଙ୍କୁ ଛାଡ଼ିବାକୁ ଚାହୁଁଛନ୍ତି ? ସେମାନେ ଆପଣଙ୍କୁ ଛାଡ଼ିପାରୁ ନାହାନ୍ତି ନା ଆପଣ ସେମାନଙ୍କୁ ଛାଡ଼ିପାରୁ ନାହାନ୍ତି। କଥାକୁ ଆଉ ଆଗକୁ ବଢ଼ାଇବାକୁ ନ ଦେଇ ସାର୍‌ କହିଲେ କ’ଣ କରିବି, ପିଲା ଆଉ ପାଠପଢ଼ାକୁ ନେଇ ମୋର ୩୫ ବର୍ଷର ଚାକିରିର ମାୟାକୁ ଛାଡ଼ିବା କ’ଣ ସହଜ କଥା? ଲୋକମାନେ ମଧ୍ୟ କୁହନ୍ତି, ସାର୍‌ଙ୍କର ପାଠ ପଢ଼ାଇବା କେବଳ ପେସା ନ ଥିଲା ବରଂ ନିଶା ଥିଲା। ଆଉ ସେଇ ନିଶା ଯୋଗୁ ଭୋର ୪ଟା ବେଳୁ ରାତି ୧୧ଟା ପର୍ଯ୍ୟନ୍ତ ସମୟ ଅଣ୍ଟେ ନାହିଁ। ଏହା କେବଳ ଜଣେ ଶିକ୍ଷକଙ୍କର କାହାଣୀ ନୁହେଁ ବରଂ ଅନେକ ଶିକ୍ଷକ ନିଜ ପିଲା, ପରିବାର କଥା ବନ୍ଧୁବାନ୍ଧବ ତୁଚ୍ଛ କରି ପଇସା ରୋଜଗାରରେ ବ୍ୟସ୍ତ। ଏଠାରେ ଏହା ଏକ ଗର୍ହିତ ଅପରାଧ ପ୍ରସଙ୍ଗ ହିସାବରେ ଆଲୋଚନାର ପ୍ରସଙ୍ଗ ନୁହେଁ ବରଂ ପାଠ ପଢ଼ାଇବାର ମାୟା କିପରି ଟଙ୍କା ରୋଜଗାର କରିବାର ମୋହକୁ ରୂପାନ୍ତରିତ ହୁଏ ତାହାର ଏକ ଜ୍ୱଳନ୍ତ ଉଦାହରଣ। ଡାକ୍ତରମାନଙ୍କର ମଧ୍ୟ ତଦ୍ରୁପ ଅବସ୍ଥା ମେଡ଼ିକାଲ ଠାରୁ କ୍ଳିନିକ୍‌ ପୁଣି ସେଠାରୁ ଘର ସବୁଠି ରୋଗୀମାନଙ୍କର ଲାଇନ୍‌। ଥରେ ଜଣେ ରୋଗୀ ଡାକ୍ତରଙ୍କୁ ଦ୍ୱିତୀୟ ଥର ଦେଖାଇବା ସମୟରେ ତାଙ୍କର ଫିସ୍‌ କମ୍‌ କରିବାକୁ କହିବାରୁ ସିଏ କହିଲେ, ତମର ବାସୁମତୀ ଚାଉଳ ଖାଇବାକୁ ମନ, କିନ୍ତୁ ତାହା କ’ଣ ସରକାରୀ କଣ୍ଟ୍ରୋଲ ଦୋକାନରେ ରାଶନ କାର୍ଡରେ ମିଳିବ? ଅଜ୍ଞାନ ରୂପକ ଅନ୍ଧକାରରେ ଆଲୋକର ପ୍ରଦୀପ ଜାଳିବାରେ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ଥାଏ, ଯେଉଁଥିପାଇଁ ସେମାନଙ୍କୁ ଆମେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସ୍ବରୂପରେ ପୂଜା କରିଥାଉ। ଡାକ୍ତରମାନେ ହେଉଛନ୍ତି ଦ୍ୱିତୀୟ ଭଗବାନ, ଯେଉଁମାନଙ୍କ ଯୋଗୁ ଆମେ ମୃତ୍ୟୁମୁଖରୁ ରକ୍ଷା ପାଇବା ସହିତ ଆମକୁ ଜୀବନ ଦାନ ମିଳିଥାଏ। ତାଙ୍କର ପଦେ ଆଶ୍ୱାସନା ବାଣୀରେ ଅଧା ରୋଗ ଦୂର ହୋଇଯାଏ କିନ୍ତୁ ସାଧାରଣ ଭାବେ କିଛି ଡାକ୍ତରଙ୍କ ବେପରୁଆ ତଥା ଅମାନବୀୟ ଆଚରଣ ଯୋଗୁ ସେମାନଙ୍କୁ ନିନ୍ଦିତ ହେବାକୁ ପଡ଼ିଥାଏ।
ଏ ଯୁଗର ବିଶ୍ୱକର୍ମା ବୋଲାଉଥିବା ଯନ୍ତ୍ରୀମାନେ ନିଜର କଳା ନୈପୁଣ୍ୟ ତଥା କାରିଗରି କୌଶଳର କରାମତିରେ ନଭଶ୍ଚୁମ୍ବୀ ପ୍ରାସାଦଠାରୁ ବନ୍ଧବାଡ଼, ରାସ୍ତାଘାଟ ଆଦି ନିର୍ମାଣ କରିବା ସମୟରେ ଅର୍ଥ ପ୍ରତି ଥିବା ଅହେତୁକ ମୋହ ହେତୁ ଜନସେବାକୁ ତୁଚ୍ଛ କରିଦିଅନ୍ତି; ଯାହା ଫଳରେ କେଉଁଠି ପୋଲ ଭୁଷୁଡ଼ି ପଡ଼ିଲାଣି ତ ଆଉ କେଉଁଠି ରାସ୍ତା ମାନଙ୍କରେ ବିରାଟ ଗର୍ତ୍ତ। ଏହାକୁ ଦେଖି ଲୋକମାନେ କଥା ହୁଅନ୍ତି ଯନ୍ତ୍ରୀ, ମନ୍ତ୍ରୀ, ତନ୍ତ୍ରୀ ଯେଉଁଠି ମିଳିତ ହୋଇଯାଆନ୍ତି ସେଠାରେ ଜୀବନ ତନ୍ତ୍ରୀ କଥା କିଏ ପଚାରେ। ସେମାନେ ଭାବନ୍ତି, ବିଲେଇ ପିଲା ପରି ସେମାନେ ଲୁଚି ଲୁଚି କ୍ଷୀର ପିଉଛନ୍ତି ଆଉ ସେମାନଙ୍କୁ କେହି ଦେଖିପାରୁ ନାହାନ୍ତି। ତା’ ନ ହୋଇଥିଲେ ଜଣେ ଲୋକର ଶତାଧିକ ପ୍ଲଟ କିଣିବାର ମୋହ ଆଗରେ ଲୋକମାନଙ୍କର ଜୀବନ ହାନି ଗୌଣ ବୋଲି ବିଚାର କରିବାକୁ ପଡ଼ନ୍ତା ନାହିଁ।
ଏସବୁ ପ୍ରସଙ୍ଗ ଆଲୋଚନା ସମୟରେ ଦୁଇ ଜଣଙ୍କ କଥା ମନକୁ ଆସେ, ଜଣେ ହେଲା ମାଙ୍କଡ଼ ଛୁଆ ଆଉ ଜଣେ ହେଲା ବିଲେଇ ଛୁଆ। ମାଙ୍କଡ଼ ଛୁଆଟି ପିଲାବେଳେ ମା’କୁ କୁଣ୍ଢାଇ ଚାଲିଥାଏ, ମା’ ଯୁଆଡ଼େ ବି ଡେଉଁଥାଉ, ବୁଲୁଥାଉ ଛୁଆଟି ତାକୁ କେବେ ଛାଡ଼େ ନାହିଁ। ମା’ ବିଲେଇ ମଧ୍ୟ ତା’ର ପିଲାମାନଙ୍କୁ ସୁରକ୍ଷା ଦେବ ବୋଲି ଦାନ୍ତରେ ସେମାନଙ୍କୁ କାମୁଡ଼ି ଏ ଘରୁ ସେ ଘରକୁ ନେଇଥାଏ। ଉଭୟ କ୍ଷେତ୍ରରେ ପିଲାଙ୍କର ସୁରକ୍ଷା ମୁଖ୍ୟ ପ୍ରସଙ୍ଗ। ଗୋଟିଏ ସ୍ଥାନରେ ପିଲାଟି ନିଜେ ନିଜର ସୁରକ୍ଷା କଥା ଚିନ୍ତା କରୁଥିବା ବେଳେ ଅନ୍ୟ କ୍ଷେତ୍ରରେ ମା’ ଜଣକ ନିଜ ପିଲାର ସୁରକ୍ଷା ଚିନ୍ତା କରୁଛି। ସେହି ନ୍ୟାୟରେ ଆମମାନଙ୍କ ଜୀବନରେ ରୋଜଗାର କରିବା ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ସଂସାରରେ ଟଙ୍କା ପଇସାର ମୋହ ଆମକୁ କବଳିତ କରି ରଖିଛି ନା ଆମେ ସଂସାରର ଟଙ୍କା ପଇସାର ମୋହକୁ କବଳିତ କରି ରଖିଛନ୍ତି, ତାହା ବିଚାର କରିବା ଏକ ଦୁରୂହ ବ୍ୟାପାର।
ଭଦ୍ରକ, ମୋ- ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri