Posted inଫୁରସତ

ମଳ ବଦଳରେ ମିଳିବ ଦେଢ କୋଟି ଟଙ୍କା

ସକାଳୁ ଉଠିବା ପରେ ଲାଟ୍ରିନ୍‌କୁ ଯିବା ସମସ୍ତଙ୍କର ଏକ ନିତିଦିନିଆ କାମ। ହେଲେ ବେଳେବେଳେ ଇଛା ହୁଏ ଏ କାମ ଯଦି ନ ଥାଆନ୍ତା କେତେ ଭଲ ହୋଇଥାନ୍ତା। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ଏକ କମ୍ପାନୀ ମଳକୁ ନେଇ ଏଭଳି ଅଫର୍‌ ଦେଉଛି ଯେ, ସବୁଦିନ ଲାଟ୍ରିନ ଯିବାକୁ ଇଛା ହେବ। ଅର୍ଥାତ୍‌ କମ୍ପାନୀ ମଣିଷ ମଳ ବଦଳରେ ଦେଢ କୋଟି ଟଙ୍କା ଦେବ। ଏକ ରିପୋର୍ଟ ମୁତାବକ କାନାଡା ଓ ଆମେରିକାର କମ୍ପାନୀ ହ୍ୟୁମାନ ମାଇକ୍ରୋବ୍ସ ଷ୍ଟୁଲ ଡୋନର୍ସଙ୍କ ସନ୍ଧାନରେ ଅଛି। ଅର୍ଥାତ୍‌ କମ୍ପାନୀ ଏଭଳି ଲୋକଙ୍କୁ ଖୋଜୁଛି ଯେକି ନିଜର ମଳ ଗବେଷଣା ପାଇଁ ଦେବ। ଆଉ ପ୍ରତି ବଦଳରେ କମ୍ପାନୀ ସେହି ବ୍ୟକ୍ତିଙ୍କୁ ଦିନପିଛା ୪୧୦୦୦ ଟଙ୍କା ଦେବ। ଯାହାକି ବର୍ଷକୁ ପ୍ରାୟ ୧.୫ କୋଟି ହେବ। ମନରେ ପ୍ରଶ୍ନ ଉଠୁଥିବ କମ୍ପାନୀ ମଳ ସଂଗ୍ରହ କରିବାକୁ କାହିଁକି ଚାହୁଁଛି। ତେବେ କମ୍ପାନୀ ଏମିତି ଯାହାକୁ ନାଇଁ ତାକୁ ଟଙ୍କା ଦେବ ନାହିଁ। ବରଂ ଏହାକୁ ନେଇ ଅନେକ ସର୍ତ୍ତ ରଖାଯାଇଛି। ପ୍ରଥମତଃ କମ୍ପାନୀ ବ୍ୟକ୍ତିଙ୍କ ଦ୍ୱାରା ଏକ ଫର୍ମ ଫିଲ୍‌ ଅପ୍‌ କରାଇବ। ଏହାପରେ ଇଣ୍ଟରଭ୍ୟୁ ଓ ଟେଷ୍ଟ ନିଆଯିବ। ଏହି ସମୟରେ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ। ମନୁଷ୍ୟ ମଳରେ ସାଧାରଣତଃ କିଛି ଭଲ ଓ କ୍ଷତିକାରକ ବ୍ୟାକ୍ଟେରିଆ ଥାଆନ୍ତି। ଭଲ ବ୍ୟାକ୍ଟେରିଆ କେବଳ ୦.୧ ପ୍ରତିଶତ ମଣିଷଙ୍କ ମଳରେ ଥାଏ। ଆଉ କମ୍ପାନୀ ଏହିଭଳି ଲୋକଙ୍କୁ ହିଁ ଖୋଜୁଛି ଯାହାର ମଳରେ ଭଲ ବ୍ୟାକ୍ଟେରିଆ ଅଛି। ସେମାନଙ୍କ ମଳ ଉପରେ କମ୍ପାନୀ ଗବେଷଣା କରିବ। ଡ୍ରାଏ ଆଇସ୍‌ ଶିପିଂ ମାଧ୍ୟମରେ ବ୍ୟକ୍ତି ମଳକୁ କମ୍ପାନୀକୁ ପଠାଇବେ। ଆଉ ପ୍ରତିବଦଳରେ ଟଙ୍କା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri