ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି l ଗିରଫ ପରେ ତାଙ୍କୁ କେନ୍ଦୁଝର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

କେନ୍ଦୁଝର ଭିଜିଲାନ୍ସ ଡିଏସ୍‌ପି ସୁଧାଂଶୁ ଶେଖର ପୂଜାରୀ କହିଛନ୍ତି, ବାଲେଶ୍ୱର ଭିଜିଲାନ୍ସ ଥାନାରେ ଟଙ୍କା ହେରଫେର ହୋଇଥିବା ନେଇ ଏକ ମାମଲା(ନଂ.୧୧/୨୦୨୬) ରୁଜୁ ହୋଇଥିଲା। ଅଭିଯୋଗ ମୁତାବକ ଭିଜିଲାନ୍ସ ଗୁରୁବାର ଅଭିଯୁକ୍ତ ଦୀନବନ୍ଧୁଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯାଇଥିଲା। ପଚରାଉଚରା ପରେ ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା। ପରେ ତାଙ୍କ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଦୀନବନ୍ଧୁଙ୍କ ନାମରେ ୫ଲକ୍ଷ ୮୨ ହଜାର ୧୪୧ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ସେ ଚାଷୀଙ୍କ ନାମରେ ଜାଲିଆତି କରି ଟଙ୍କା ଉଠାଇବା ଏବଂ ଚାଷୀଙ୍କଠାରୁ ଋଣ ଟଙ୍କା ଆଦାୟ କରି ହେରଫେର କରିଥିବ ଜଣାପଡିଛି।