ବେପରୁଆ ଅର୍ଥ ପରିଚାଳନା: ୨୭ ବିଭାଗ ଫେରାଇଛନ୍ତି ୧୩୦୪.୧୭ କୋଟି

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟର ବିତ୍ତୀୟ ପରିଚାଳନା ଠିକ୍‌ ଢଙ୍ଗରେ ହେଉ ନାହିଁ। ପୂର୍ଣ୍ଣାଙ୍ଗ ଏବଂ ଅତିରିକ୍ତ ବଜେଟ ପ୍ରସ୍ତୁତି ବେଳେ ଖର୍ଚ୍ଚ ଉପରେ ଧ୍ୟାନ ଦିଆଯାଉ ନାହିଁ। ବିଭାଗଗୁଡିକୁ ଯୋଗାଇ ଦିଆଯାଉଥିବା ଅର୍ଥ ମଧ୍ୟ ଖର୍ଚ୍ଚ ହେଉ ନାହିଁ। ଶେଷ ୩ ମାସରେ ୧୦୦ ପ୍ରତିଶତ ଖର୍ଚ୍ଚ କରାଯାଉଥିବା ବେଳେ ଅନ୍ୟ ସମୟରେ ଖର୍ଚ୍ଚ ଅତ୍ୟନ୍ତ ଧିମା ରହୁଛି। ବିଭାଗଗୁଡ଼ିକ ଖର୍ଚ୍ଚର ହିସାବ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦେଉ ନାହାନ୍ତି। ଏପରି ସ୍ଥଳେ ଅତିରିକ୍ତ ବଜେଟରେ ସେହି ବିଭାଗଗୁଡିକୁ କୋଟି କୋଟି ଟଙ୍କା ଦିଆଯାଉଛି। ସେହି ଅର୍ଥ ଦୀର୍ଘଦିନ ଧରି ଖର୍ଚ୍ଚ ନ ହୋଇ ପଡିରହୁଛି। ବିଭାଗ ନିକଟରେ ଟଙ୍କା ପଡିରହୁଥିବା ବେଳେ ବିଭିନ୍ନ ଯୋଜନା ଖର୍ଚ୍ଚ ତୁଲାଇବାକୁ ସରକାରଙ୍କୁ ଖୋଲା ବଜାରରୁ ଋଣ କରିବାକୁ ପଡୁଛି। ନୂଆ ବଜେଟ ପ୍ରସ୍ତୁତି ପୂର୍ବରୁ ବିଭାଗଗୁଡ଼ିକ ସେହି ଅର୍ଥ ଫେରାଉଛନ୍ତି। ରାଜ୍ୟ ସରକାରଙ୍କ ବଜେଟ ପ୍ରସ୍ତୁତି ଓ ପରିଚାଳନାକୁ ନେଇ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁ ସରକାରଙ୍କୁ ଅଯଥା ଆର୍ଥିବ ବୋଝ ବୋହିବାକୁ ପଡୁଥିବା ରିପୋର୍ଟରେ କହିଛନ୍ତି।
ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ବିଭାଗଗୁଡିକ ପକ୍ଷରୁ ବଜେଟରେ ଅଯାଚିତ ଭାବେ ବ୍ୟୟ ବରାଦ କରାଯାଉଥିବାରୁ ତାହା ଖର୍ଚ୍ଚ ନ ହୋଇ ଦୀର୍ଘବର୍ଷ ପଡିରହୁଛି। ଏପରି କି ବିଭାଗଗୁଡିକ କେଉଁ ବାବଦରେ କେତେ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ମଧ୍ୟ ଜଣାଉ ନାହାନ୍ତି। ୧୯ଟି ବିଭାଗ ୨୦୧୯ ମାର୍ଚ୍ଚ ୩୧ ଯାଏ ଗତ ୧୦ ବର୍ଷ ଧରି ୧୨୩୪.୪୬ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର (ୟୁସି) ଦେଇନାହାନ୍ତି। ସମବାୟ ବିଭାଗ ୨୦୦୭ରୁ ୟୁସି ଦେଇ ନ ଥିବା ବେଳେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ୨୦୦୩ରୁ ୨୦୦୯, ସାଧାରଣ ପ୍ରଶାସନ ୨୦୦୩ରୁ ୨୦୦୯ , ପର୍ଯ୍ୟଟନ ୨୦୦୩ରୁ ୨୦୦୯, ଜଳ ସମ୍ପଦ ୨୦୦୩ରୁ ୨୦୦୯, ବିଜ୍ଞାନ ଓ କାରିଗରି ୨୦୦୩ରୁ ୨୦୦୭, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ୨୦୦୫ରୁ ୨୦୦୯, ପଞ୍ଚାୟତିରାଜ ୨୦୦୩ରୁ ୨୦୦୯, ଆଇନ ୨୦୦୩ରୁ ୨୦୦୯, ଯୋଜନା ଓ ସଂଯୋଜନା ୨୦୦୩ରୁ ୨୦୦୯, ରାଜସ୍ବ ବିଭାଗ ୨୦୦୩ରୁ ୨୦୦୯, ସ୍କୁଲ ଓ ଗଣଶିକ୍ଷା ୨୦୦୩ରୁ ୨୦୦୯, ଉଚ୍ଚଶିକ୍ଷା ୨୦୦୩ରୁ ୨୦୦୯, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ୨୦୦୩ରୁ ୨୦୦୭, ଅନୁସୂଚିତ ଜାତି ଓ ଜନଜାତି ବିକାଶ ୨୦୦୬ରୁ ୨୦୦୯, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ୨୦୦୩ରୁ ୨୦୦୯, ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୦୩ରୁ ୨୦୦୯ ଯାଏ ୟୁସି ଦେଇନାହାନ୍ତି। କେବଳ ସେତିକି ନୁହେଁ ୩୭ଟି ବିଭାଗ ମଧ୍ୟ ୟୁସି ଦେବାରେ ବହୁ ବିଳମ୍ବ କରୁଛନ୍ତି। ସମସ୍ତ ବିଭାଗ ୪୫,୩୪୦.୮୯ କୋଟି ଟଙ୍କାର ୨୯,୧୩୮ ୟୁସି ଦେଇନାହନ୍ତି। ସେହିପରି ବିଭନ୍ନ ସରକାରୀ କାର୍ଯ୍ୟାଳୟରେ କ୍ୟାଶ ବୁକ୍‌ ଏବଂ ବ୍ୟାଙ୍କ ପାସ୍‌ ବୁକ୍‌ ମଧ୍ୟରେ ତାଳମେଳ ନାହିଁ। ସରକାରଙ୍କ ୧୭ଟି ବିଭିନ୍ନ ବିଭାଗରେ ବ୍ୟାଙ୍କ ପାସ୍‌ ବୁକ୍‌ରେ ୨୩୭.୩୦ କୋଟି ଟଙ୍କା ଥିବା ବେଳେ କ୍ୟାଶ ବୁକ୍‌ରେ ୨୧୫.୯୮କୋଟି ରହିଛି। ୨୧.୩୨ କୋଟି ଟଙ୍କାର କୌଣସି ହିସାବ ମିଳୁ ନାହିଁ। ଖାଲି ସେତିକି ନୁହେଁ ୨୭ଟି ବିଭାଗ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହିସାବରେ ୨୦୧୯-୨୦ ଆର୍ଥିକ ବର୍ଷ ବଜେଟ ପୂର୍ବରୁ ୧,୩୦୪.୧୭ କୋଟି ଫେରାଇ ଦେଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଆହୁରି ମଧ୍ୟ ଆବଶ୍ୟକ ନ ଥିବା ୧୮ଟି ବିଭାଗକୁ ୨୦୧୮-୧୯ ଅତିରିକ୍ତ ବଜେଟରେ ୧ କୋଟିରୁ ଊର୍ଦ୍ଧ୍ୱ ହିସାବରେ ୧,୫୯୮.୬୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟର ବଜେଟ ପରିଚାଳନା ଓ ପ୍ରସ୍ତୁତିକୁ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri